ଚୋର କହିଲେ ମାଛ, ମାଂସ, ପନିର ଖାଇବାକୁ ଆମେ ଜେଲ୍ ଯାଉ

କୈମୁର: ବିହାରର କୈମୁର ଜିଲ୍ଲାରେ ଏକ ଆଶ୍ଚର୍ଯ୍ୟଜନକ ମାମଲା ସାମ୍ନାକୁ ଆସିଛି। ଏଠାରେ କିଛି ଚୋର କେବଳ ଏଥିପାଇଁ ଚୋରି କରନ୍ତି କାରଣ ସେମାନେ ଜେଲକୁ ଗଲେ ତାଙ୍କୁ ଯେମିତି ପୂରା ପେଟ ଖାଇବାକୁ ମିଳିପାରିବ । ସବୁଠୁ ଆଶ୍ଚର୍ଯ୍ୟକର କଥା ହେଉଛି ସେମାନଙ୍କୁ ଧରାଯିବା ପରେ ଚୋରମାନେ ଏସପିଙ୍କ ଆଗରେ ତାଙ୍କ ମନକଥା କହିଛନ୍ତି । ଚୋରମାନେ ଏସପିଙ୍କ ଆଗରେ ଚୋରି କରିଥିବା ସ୍ୱୀକାର କରିବାବେଳେ କହିଥିଲେ ଯେ ସାର୍, ଆମେ ଜେଲରେ ମିଳୁଥିବା ଖାଇବା ଖାଇବାକୁ ଚାହୁଁଛୁ । ସେଠାରେ ମାଛ, ମାଂସ ପନିର ଭଳି ଖାଇବାକୁ ଚାହୁଁଛନ୍ତି ବୋଲି ଚୋରମାନେ କହିଥିଲେ । କାହିଁକି ନା ଜେଲରେ ବିନା କାମ କରି ଆମକୁ ଭଲ ଖାଦ୍ୟ ଖାଇବାକୁ ମିଳେ । ଏଥିସହ ଜେଲରେ ବିଭିନ୍ନ ପ୍ରକାରର ଖାଦ୍ୟା ମିଳିଯାଏ, ଆମେ କାହିଁକି ବା ତେବେ ଜେଲକୁ କାହିଁକି ଯିବୁ ନାହିଁ ।

ପୋଲିସ ଏହି ଚୋରି ମାମଲାକୁ ସାମ୍ନାକୁ ଆଣି କହିଛି ଯେ, ଜୁନ୍ ୨୩ରେ କରମଚାଟ ଥାନାର ଥିଲୋଇ ଗ୍ରାମରେ ଥିବା ଏକ ଘରୁ ଚୋରୀ ହୋଇଥିଲା । ଏଥିରେ ଚୋରମାନେ ଲକ୍ଷ ଲକ୍ଷ ଟଙ୍କା ମୂଲ୍ୟର ଅଳଙ୍କାର ସମେତ ନଗଦ ଟଙ୍କା ଚୋରି କରିଥିଲେ । ଜଣେ ଦୋକାନୀଙ୍କ ସମେତ ଚୋରି ଅଭିଯୋଗରେ ୮ ଚୋରଙ୍କୁ ଗିରଫ କରାଯାଇଥିଲା । ଏଥିସହ ପାଞ୍ଚ ଲକ୍ଷ ଅଳଙ୍କାର ମଧ୍ୟ ସେମାନଙ୍କଠାରୁ ଜବତ କରାଯାଇଥିଲା ।

ଚୋରି ଅଭିଯୋଗରେ ଗିରଫ ହୋଇଥିବା ଅଭିଯୁକ୍ତ ଗୁଡୁ କହିଛି ଯେ, ସେହି ଘରେ କାମ କରୁଥିବା ଚାକର ଚୋରି କରିବାକୁ କହିଥିଲା ତେଣୁ ଆମେ ଲୋଭରେ ଆସି ସେଥିପାଇଁ ରାଜି ହୋଇଯାଇଥିଲୁ । ଘରେ ରହୁଛୁ ତ ଆମକୁ କେହି କାମ ଦେଉନାହାଁନ୍ତି, ଏବଂ ଅଭାବ କରାଣରୁ ଶୁଖିଲା ଖାଇବାକୁ ପଡ଼େ । ଯଦି କୌଣସି କାରଣରୁ ଆମେ ଜେଲ ଯାଉ ତ ସେଠାରେ ଆମକୁ ଭଲ ଖାଇବା ପେଟପୂରା ମିଳିଥାଏ । ସେ ଏହା ମଧ୍ୟ କହିଛି ଯେ, ଯେତେଦିନ ଆମେ ଜେଲରେ ରହୁ ଆମର ଭଲଖାଇବାର ବନ୍ଦବସ୍ତୋ ହୋଇଯାଏ । ତେବେ ଏମାନଙ୍କ ମଧ୍ୟରୁ କିଛି ଚୋର ଏମିତି ବି ଅଛନ୍ତି ଯେଉଁମାନେ ଅଳସୁଆ ଏବଂ କିଛି କାମ କରିବାକୁ କରନ୍ତି ନାହିଁ କିନ୍ତୁ ଚୋରୀ ଏଥିପାଇଁ କରନ୍ତି ଯେ, ସେମାନେ ଜେଲ ଯାଇ ମାଛ, ମାଂସ, ଅଣ୍ଡା, ଆଉ ପନିର ଖାଇବାକୁ ମିଳିବ । ଏହି ଚୋରମାନଙ୍କ କହିବା କଥା ହେଉଛି ଆମେ ଚୋରୀ କରି ଯେବେ ଜେଲ ଯାଉ ଆମକୁ ସେଠାରେ ଭଲ ଖାଇବା ମିଳେ ସେଥିପାଇଁ ଚୋରୀ କରୁ ।

Leave a Reply