ମୋଦି କେବଳ ନେତା ନୁହଁନ୍ତି ଅସହାୟଙ୍କ ସ୍ୱର: ନଡ୍ଡା

1 min read

ଲକ୍ଷ୍ନୌ: ବିଜେପି ସରକାରକୁ ନେଇ ବିରୋଧୀଙ୍କ ରାଜନୀତି । ମୋଦିଙ୍କ ଦ୍ୱିତୀୟ ପାଳିର ପ୍ରଥମ ବର୍ଷ ଓ ଗଲବାନ ସଂଘର୍ଷକୁ ନେଇ ତୀର ମାରି ଚାଲାଛି କଂଗ୍ରେସ । ଦେଶ ମହାମାରୀ ସହ ଲଢ଼ୁଥିବା ବେଳେ ଭର୍ଚୁଆଲ୍ ରାଲି କାହା ପାଇଁ ବୋଲି କଂଗ୍ରେସ ବାରମ୍ବାର ପ୍ରଶ୍ନ କରୁଛି । ଉତ୍ତରପ୍ରଦେଶରେ ଭର୍ଚୁରାଲିରେ ଏହାର ଉତ୍ତର ରଖି ଦଳ କଂଗ୍ରେସ ଉପରେ ପାଲଟା ଆକ୍ରମଣ କରିଛି । ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ରାହୁଲ ଗାନ୍ଧିଙ୍କୁ ନିଶାନା କରିଛନ୍ତି । କହିଛନ୍ତି ଆଜିକାଲି କଂଗ୍ରେସ ସହିତ ଭଗବାନ ବି ନାହାଁନ୍ତି ।

ଗଲବାନରେ ଚୀନ ସହ ସଂଘର୍ଷକୁ ନେଇ ରାହୁଲ ଗାନ୍ଧି ମୋଦି ସରକାରଙ୍କ ଉପରେ ଆକ୍ରମଣ କରୁଛନ୍ତି । ରବିବାର ଟ୍ୱିଟ୍ କରି ପ୍ରଧାନମନ୍ତ୍ରୀ ମୋଦିଙ୍କୁ ‘ସରେଣ୍ଡର ମୋଦି’ ଆଖ୍ୟା ଦେଇଥିଲେ ରାହୁଲ । ସ୍ପେଲିଂ ଭୁଲ୍ ଯୋଗୁଁ ବିଜେପି ସମର୍ଥକ ‘ସରେଣ୍ଡର’କୁ ‘ସୁରେନ୍ଦ୍ର’ କହିଥିଲେ । ‘ସୁରେନ୍ଦ୍ର’ର ଅର୍ଥ ହେଉଛି ଲୋକଙ୍କ ରାଜା । ରାହୁଲଙ୍କ ଏହି ଆକ୍ରମଣକୁ ବିଜେପି ଏବେ ମୌକା ଭାବେ ବ୍ୟବହାର କରିବା ଆରମ୍ଭ କରିଛି ।

ଭର୍ଚୁଆଲ୍ ରାଲିରେ ବିଜେପି ଅଧ୍ୟକ୍ଷ ଜେପି ନଡ୍ଡା କହିଛନ୍ତି- ଏବେ କଂଗ୍ରେସ ସହିତ ଭଗବାନ ବି ନାହାଁନ୍ତି । ନରେନ୍ଦ୍ର ମୋଦି ଏବେ ସୁରେନ୍ଦ୍ର ମୋଦି… । ରାହୁଲଙ୍କ ଗୋଟିଏ ଧାଡ଼ି ଟ୍ୱିଟ ବିଜେପି ପାଇଁ ଏବେ ବରଦାନ ପାଲଟିଛି ।

ରବିବାର ସକାଳେ ରାହୁଲ ଗାନ୍ଧି ଟ୍ୱିଟରରେ ପିଏମ୍ ମୋଦିଙ୍କୁ ‘ସରେଣ୍ଡର ମୋଦି’ ଲେଖିଥିଲେ । ଜାପାନ ଟାଇମ୍ସରେ ପ୍ରକାଶିତ ଲେଖା ଉପରେ ମତ ଦେଇଥିଲେ ରାହୁଲ ଏମିତି ଲେଖିଥିଲେ । ଯେଉଁ ପୋଷ୍ଟର କଡ଼ା ପ୍ରତିକ୍ରିୟା ଦେଇଥିଲା ବିଜେପି । ଏପରିକି ବିଜେପିର ରାଷ୍ଟ୍ରୀୟ ମୁଖପାତ୍ର ସାହନବାଜ ହୁସୈନ୍ ଭିଡିଓ ଜାରି କରି ରାହୁଲ୍ ମର୍ଯ୍ୟାଦା ହାନି କରୁଥିବା କହିଥିଲେ ।

ରାହୁଲ କହୁଥିବା କଥା ଶତ୍ରୁ ଦେଶର ନେତା ବି କହୁନାହାନ୍ତି: ବିଜେପି

Leave a Reply