ଆଇନ୍ ଫାଶରେ ନିର୍ଭୟା ଦୋଷୀଙ୍କୁ ଫାଶୀ, ବିଚାରପତି କହିଲେ ଏମିତି କଥା…

ନୂଆଦିଲ୍ଲୀ: ୪ ‘ନିର୍ଭୟା’ ଦୋଷୀଙ୍କୁ ଫାଶୀ କେବେ ? ଆଉ କେତେ ଥର ଘୁଞ୍ଚିବ ଫାଶୀ ତାରିଖ । ଦେଶବାସୀଙ୍କ ମୁହଁରେ ଏବେ ସେ ଗୋଟିଏ ପ୍ରଶ୍ନ । ସମସ୍ତ ଦୋଷୀଙ୍କୁ କେବେ ମିଳିବ ମୃତ୍ୟୁଦଣ୍ଡ । ଏଭଳି ସ୍ଥଳେ ଦୋଷୀଙ୍କ ପାଇଁ ନୂଆ ଡେଥ୍ ୱାରେଣ୍ଟ ଜାରି କରିବା ପାଇଁ ଦିଲ୍ଲୀ ପଟିଆଲା କୋର୍ଟ ମନା କରି ଦେଇଛନ୍ତି । କୋର୍ଟ ଡେଥ୍ ୱାରେଣ୍ଟ ଆବେଦନକୁ ଖାରଜ କରିବା ସହ କହିଛନ୍ତି, ଯଦି ଆଇନ୍ ଦୋଷୀଙ୍କୁ ବଞ୍ଚିବାକୁ ଅନୁମତି ଦେଉଛି ତେବେ ଫାଶୀ ଖୁଣ୍ଟରେ ଚଢ଼ାଇବା ପାପ ହେବ ।ଡେଥ୍ ୱାରେଣ୍ଟ ଜାରି ପାଇଁ ଦିଲ୍ଲୀ ସରକାର କରିଥିବା ଆବେଦନ ଉପରେ କୋର୍ଟ ଶୁଣାଣି କରିଥିଲେ । ଶୁଣାଣି ବେଳେ ୪ ଦୋଷୀଙ୍କୁ କୌଣସି ଆବେଦନ କେଉଁ କୋର୍ଟରେ ପଡ଼ିନଥିବା ନେଇ ତଥ୍ୟ ରଖିଥିଲେ ଦିଲ୍ଲୀ ସରକାର । କୋର୍ଟ ସରକାରୀ ଓକିଲଙ୍କୁ କୌଣସି ଦୋଷୀ ଦୟା ଆବେଦନ ଓ କ୍ୟୁରେଟିଭ୍ ପିଟିସନ୍ ଦେବା ବାକି ଅଛି କି ବୋଲି ପ୍ରଶ୍ନ କରିଥିଲେ । ତେବେ, ତିହାର ଜେଲ୍ କର୍ତ୍ତୃପକ୍ଷ ଦୋଷୀଙ୍କୁ କୌଣସି ଆଇନଗତ ପନ୍ଥା ଗ୍ରହଣ କରିବାକୁ ବାଧ୍ୟ କରିପାରିବେ ନାହିଁ ବୋଲି କହିଥିଲେ ସରକାରୀ ଓକିଲ ।ସୂଚନାଯୋଗ୍ୟ ଯେ, ୪ ଦୋଷୀଙ୍କ ମଧ୍ୟରୁ ଅକ୍ଷୟ, ମୁକେଶ ଓ ବିନୟଙ୍କ ପାଖରେ ଆଇନର ଆଉ କୌଣସି ବିକଳ୍ପ ବାକି ନାହିଁ । ଚତୁର୍ଥ ଦୋଷୀ ପୱନ କ୍ୟୁରେଟିଭ୍ ପିଟିସନ୍ ଦାଖଲ କରିନଥିବା ବେଳେ ଦୟା ଆବେଦନ ବି କରିନାହିଁ । କୋର୍ଟ ଡେଥ୍ ୱାରେଣ୍ଟ ଆବେଦନ ଉପରେ ସହମତି ପ୍ରକାଶ କରିନଥିଲେ । ପଟିଆଲା ହାଉସ କୋର୍ଟ ଡେଥ୍ ୱାରେଣ୍ଟ ଆବେଦନକୁ ଖାରଜ କରି ଦେଇଥିଲେ । ଏଥିସହ ଅତିରିକ୍ତ ଦୌରାଜଜ ଧର୍ମେନ୍ଦ୍ର ରାଣା କହିଥିଲେ, ‘ଯେତେବେଳେ ଆଇନ୍ ଦୋଷୀଙ୍କୁ ବଞ୍ଚିବାର ବା ଜିଇଁବାର ଅନୁମତି ଦେଉଛି ସେଠି ଫାଶୀ ପାପ’ ।

ଏକାସାଥିରେ ଫାଶୀ ପାଇବେ ସମସ୍ତ ଦୋଷୀ: ୭ ଦିନ ମଧ୍ୟରେ ସମସ୍ତ ଆଇନଗତ ଉପାୟ ଅପଣାଇବାକୁ ନିର୍ଦ୍ଦେଶ

୨୦୧୨ ‘ନିର୍ଭୟା’ ନିର୍ଭୟା ମାମଲାରେ ୪ ଦୋଷୀ ମୁକେଶ କୁମାର, ପୱନ ଗୁପ୍ତା, ବିନୟ କୁମାର ଓ ଅକ୍ଷୟ କୁମାରକୁ ଫାଶୀ ଦଣ୍ଡାଦେଶ ହୋଇଛି । ଏବେ ୪ ଦୋଷୀ ତିହାଡ଼ ଜେଲରେ ଅଛନ୍ତି । ୩ ଦୋଷୀଙ୍କ କ୍ୟୁରେଟିଭ୍ ପିଟିସନ୍ ସହ ଦୟା ଆବେଦନ ଖାରଜ ହୋଇଯାଇଛି । କେବଳ, ପୱନ ଗୁପ୍ତା ପାଖରେ କ୍ୟୁରେଟିଭ୍ ପିଟିସନ୍ ସହ ଦୟା ଆବେଦନ ବିକଳ୍ପ ରହିଛି । ଏହି ଆଧାରରେ ପଟିଆଲା ହାଉସ୍ କୋର୍ଟ ଡେଥ୍ ୱାରେଣ୍ଟ ଜାରି ଆବେଦନକୁ ଅଗ୍ରାହ୍ୟ କରି ଦେଇଥିଲେ ।

ଦୋଷୀଙ୍କ ପାଖରୁ ଘୁଞ୍ଚୁଛି ଫାଶୀ ଖୁଣ୍ଟ

Leave a Reply