ଅନୁଗୁଳରେ ବିଶ୍ୱର ସର୍ବବୃହତ୍ତ ଇସ୍ପାତ କାରଖାନା ପ୍ରତିଷ୍ଠା କରିବ JSPL

JSPL To Establish World’s Largest Steel Factory In Angul By 2030

ଭୁବନେଶ୍ୱର: ଓଡ଼ିଶାକୁ ୧୦୦ ନିୟୁତ ଟନ୍ ଇସ୍ପାତ ନିର୍ମାଣ ହବ୍ ଭାବରେ ପ୍ରତିଷ୍ଠା କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦୂରଦୃଷ୍ଟିରେ ଅନୁପ୍ରାଣିତ ହୋଇଛି ଜିନ୍ଦଲ । କମ୍ପାନୀ ଅନୁଗୁଳ ଠାରେ ବିଶ୍ୱର ସର୍ବବୃହତ୍ତ କାରଖାନା ପ୍ରତିଷ୍ଠା କରିବ । ଏନେଇ ଜିନ୍ଦଲ୍ ଷ୍ଟିଲ୍ ଏଣ୍ଡ ପାୱାର୍ ଲିଃ (ଜେଏସ୍‌ପିଏଲ୍‌) ଅଧ୍ୟକ୍ଷ ନବୀନ ଜିନ୍ଦଲ କମ୍ପାନୀର ଭିଜନ୍ ୨୦୩୦ ଉପସ୍ଥାପନ କରିଛନ୍ତି । ଅନଲାଇନରେ ଅନୁଷ୍ଠିତ ଏହି ବୈଠକରେ ଓଡ଼ିଶା ଇସ୍ପାତ ଓ ଖଣି ମନ୍ତ୍ରୀ, ଶିଳ୍ପ ମନ୍ତ୍ରୀ, ମୂଖ୍ୟ ଶାସନ ସଚିବ, ଉନ୍ନୟନ କମିଶନର ଓ ଅନ୍ୟାନ୍ୟ ଉଚ୍ଚ ଅଧିକାରୀ ଉପସ୍ଥିତ ଥିଲେ ।

JSPL To Establish World’s Largest Steel Factory In Angul By 2030

୨୦୩୦ ସୁଦ୍ଧା ୧.୨୦ ଲକ୍ଷ କୋଟି ଟଙ୍କା ପୁଞ୍ଜି ନିବେଶ କରି ଅନୁଗୁଳ ଠାରେ ବିଶ୍ୱର ସର୍ବବୃହତ୍ତ ଇସ୍ପାତ କାରଖାନା ପ୍ରତିଷ୍ଠା କରିବ ଜେଏସ୍‌ପିଏଲ୍‌ । ଅନୁଗୁଳରେ ଥିବା ଜେଏସ୍‌ପିଏଲ୍‌ର ବାର୍ଷିକ ୬ ନିୟୁତ ଟନ୍ କ୍ଷମତା ବିଶିଷ୍ଟ ସମନ୍ୱୀତ ଇସ୍ପାତ କାରଖାନାର କ୍ଷମତା ବାର୍ଷିକ ୨୫.୨ ନିୟୁତ ଟନ୍‌କୁ ବୃଦ୍ଧି କରାଯିବ । ହାଇଡ୍ରୋଜେନ ଆଧାରିତ ଡି.ଆର୍‌.ଆଇ ଓ ଇ.ଏ.ଏଫ୍ ମାର୍ଗ ଜ୍ଞାନକୌଶଳ ବ୍ୟବହାର କରାଯାଇ ଇସ୍ପାତ ଉତ୍ପାଦନ ଜ୍ଞାନକୌଶଳ ପାଇଁ ଏହା ବିଶ୍ୱର ସର୍ବାଧିକ ପରିବେଶ ଅନୁକୁଳ ଇସ୍ପାତ କାରଖାନା ହେବ ।

JSPL To Establish World’s Largest Steel Factory In Angul By 2030

ଏହାଦ୍ୱାରା ଓଡ଼ିଶାରେ ୬୦,୦୦୦ରୁ ଅଧିକ ପ୍ରତ୍ୟକ୍ଷ ଓ ୩,୦୦,୦୦୦ରୁ ଅଧିକ ପରୋକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ । ଜେଏସ୍‌ପିଏଲ୍ ନିଜସ୍ୱ ଆୟ ଓ ଇକ୍ୱିଟୀ ମାଧ୍ୟମରେ ଏହି ପୁଞିନିବେଶର ଲକ୍ଷ୍ୟ ହାସଲ କରିବ । ଏହାଦ୍ୱାରା ରାଜ୍ୟରେ ବାର୍ଷିକ ପ୍ରାୟ ୧.୫ ଲକ୍ଷ କୋଟି ଟଙ୍କାର ଅର୍ଥନୈତିକ କାରବାର ଏବଂ ରାଜ୍ୟ କୋଷାଗାରକୁ ୭୫୦୦ କୋଟି ଟଙ୍କାର ରାଜସ୍ୱ ମିଳିବାର ସମ୍ଭାବନା ରହିଛି । ବାର୍ଷିକ ୧୨.୫ ନିୟୁତ ଟନ୍ କ୍ଷମତା ବିଶିଷ୍ଟ ପରିବେଶ ଉପଯୋଗୀ ସିମେଣ୍ଟ କାରଖାନା ପ୍ରତିଷ୍ଠା କରିବ ଜିନ୍ଦଲ ।

Leave a Reply