ଦିନକରେ ସିଭିଲ ସର୍ଭିସ କ୍ରାକ୍ କରିହୁଏନା : ସଂଜିତା

1 min read

ଆଜି ୟୁପିଏସସିର ସିଭିଲ ସର୍ଭିସ ପରୀକ୍ଷା ଫଳାଫଳ ପ୍ରକାଶ ପାଇଛି । ଟପ୍ ୧୦ମଧ୍ୟରେ ଓଡିଶାର ଝିଅ ସଞ୍ଜିତା ମହାପାତ୍ର ଅଛନ୍ତି । ଦଶମ ସ୍ଥାନରେ ଓଡ଼ିଶାର ସଞ୍ଜିତା ମହାପାତ୍ର ଅଛନ୍ତି । ତେବେ ୨୦୧୭ରେ OAS ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିଲେ ସଞ୍ଜିତା । ୨୦୧୭ର OAS ପରୀକ୍ଷାରେ ଦ୍ୱିତୀୟ ସ୍ଥାନରେ ଥିଲେ ସଞ୍ଜିତା । OPSCରେ ସଫଳ ହେବା ପରେ ସେ UPSC ପାଇଁ ମଧ୍ୟ ଲାଗିପଡିଥିଲେ । ଆଜି ୟୁପିଏସସିର ଫଳାଫଳ ବାହାରିବା ପରେ ସେ ବହୁତ ଖୁସି । ତାଙ୍କର ଦୃଢ ବିଶ୍ୱାସ ଓ ପରିଶ୍ରମ ଯୋଗୁଁ ସେ ଆଜି ଏହି ସଫଳତା ଅର୍ଜନ କରିଛନ୍ତି ।

ସଞ୍ଜିତାଙ୍କ ଅନୁସାରେ ପରିଶ୍ରମ ହିଁ ମଣିଷର ସଫଳତାକୁ ପରିଚୟ ଦେଇଥାଏ । ପରିଶ୍ରମ ସାମ୍ନାରେ ବିଫଳତା ମଧ୍ୟ ହାରିଯାଏ ।  ସେ ତାଙ୍କ ପ୍ରୟାସ ଓ ପ୍ରସ୍ତୁତିରେ କୌଣସି ଅବହେଳା କରିନଥିଲେ । କଠିନ ପରିଶ୍ରମ କରି ସେ OAS ପରୀକ୍ଷାରେ ସଫଳତା ହାସଲ କରିଥିଲେ । କିନ୍ତୁ ଫଳାଫଳ ବାହାରିବା ପରେ ବି ସଞ୍ଜିତା ବିଶ୍ୱାସ କରିନଥିଲେ ଯେ, ସେ ଦ୍ୱିତୀୟ ସ୍ଥାନରେ ଥିଲେ । ସିଭିଲ ସର୍ଭିସ୍ କେବେ ବି ଗୋଟେ ଦିନରେ ହାସଲ କରି ହୁଏ ନାହିଁ । ଏଥିପାଇଁ ପ୍ରଥମ ଦିନରୁ ହିଁ ଲାଗିବାକୁ ପଡିଥାଏ ବୋଲି କହିଥିଲେ ସଞ୍ଜିତା । ପ୍ରତିଦିନ ସକାଳେ ଉଠି ସେ ଭାବୁଥିଲେ ଯେ, ତାଙ୍କୁ ଗୋଟେ ଦିନରେ କେତେ କୋର୍ସ ସାରିବାକୁ ଅଛି । ପାଠ ପଢା ନେଇ ତାଙ୍କ ଘର ଲୋକଙ୍କ ସହଯୋଗ ସବୁବେଳେ ତାଙ୍କ ପାଖରେ ଥିଲା । ହେଲେ ସମସ୍ତଙ୍କ ସହଯୋଗରୁ ଅଧିକ ଜରୁରୀ ହେଉଛି ନିଜ ଉପରେ ବିଶ୍ୱାସ ।

 

ପିଲା ଦିନୁ ତାଙ୍କର ଇଚ୍ଛା ଥିଲା ଯେ, ବଡ ହୋଇ ସେ ଦେଶରେ ଅନେକ ପରିବର୍ତ୍ତନ ଆଣିବେ । ସେଥିପାଇଁ ସେ ଚାକିରି ଛାଡି ପଢାପଢି ଉପରେ ବିଶେଷ ଧ୍ୟାନ ଦେଇଥିଲେ । ବିବାହ ପରେ ମଧ୍ୟ ତାଙ୍କର ପାଠ ପଢାରେ କୌଣସି ଅସୁବିଧା ହୋଇନଥିଲା । ସିଭିଲ ସର୍ଭିସ୍ ପାଇଁ ମଣିଷର ଧର୍ଯ୍ୟ ଓ ଆତ୍ମ ବିଶ୍ୱାସ ରହିବା ନିହାତି ଜରୁରୀ ବୋଲି କହିଛନ୍ତି ସଞ୍ଜିତା । ନିଜ ଲକ୍ଷରେ ପହଞ୍ଚିବା ପାଇଁ ବାରମ୍ବାର ଚେଷ୍ଟା କରିବା ଆବଶ୍ୟକ । ଆଜି UPSCରେ ସଫଳତା ତାଙ୍କ ପାଇଁ ଏକ ଆଶ୍ୱସ୍ତିର ଖବର । କରୋନା ଯୋଗୁଁ ଏହି ୩-୪ ମାସ ତାଙ୍କ ପାଇଁ କୌଣସି ଚାପରୁ କମ ନଥିଲା । କାରଣ ଏପ୍ରିଲ ୧୦ ତାରିଖ ସୁଦ୍ଧା ରେଜଲ୍ଟ ବାହାରିବାର ଥିଲା ।

ଆଜି ରେଜଲ୍ଟ ବାହାରିବା ପରେ ସେ ବହୁତ ଖୁସି ଅଛନ୍ତି । UPSC ପାଇଁ ସେ ୨-୩ ବର୍ଷରୁ ଚେଷ୍ଟା କରୁଥିଲେ । ସେ କେତେ ଘଣ୍ଟା ପାଠ ପଢୁଥିଲେ ସେ ନେଇ କେବେ ଗୁରୁତ୍ୱ ଦେଉନଥିଲେ । କିନ୍ତୁ ଯେତିକି ସମୟ ପଢୁଥିଲେ ଓ କଣ ପଢୁଥିଲେ ସେନେଇ ଗୁରୁତ୍ୱ ଦେଉଥିଲେ । ସଫଳତାର ମନ୍ତ୍ର ହେଉଛି ଧର୍ଯ୍ୟ ଓ ଆତ୍ମବିଶ୍ୱାସ । ଲକ୍ଷକୁ ସୁଦୃଢ କରି ସେ ଆଜି ଏହି ସ୍ଥରରେ ପହଞ୍ଚିଛନ୍ତି ।

Leave a Reply