କଳାହାଣ୍ଡି ଜିଲ୍ଲାରେ ପ୍ରଥମ କରୋନା ସଂକ୍ରମିତ, ଖାମାର୍ ହଳଦୀ ପଞ୍ଚାୟତ ସିଲ୍

ଧର୍ମଗଡ଼: କଳାହାଣ୍ଡି ଜିଲ୍ଲାରେ ପ୍ରଥମ କରୋନା ଆକ୍ରାନ୍ତ ଚିହ୍ନଟ ପରେ ପ୍ରଶାସନ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରିଛି । ସଂକ୍ରମଣ ରୋକିବାକୁ ଗୋଲାମୁଣ୍ଡା ବ୍ଲକର ଖାମାର୍ ହଳଦୀ ପଞ୍ଚାୟତକୁ ସିଲ୍ କରାଯାଇଛି । ପଞ୍ଚାୟତର ଗୋଟିଏ ଗାଁରୁ ଅନ୍ୟ ଗାଁକୁ ଯିବା ଉପରେ ପ୍ରତିବନ୍ଧକ ଲଗାଯାଇଛି । ଏପିରିକି ଲୋକଙ୍କୁ ଘରୁ ବାହାରିବାକୁ ମନା କରାଯାଇଛି ।

ରାଜ୍ୟରେ ଆଉ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ: ୨୧କୁ ଛୁଇଁଲା ଆକ୍ରାନ୍ତଙ୍କ ସଂଖ୍ୟା

ବାହାରିନରୁ ଫେରିଥିବା ୨୯ ବର୍ଷୀୟ ଯୁବକଙ୍କ ଠାରେ ଶନିବାର କରୋନା ପଜିଟିଭ୍ ମିଳିଥିଲା । ପୂର୍ବରୁ ରାଜ୍ୟର ଖୋର୍ଦ୍ଧା, ଭଦ୍ରକ, କଟକ, ପୁରୀ, ଯାଜପୁରରେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ଶନିବାର ପଶ୍ଚିମ ଓଡ଼ିଶାର କଳାହାଣ୍ଡିରୁ ପ୍ରଥମ ମାମଲା ଆସିଥିଲା । ଏଥିସହ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୨୧କୁ ବୃଦ୍ଧି ପାଇଛି ।

ତେବେ, ବାହାରିନରୁ ଫେରିଥିବା ଯୁବକଙ୍କ ଠାରେ କରୋନାର ସେମିତି କିଛି ଲକ୍ଷଣ ଦେଖାଦେଇ ନଥିଲା । କିନ୍ତୁ, ନମୁନା ଟେଷ୍ଟ ପରେ ତାଙ୍କ ଠାରେ କରୋନା ପଜିଟିଭ୍ ମିଳିଥିଲା । ପୂର୍ବରୁ ଦୁବାଇ ଫେରନ୍ତା ଭଦ୍ରକ ଯୁବକଙ୍କ ଠାରେ ମଧ୍ୟ ଅନୁରୂପ ହୋଇଥିବା ସ୍ୱାସ୍ଥ୍ୟ ବିଭାଗ ସୂଚନା ଦେଇଥିଲା ।

କରୋନା ପ୍ରଭାବ, ଜନ ପ୍ରତିନିଧି ଓ ଉଚ୍ଚ ପଦାଧିକାରୀଙ୍କ ଦରମା ସାମୟିକ ଭାବେ କମିଲା

Leave a Reply