ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଜାଲରେ ଜୁନିଅର ଇଞ୍ଜିନିୟର

ଭୁବନେଶ୍ୱର: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ । ଭିଜିଲାନ୍ସ ଜାଲରେ ଭୁବନେଶ୍ୱର ବ୍ଲକର ଜୁନିଅର ଇଞ୍ଜିନିୟର । ଶୁଭେନ୍ଦୁ ପ୍ରଧାନଙ୍କ ଘରେ ଭିଜିଲାନ୍ସ ରେଡ୍ ହୋଇଛି । ଏକକାଳୀନ ୩ଟି ସ୍ଥାନରେ ଚଢାଉ ଜାରି ରିହଛି । ଭୁବନେଶ୍ୱର ହାଉସିଂ ବୋର୍ଡ ସ୍ଥିତ ଘର, ଭୁବନେଶ୍ୱର ବିଡିଓ କାର୍ଯ୍ୟାଳୟରେ ଥିବା ଚାମ୍ବର ଓ ପୈତୃକ ଗାଁ କାକଟରପୁରର ଶ୍ରୀଚନ୍ଦନପୁରରେ ଚଢାଉ ଜାରି ରହିଛି ।

ସୂଚନା ଅନୁସାରେ, ଶୁଭେନ୍ଦୁଙ୍କ ନାଁରେ ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ ପରେ ତାଙ୍କ ବାସ ଭବନ ସହ ୩ଟି ସ୍ଥାନରେ ଭିଜିଲାନ୍, ଚଢାଉ କରିଛି । ଚଢାଉ ପରେ ବର୍ତ୍ତମାନ ସୁଧା କିଛି ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଓ କୋଠାବଡ଼ିର ମଧ୍ୟ ସନ୍ଧାନ ମିଳିଛି । କିଛି ସମୟରେ ସ୍ପଷ୍ଟ ହେବ ଯେ, ତାଙ୍କର କେତେ ପରିମାଣର ସ୍ଥାବର ଅସ୍ଥାବର ସମ୍ପତ୍ତି ରହିଛି ।

Leave a Reply