ଭୋପାଳରୁ ଦିଲ୍ଲୀ ଚାଲିଛି ରାଜନୈତିକ ଛକାପଞ୍ଝା, ବିଜେପିରେ ମିଶିବେ ସିନ୍ଧିଆ !

1 min read

ନୂଆଦିଲ୍ଲୀ: ମଧ୍ୟପ୍ରଦେଶ ସରକାର ସଙ୍କଟକୁ ନେଇ କମ୍ପୁଛି ଦିଲ୍ଲୀ । ଭୋପାଳରୁ ଦିଲ୍ଲୀ ଚାଲିଛି ରାଜନୈତିକ ଛକାପଞ୍ଝା । କଂଗ୍ରେସରୁ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ଇସ୍ତଫା ସହ ବିଜେପିର ବଡ଼ ନେତାଙ୍କୁ ଭେଟିବା ଅପରେସନ୍ ଲୋଟସକୁ ଆଉ ପାଦେ ଆଗକୁ ନେଇଛି । ମଧ୍ୟପ୍ରଦେଶରେ ରାଜନୈତିକ ହଟଚମଟ ସୋମବାର ରାତିରୁ ଲାଗି ରହିଛି । ଏହାରି ଭିତରେ ମଙ୍ଗଳବାର ସନ୍ଧ୍ୟାରେ ଦିଲ୍ଲୀ ବିଜେପି ମୁଖ୍ୟାଳୟରେ ବସିଛି କେନ୍ଦ୍ରୀୟ ନିର୍ବାଚନ କମିଟି ବୈଠକ ।

କ’ଣ ହେବ ବିଦ୍ରୋହୀ ନେତା ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ଭବିଷ୍ୟତ: ପୂରା ହେବ କି ମୁଖ୍ୟମନ୍ତ୍ରୀ ହେବାର ସ୍ୱପ୍ନ?

ଆଶା କରାଯାଉଛି ବୈଠକରେ ସିନ୍ଧିଆ ବିଜେପିରେ ଯୋଗଦେବା ନେଇ ଚୂଡ଼ାନ୍ତ କରାଯିବ । ଯଦି ସିନ୍ଧିଆ ଯୋଗ ଦିଅନ୍ତି ତେବେ ତାଙ୍କୁ କେଉଁ ପଦ ମିଳିବ । ସେ ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ ହେବେ ନା କେନ୍ଦ୍ର ମନ୍ତ୍ରୀ ପଦ ଦିଆଯିବ । ସେନେଇ ବିଚାର ବିମର୍ଶ ଚାଲିଛି । ମିଳିଥିବା ସୂଚନା ଅନୁଯାୟୀ ବିଜେପି ତାଙ୍କୁ ମଧ୍ୟପ୍ରଦେଶରୁ ରାଜ୍ୟସଭାକୁ ପଠାଇପାରେ ।

ଏସବୁ ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ ଥିବା ବିଜେପିର ସିଇସି ଉପରେ ସମସ୍ତଙ୍କ ନଜର ରହିଛି । କିଛି ସମୟ ପରେ ସିନ୍ଧିଆ ବିଜେପି ମୁଖ୍ୟାଳୟରେ ପହଞ୍ଚି ଦଳରେ ଔପଚାରିକ ଭାବେ ମିଶିପାରନ୍ତି ।

Leave a Reply