ପ୍ରଥମ ମହିଳା ଉପରାଷ୍ଟ୍ରପତି କମଲା ହ୍ୟାରିସ୍‌ ଭାରତକୁ କରିଥିଲେ କଡ଼ା ସମାଲୋଚନା !

1 min read

ଓ୍ୱାସିଂଟନ୍‌: ଆମେରିକାର ରାଷ୍ଟ୍ରପତି ନିର୍ବାଚନରେ ​​ଡେମୋକ୍ରାଟ୍ ପ୍ରାର୍ଥୀ ଜୋ ବାଇଡେନ୍‌ ଏକ ଚମତ୍କାର ବିଜୟ ହାସଲ କରିଛନ୍ତି । ଡୋନାଲ୍ଡ ଟ୍ରମ୍ପଙ୍କୁ ପରାସ୍ତ କରିବା କରି ବାଇଡେନ୍‌ ଆମେରିକାର ୪୬ତମ ରାଷ୍ଟ୍ରପତି ହେବାକୁ ଯାଉଛନ୍ତି । ବାଇଡେନ୍‌ଙ୍କ ଖାତାରେ ୨୯୦ ଭୋଟ ଜମା ହୋଇଥିବା ବେଳେ ଡୋନାଲ୍ଡ ଟ୍ରମ୍ପଙ୍କ ସପକ୍ଷରେ ୨୧୪ଟି ଇଲେକ୍ଟୋରାଲ ଭୋଟ୍ ଆସିଥିଲା ।

ଏଥି ସହିତ, କମଲା ହ୍ୟାରିସ୍ ଆମେରିକାର ନିର୍ବାଚନ ଇତିହାସରେ ଏକ ନୂଆ ରେକର୍ଡ ସୃଷ୍ଟି କରିଛନ୍ତି । କୃଷ୍ଣକାୟ ଏବଂ ଦକ୍ଷିଣ ଏସୀୟ ମହିଳା ଭାବେ କମଲା ହ୍ୟାରିସ୍ ପ୍ରଥମ ଉପରାଷ୍ଟ୍ରପତି ପଦରେ ସମ୍ଭାଳିବାକୁ ଯାଉଛନ୍ତି । ଆମେରିକା ରାଜନୀତି ଇତିହାସରେ ଏହା ପ୍ରଥମ ଥର ।  ଗତ ଅଗଷ୍ଟରେ ଜୋ ବିଡେନ ଉପରାଷ୍ଟ୍ରପତି ପଦ ପାଇଁ କମଲାଙ୍କ ନାମକୁ ପ୍ରସ୍ତାବ ଦେଇଥିଲେ । କାଲିଫର୍ନିଆର ଆମେରିକୀୟ ସିନେଟର ସାନ ଫ୍ରାନ୍ସିସ୍କୋର ପ୍ରଥମ ମହିଳା ଜିଲ୍ଲା ଅର୍ଟନୀ ଭାବରେ କାର୍ଯ୍ୟ କରିଥିଲେ ଏବଂ ଆଟର୍ଣ୍ଣି ଜେନେରାଲ ଭାବରେ ନିର୍ବାଚିତ ହୋଇଥିବା, କାଲିଫର୍ଣ୍ଣିଆର ସେ ପ୍ରଥମ ମହିଳା ଥିଲେ । ଖାଲି ସେତିକି ନୁହେଁ କମଲା ହ୍ୟାରିସ୍ ଜଣେ ଭଲ ବକ୍ତା ଭାବେ ଜଣାଶୁଣା ।

kamala harris

କମଲା ହ୍ୟାରିସଙ୍କ ପରିବାର ସହ ଭାରତର ଗଭୀର ସମ୍ପର୍କ ରହିଛି । ତାଙ୍କ ମା’ ତାମିଲନାଡ଼ୁର ଏକ ଛୋଟ ଗାଁରେ ଜନ୍ମ ଗ୍ରହଣ କରିଥିଲେ । ଗାଁଟି ଚେନ୍ନାଇଠାରୁ ପ୍ରାୟ ୩୫୦ କିଲୋମିଟର ଦୂର । ତେବେ ଏହି ଗାଁରେ କମଲା ହ୍ୟାରିସ୍‌ଙ୍କ ବିଜୟ ପାଇଁ ପୂଜା ଅର୍ଚ୍ଚନା କରାଯାଇଥିଲା ।

CAA-NRC ପ୍ରସଙ୍ଗ

ଜାମ୍ମୁ କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ପରେ କମଲା ହ୍ୟାରିସ ଏନେଇ ପ୍ରତିକ୍ରିୟା ରଖିଥିଲେ । ନେତାମାନଙ୍କୁ ନଜର ବନ୍ଦୀ ରଖାଯିବା ଘଟଣାକୁ ସେ ନିନ୍ଦା କରିଥିଲେ । ସେ କହିଥିଲେ ଏହା ଦ୍ୱାରା ମାନବିକ ଅଧିକାର କ୍ଷୂର୍ଣ୍ଣ ହେଉଛି । ଏମିତିକି ସିଏଏ – ଏନ୍‌ଏଆର୍‌ସି ଲାଗୁ କରିବା ନେଇ ସେ ବିରୋଧ କରୁଥିଲେ । ଏହି କାରଣରୁ ଭାରତର ବୈଦେଶିକ ମନ୍ତ୍ରୀ ଏସ୍‌ ଜୟଶଙ୍କର, ଆମେରିକା ଗସ୍ତରେ ଥିବାବେଳେ ସିନେଟର କମ୍‌ଲା ହ୍ୟାରିସ୍‌ଙ୍କୁ ଭେଟିବାକୁ ମନା କରିଥିଲେ । ତେବେ ଏନେଇ ମଧ୍ୟ କମଲା ହ୍ୟାରିସ୍‌ ଭାରତର ବୈଦେଶିକ ମନ୍ତ୍ରୀଙ୍କୁ କଡ଼ା ସମାଲୋଚନା କରିଥିଲେ ।

Leave a Reply