ଭାରତର ସାହାସି ଝିଅ କଳ୍ପନା ଚାୱଲାଙ୍କ ଆଜି ଜନ୍ମଦିନ

କଳ୍ପନା ଚାୱଲା ଥିଲେ ଜଣେ ଆମେରିକା ଅନ୍ତରୀକ୍ଷ ଯାତ୍ରୀ ତଥା ଇଂଜିନିୟର । ଏବଂ ପ୍ରଥମ ଭାରତୀୟ ମହିଳା ମହାକାଶ ଯାତ୍ରୀ ଭାବେ ସେ ମହାକାଶ ଯାତ୍ରା କରିଥିଲେ । ୧୯୯୭ରେ ନାସା ପକ୍ଷରୁ ‘ସ୍ପେଶ୍‌ ସଟଲ୍‌ କଲମ୍ବିଆର’ ମିଶନ୍‌ ସ୍ପେଶାଲିଷ୍ଟ ଭାବେ ପ୍ରଥମ ଉଡାଣରେ ସାମିଲ ହୋଇଥିଲେ । ୧୭ମାର୍ଚ୍ଚ ୧୯୬୨ରେ କଳ୍ପନା ହରିୟାଣାଠାରେ ଜନ୍ମଗ୍ରହଣ କରିଥିଲେ । ସେ ତାଙ୍କ ପ୍ରାରମ୍ଭିକ ଶିକ୍ଷା ହରିୟାଣାର ଟାଗୋର ପବ୍ଲିକ ସ୍କୁଲରେ ସମାପ୍ତ କରିଥିଲେ ।

ପଂଜାବ ଇଂଜିନିୟରି କଲେଜରୁ ବ୍ୟାଚଲର ଡିଗ୍ରୀ ହାସଲ କରିବା ପରେ ୧୯୮୨ରେ ଆମେରିକା ଚାଲିଯାଇଥିଲେ । ସେଠାରେ ଏରୋସ୍ପେସ୍‌ ଇଂଜିନିୟରିଂରେ ମାଷ୍ଟର ଡିଗ୍ରୀ କରିଥିଲେ । ଏହାପରେ ୧୯୮୬ରେ ସେ ଦ୍ୱିତୀୟ ମାଷ୍ଟର ଡିଗ୍ରୀ ସମାପ୍ତ କରିବା ପରେ ୧୯୮୮ରେ ଏରୋସ୍ପେସ୍‌ ଇଂଜିନିୟରିଂରେ ପିଏଚଡି ସମାପ୍ତ କରିଥିଲେ । ୧୯୮୮ରେ ସେ ନାସା ରିସର୍ଚ୍ଚ ସେଣ୍ଟରରେ ଯୋଗ ଦେଇଥିଲେ। ୧୯୯୭ ନଭେମ୍ବର ୯ରେ ସେ ପ୍ରଥମ ମହାକାଶ ଯାତ୍ରା ଆରମ୍ଭ କରିଥିଲେ । ୨୦୦୩ରେ ‘ସ୍ପେଶ୍‌ ସଟଲ୍‌ କଲମ୍ବିଆ’ର ଆକସ୍ମିକ ଦୁର୍ଘଟଣାରେ କଳ୍ପନାଙ୍କୁ ମିଶାଇ ସମସ୍ତ କ୍ରିଉ ମେମ୍ବରଙ୍କ ମୃତ୍ୟୁ ହୋଇଥିଲା । ଜାତୀୟ ସ୍ତରରେ ତାଙ୍କର ଏହି ଦୁଃସାହସିକ ଯାତ୍ରା ପାଇଁ ସମ୍ମାନ ପ୍ରଦାନ କରାଯାଇଛି । ଆଜି ତାଙ୍କ ଜନ୍ମଦିବସରେ ପ୍ରଣାମ ଓଡିଶା ତରଫରୁ ଗଭୀର ଶ୍ରଦ୍ଧାଞ୍ଜଳି ।

Leave a Reply