ସଂଘର୍ଷ ପରର ସଫଳ ଲେଖିକା ଜେ କେ ରାଓଲିଙ୍ଗ୍

1 min read
K Rowling, Richest Woman Writer In The World.

ଜେକେ ରାଓଲିଙ୍ଗ୍  । ମହିଳା ଜଣକ ଦାରିଦ୍ର, ଅଭାବ ଓ ବିବାହ ବିଚ୍ଛ୍ୟେଦ ଭଳି ଅନେକ ସଂଘର୍ଷମୟ ସମୟ ଦେଇ ଜୀବନ ବିତାଇଛନ୍ତି । ତାଙ୍କ ରଚନାକୁ ଯେତେ ଆଦୃତି ଓ ଲୋକ ପ୍ରିୟତା ମିଳିଛି, ବୋଧେ ତାଙ୍କ କ୍ଷେତ୍ରରେ ସେଭଳି ହେବା ସମ୍ଭବ ହୋଇ ନଥିବ । ଆଜି ପୂର୍ବରୁ ବୋଧ ହୁଏ ଆପଣ ଏ ମହିଳାଙ୍କ ନାମକୁ ଶୁଣିନଥାଇ ପାରନ୍ତି ହେଲେ ଏକଥା ଅସମ୍ଭବ ଯେ ଆପଣ ତାଙ୍କ କଳ୍ପନାର ଚରିତ୍ରକୁ ଭେଟିନାହାନ୍ତି । ଏହା ସମ୍ଭବ ହିଁ ନୁହେଁ ଯେ ଆପଣ ହ୍ୟାରିପୋର୍ଟରଙ୍କୁ ଶୁଣିନଥିବେ କିମ୍ୱା ଦେଖିନଥିବେ । ତାଙ୍କ ହ୍ୟାରିପୋର୍ଟର ପୁସ୍ତକ ୪୫୦ ମିଲିୟନ ସଂଖ୍ୟାରେ ମୁଦ୍ରିତ ହୋଇ ବିକ୍ରି ହୋଇ ସାରିଲାଣି ।

Harry potter

ତେବେ ହ୍ୟାରିପୋର୍ଟର କାହାଣୀ ରଚନା କରିବାର ସମୟ ଅନ୍ତରାଳେ ତାଙ୍କୁ ଅନେକ ସଂଘର୍ଷ କରିବାକୁ ପଡିଛି । ସଂଘର୍ଷର ଶଦ୍ଦ ସବୁବେଳେ ନୀରବ, ଠିକ୍ ଜେକେ ରାଓଲିଙ୍ଗ୍ ସଂଘର୍ଷ ଭଳି । ସଫଳତା ପରେ ସେ ନୀରବ କାହାଣୀର ଗର୍ଜନ ଆପଣ ଓ ଆମେ ସମସ୍ତେ ଶୁଣିଛେ ଓ ଶୁଣୁଛେ । ପ୍ରଥମେ ହ୍ୟାରିପୋର୍ଟର ଲେଖିବାକୁ ନେଇ ମନରେ ଭାବନା ଆସିବା ପରେ ସେ ନିଜ ଭାବନ କିଛି କାଗଜରେ ଉତାରି ଏକ ନାପକିନ୍ ପେପରରେ ଲିପିବଦ୍ଧ କରି ରଖିଥିଲେ । ହ୍ୟାରିପୋର୍ଟର ପ୍ରଥମ ଭାଗ ଲେଖିବା ବେଳେ ନିଜ ମା’ଙ୍କୁ ହରାଇଥିଲେ । ସେହିଭଳି ୧୯୯୨ରେ ପୁସ୍ତକ ଲେଖା ମଧ୍ୟରେ ତାଙ୍କର ବିବାହ ବିଚ୍ଛ୍ୟେଦ ହୋଇଥିଲା । ପୁସ୍ତକ ଲେଖା ମଝିରେ ଏଭଳି ଏକ ସମୟ ଥିଲା ଯେତେବେଳେ ସେ ହ୍ୟାରିପୋର୍ଟର ପୁସ୍ତକ ଲେଖା ବନ୍ଦ କରିବାକୁ ଚିନ୍ତା କରିଥିଲେ ।

Harry potter
Harry potter

ସେତେବେଳେ ମାନସିକ ଅବସାଦକୁ ଭୁଲିବା ପାଇଁ ପ୍ରେରଣା ଥିଲା ଦୁଇ ଜଣ । ତାଙ୍କ ଅତି ପ୍ରିୟ ଜେସିକା(ଝିଅ) ଓ ହ୍ୟାରିପୋର୍ଟର । ପୁସ୍ତକ ରଚନାର ଭୋକ ତାଙ୍କୁ ଏଡିନବର୍ଗକୁ ନେଇ ଯାଇଥିଲା । ସେଠାରେ ଏକ କାଫେରେ ସେ ନିଜ ଝିଅ ସହ ବସି ହ୍ୟାରିପୋର୍ଟର ଲେଖା ସାରିଛନ୍ତି । ହ୍ୟାରିପୋର୍ଟର ରଚନା କରିବାକୁ ତାଙ୍କୁ ଟାଇପ୍ କରିବାକୁ ପଡିଛି ପାଖାପାଖି ୯୦ ହଜାର ଶଦ୍ଦ  । ତେବେ ଜେ କେଙ୍କ ସଂଘର୍ଷ ଏଇଠି ସରିନଥିଲା । ପରେ ତାଙ୍କ କାହାଣୀକୁ ଛାପିବାକୁ ୧୨ଟି ପ୍ରକାଶନ ଛାପିବାକୁ ପ୍ରତ୍ୟଖ୍ୟାନ କରିଥିଲେ ।

ଏହାପରେ ଲଣ୍ଡନ ପ୍ରକାଶନୀ ସଂସ୍ଥା ବ୍ଲୁମବରଙ୍କ କନ୍ୟା ହ୍ୟାରିପୋର୍ଟର କାହାଣୀ ପଢିବା ପରେ ଏତେ ମାତ୍ରାରେ ଆକର୍ଷିତ ହେଲେ ଯେ ପୁସ୍ତକ ଛାପିବା ପାଇଁ ପ୍ରସ୍ତୁତ ହୋଇଥିଲେ । ତେବେ ପୁସ୍ତକ ପ୍ରକାଶନ ପରେ ଜେ କେ ଏବେ ଐତିହାସକ ଲେଖିକା । ସଫଳ, ପ୍ରସିଦ୍ଧ ପୁଣି ଲକ୍ଷ ଲକ୍ଷଙ୍କ ପାଇଁ ପ୍ରେରଣା । ୨୦୧୧ରେ ଖବର ଆସିଲା ତାଙ୍କ ସମ୍ପୂର୍ଣ୍ଣ ସମ୍ପତ୍ତିର ମୂଲ୍ୟ ୧ ବିଲିୟନ ଡଲାର ବୋଲି । ଏ ହେଉଛ ସଂଘର୍ଷ ପରର ସଫଳତା ।

Leave a Reply