‘ହାରାମଖୋର’ ଅର୍ଥ ଯଦି ‘ନଟି’ ତେବେ ‘ନଟି’ ଅର୍ଥ କ’ଣ ? ପଚାରିଲେ ବିଚାରପତି…

1 min read
Justice asked Naughty Means IN BMC Kangana FaceOff Case

ମୁମ୍ବାଇ: କଂଗନା ରନାୱତ ଓ ବିଏମସି ମଧ୍ୟରେ ବମ୍ବେ ହାଇକୋର୍ଟରେ ଆଇନଗତ ଲଢେଇ ଚାଲିଛି । ସୋମବାର ଦିନ ଏହି ମାମଲାରେ ଶୁଣାଣି କାଳରେ ଅଦାଲତ ଶିବସେନା ନେତା ସଂଜୟ ରାଉତଙ୍କ ହାରାମଖୋର ଶବ୍ଦର ବ୍ୟାଖ୍ୟାକୁ ନେଇ ଆଶ୍ଚର୍ଯ୍ୟ ବ୍ୟକ୍ତ କରିଛନ୍ତି । ବିଏମସି ଓକିଲ ଓ କଂଗନାଙ୍କ ଓକିଲ ଜଷ୍ଟିସ୍ ଏସ କଥାବାଲା ଓ ଜଷ୍ଟିସ ରିୟାଜ ଚାଗଲାଙ୍କ ସମ୍ମୁଖରେ ନିଜ ପକ୍ଷ ରଖିଥିଲେ ।

Justice asked Naughty Means IN BMC Kangana FaceOff Case
FILE

କଂଗନାଙ୍କ ଓକିଲା ବିରେନ୍ଦ୍ର ସରାଫ କହିଥିଲେ ଯେ, ଏହି ମାମଲାରେ ତାଙ୍କ ମହକିଲଙ୍କ ସହ ଅନ୍ୟାୟ ହୋଇଛି । ସେ କହିଥିଲେ ଯେ, ସଂଜୟ ରାଉତ ଓ ବିଏମସି ଅଧିକାରୀଙ୍କ ଆବେଦନ ସେ ପଢ଼ିବା ସୁଯୋଗ ପାଇ ନାହାନ୍ତି ତେଣୁ ତାଙ୍କୁ ଏହାର ଉତ୍ତର ପରେ ଦେବାକୁ ଅନୁମତି ଦିଆଯାଉ । ଯାହାର ଉତ୍ତରରେ ବିଚାରପତି କହିଥିଲେ ଯେ, ବିଏମସି ଫାଇଲ ଏପର୍ଯ୍ୟନ୍ତ ଆସିନାହିଁ । ଏହାପରେ କଂଗନାଙ୍କ ଓକିଲଙ୍କୁ ବିଚାରପତି ତାଙ୍କ ଟିଭି ସାକ୍ଷାତକାର ଭିଡିଓ ଅଦାଲତରେ ରଖିବାକୁ କହିଥିଲେ । ସରାଫ ସିଡି ଅଦାଲତରେ ରଖିବେ ବୋଲି କହିଥିଲେ ଯେଉଁଥିରେ ସଂଜୟ ରାଉତ ହାରାମଖୋର ଶବ୍ଦର ଅର୍ଥ ବୁଝାଇଛନ୍ତି । ଏହା ଉପରେ ବିଚାରପତି କଥାବାଲା କହିଥିଲେ ଯେ, ଆମପାଖରେ ଡିକସନାରୀ ଅଛି । ଉତ୍ତରରେ କଂଗନାଙ୍କ ଓକିଲ କହିଥିଲେ ଯେ, ସଂଜୟ ରାଉତ ହାରାମଖୋରର ଅର୍ଥ ନଟି ବୋଲି କହୁଛନ୍ତି । ଏହାଶୁଣି ବିଚାରପତି କଥାବାଲା ଆଶ୍ଚର୍ଯ୍ୟ ପ୍ରକଟ କରିଥିଲେ । ବିଚାରପତି ପଚାରିଥିଲେ ଯେ, ଯଦି ହାରାମଖୋରର ଅର୍ଥ ନଟି,ତେବେ ନଟିର ଅର୍ଥ କ’ଣ ?

Leave a Reply