ନିଲମ୍ବିତ ହେଲେ କମର୍ଦ୍ଦା ଥାନାର ଏଏସ୍‌ଆଇ ଭକ୍ତହରି ପଟ୍ଟନାୟକ

Kamardha ASI Bhaktahari Patnaik Suspends

ବାଲେଶ୍ୱର: ମହଙ୍ଗା ପଡ଼ିଲା ପୋଲିସ ପାୱାରର ଅପବ୍ୟବହାର । ନିଲମ୍ବିତ ହେଲେ ବାଲେଶ୍ୱର ଜିଲ୍ଲା କମର୍ଦ୍ଦା ଥାନାର ଏଏସ୍‌ଆଇ ଭକ୍ତହରି ପଟ୍ଟନାୟକ । ଅଭିଯୋଗକାରୀଙ୍କଠାରୁ ଲାଞ୍ଚ ନେବା ଓ ଗଣମାଧ୍ୟମ ପ୍ରତିନିଧିଙ୍କୁ ଦୁର୍ବ୍ୟବହାର ଅଭିଯୋଗରେ ଏସ୍‌ପି ସୁଧାଂଶୁ ଶେଖର ମିଶ୍ର ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି । ଗତ ୫ ତାରିଖରେ ଦୁଇଟି ପୃଥକ ମାମଲାରେ ୨ ଜଣ ଅଭିଯୋଗକାରୀଙ୍କୁ ଲାଞ୍ଚ ମାଗିଥିଲେ ଥାନା ବାବୁ ଭକ୍ତହରି ।

Kamardha ASI Bhaktahari Patnaik Suspends

ଦୁଇ ଅଭିଯୋଗକାରୀ ଲାଞ୍ଚ ନେଇ ପ୍ରଶ୍ନ କରିବାରୁ ଏଏସ୍ଆଇ ସେମାନଙ୍କ ସହ ଯୁକ୍ତିତର୍କ କରିଥିଲେ । ଏହାସହ ଘଟଣାର ଖବର ସଂଗ୍ରହ ବେଳେ ସମ୍ବାଦିକଙ୍କୁ ମଧ୍ୟ ଦୁର୍ବ୍ୟବହାର କରିଥିଲେ ଏଏସଆଇ ଭକ୍ତହରି ପଟ୍ଟନାୟକ । ଏନେଇ ଅଭିଯୋଗ ପରେ ଏସ୍‌ପି ଅତିରିକ୍ତ ଏସ୍‌ପି ମନୋରଞ୍ଜନ ସାମଲଙ୍କୁ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ । ଘଟଣାର ତଦନ୍ତ କରି ଏଏସ୍‌ଆଇ ଭକ୍ତହରି ପଟ୍ଟନାୟକଙ୍କୁ ସସ୍‌ପେଣ୍ଡ କରାଯାଇଥିବା ବାଲେଶ୍ୱର ଏସ୍‌ପି ସୂଚନା ଦେଇଛନ୍ତି ।

Leave a Reply