ଶପଥ ନେଲେ ଓଡ଼ିଶା ହାଇକୋର୍ଟର ତୃତୀୟ ମହିଳା ବିଚାରପତି ସାବିତ୍ରୀ ରଥ

କଟକ: ଓଡ଼ିଶା ହାଇକୋର୍ଟର ବିଚାରପତି ଭାବେ ଶପଥ ନେଇଛନ୍ତି ସାବିତ୍ରୀ ରଥ । ହାଇକୋର୍ଟ ମୁଖ୍ୟ ବିଚାରପତି ଜଷ୍ଟିସ ମହମ୍ମଦ ରଫିକ୍‌ ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି । ଜଷ୍ଟିସ ସାବିତ୍ରୀ ରଥ ହାଇକୋର୍ଟର ୧୬ତମ ବିଚାରପତି ଭାବେ ଶପଥ ନେଇଛନ୍ତି ।  କରୋନା ପାଇଁ ନିରାଡମ୍ବର ଭାବେ ଶପଥ ପାଠ ଉତ୍ସବ ଅନୁଷ୍ଠିତ ହୋଇଛି । ଶପଥପାଠ ଉତ୍ସବରେ ହାଇକୋର୍ଟର ବିଚାରପତିମାନେ ଯୋଗଦେଛନ୍ତି ।

ଏହାସହ ସେ ଓଡ଼ିଶା ହାଇକୋର୍ଟର ତୃତୀୟ ମହିଳା ବିଚାରପତି ଜଷ୍ଟିସ ସାବିତ୍ରୀ ରଥ ହୋଇଛନ୍ତି । ତାଙ୍କ ପୂର୍ବରୁ ଜଷ୍ଟିସ ଅମିୟ କୁମାରୀ ପାଢି ଏବଂ ଜଷ୍ଟିସ୍ ସଞ୍ଜୁ ପଣ୍ଡା ବିଚାପତି ଭାବେ କାର୍ଯ୍ୟରତ ଥିଲେ  ।

Leave a Reply