ଲେହରୁ ଦିଲ୍ଲୀ ଆସିଲା ମା’ କ୍ଷୀର, କାରଗୋ ବିମାନରେ ହଜାର କିଲୋମିଟରୁ ପ୍ରତିଦିନ ପହଞ୍ଚୁଛି କ୍ଷୀର….

ଲେହରୁ ଦିଲ୍ଲୀ । ଦୂରତା ପ୍ରାୟ ୧ହଜାର କିଲୋମିଟର  । ତେବେ ମା’ର ମମତା ଆଗରେ ତୁଚ୍ଛ ହୋଇଛି ଦୂରତ୍ୱର ପ୍ରତିବନ୍ଧକ । ଏତେ ଦୂରରେ ଥାଇ ମଧ୍ୟ ମା’ ସ୍ତନାମୃତର ସ୍ପର୍ଶ ପାଇଛି ନବଜାତ ଶିଶୁ । କରୋନା କାଳରେ ରାଜଧାନୀ ସମେତ ସାରା ଦେଶରେ ଲାଗିଛି ଅଘୋଷିତ ରୋକ୍ । ତା ଉପରେ ପୁଣି ସରକାରଙ୍କ ଲକଡାଉନ୍ ଆଉ ସଟଡାଉନ୍ । ଏସବୁ ଭିତରେ ଏକ ନବଜାତ ଶିଶୁ ତା ମାଠାରୁ ବିଚ୍ଛ୍ୟେଦ ହୋଇ ଦିଲ୍ଲୀ ଡାକ୍ତରଖାନାରେ ରହିଛି ।

ମା ରହିଛି ଲଦାଖ ଲେହରେ  । ତେବେ ଶିଶୁକୁ ପାଉଡର କ୍ଷୀର ନରୁଚିବା ପରେ ବାପା ୱାଙ୍ଗୁଡୁଙ୍କୁ ଘାରିଥିଲା ଚିନ୍ତା । ତେବେ ବାଧ୍ୟ ହୋଇ ଲେହରୁ ମଗାଯାଇଥିଲା ମା କ୍ଷୀର । ଲେହରେ ଚିକିତ୍ସିତ ଥିବା ତାଙ୍କ ମା ପ୍ରତି ଦିନ କ୍ଷୀର ପଠାଉଛନ୍ତି ଦିଲ୍ଲୀ । ତେବେ କାରଗୋ ବିମାନ କ୍ଷୀର ନେଇ ଦିଲ୍ଲୀରେ ପହଞ୍ଚୁଛି । ଏଥିପାଇଁ ଟଙ୍କା ମଧ୍ୟ ବିମାନ ଟଙ୍କା ମଧ୍ୟ ନାହିଁ ।

କାରଗୋ ବିମାନ ପହଞ୍ଚିବା ପରେ ଶିଶୁ ପିତା ବିମାନ ବନ୍ଦରରେ ପହଞ୍ଚି କ୍ଷୀର ସଂଗ୍ରହ କରି ଦିଲ୍ଲୀସ୍ଥିତି ମେଡିକାଲରେ ପହଞ୍ଚାଇ ଥାଆନ୍ତି । ଏଭଳି ଏକ ଘଟଣା ସାରା ଦେଶରେ ଏବେ ଚର୍ଚ୍ଚାର ଶୀର୍ଷରେ ରହିଥିବା ବେଳେ ଲୋକେ ପିତାମାତାଙ୍କ ଅସ୍ଥିତ୍ୱର ମୂଲ୍ୟବୋଧକୁ ସାମାଜିକ ଗଣମାଧ୍ୟମରେ ପ୍ରଶଂସା ମିଳୁଛି ।

Leave a Reply