IPL 2020: ସତ ହେଉଛି ଜୋଫ୍ରା ଆର୍ଚରଙ୍କ ଭବିଷ୍ୟବାଣୀ

1 min read

ନୂଆଦିଲ୍ଲୀ: ଇଂଲଣ୍ଡର ସାର୍ପ ବୋଲର ଜୋଫ୍ରା ଆର୍ଚର ସବୁବେଳେ ସୋସିଆଲ ମିଡିଆରେ ଆକ୍ଟିଭ ରହିଥାନ୍ତି । ଏହାର କାରଣ ହେଉଛି ତାଙ୍କର ସଠିକ ଭବିଷ୍ୟବାଣୀ । ଏଥିରୁ ଜଣାପଡୁଛି ଯେ କ୍ରିକେଟ୍ ଦୁନିଆରେ ଆଗାମୀ ଦିନରେ କଣ ହେବ ସେ ବିଷୟରେ ସେ ଆଗରୁ ଜାଣିପାରନ୍ତି । ଯେକୌଣସି ମ୍ୟାଚରେ ଏକ ବଡ ଘଟଣା ପରେ, ପ୍ରଶଂସକମାନେ ସେମାନଙ୍କର ପୁରୁଣା ଟ୍ୱିଟକୁ ଦେଖନ୍ତି ଏବଂ ପରର ଘଟଣା ସହ ତୁଳନା କରନ୍ତି । ଆର୍ଚର ତାଙ୍କ ପୁରୁଣା ଟ୍ୱିଟରେ ଯାହା ଲେଖିଥାନ୍ତି, ଠିକ୍ ସେହି ଭଳି ହିଁ ବାସ୍ତବରେ ହୋଇଥାଏ । ପଞ୍ଜାବର ବିସ୍ଫୋରକ ବ୍ୟାଟ୍ସମ୍ୟାନ୍ କ୍ରିସ୍‌ ଗେଲ ୯୯ରନ୍ କରି ଆଉଟ୍ ହେବା ପରେ, ଆର୍ଚରଙ୍କ ୭ ବର୍ଷ ପୁରୁଣା ଟ୍ୱିଟ୍‌ ଭାଇରାଲ ହେବାରେ ଲାଗିଛି ।

ଆର୍ଚର କଣ ଲେଖିଥିଲେ ଟ୍ୱିଟରେ ?

ଜୋଫ୍ରା ଆର୍ଚର ୨୨ ଫେବୃଆରୀ ୨୦୧୩ରେ ରାତି ୧୦:୩୦ରେ ଏକ ଟୁଇଟ୍ କରିଥିଲେ ଯେ, ଯଦି ସେ ବୋଲିଂ କରୁଛନ୍ତି ତେବେ କ୍ରିସ୍ ଗେଲଙ୍କୁ ସେ ଶତକ କରିବାକୁ ଦେବେ ନାହିଁ । ତେବେ ଏମିତି ଘଟଣା ଶୁକ୍ରବାର ରାତିରେ ଦେଖିବାକୁ ମିଳିଛ । ମ୍ୟାଚର ୧୯ତମ ଓଭରରେ ଗେଲ, ଜୋଫ୍ରା ଆର୍ଚରଙ୍କ ତୃତୀୟ ବଲରେ ଚମତ୍କାର ଛକା ମାରି ୯୯ ସ୍କୋରରେ ପହଞ୍ଚିଥିଲେ । ଗେଲଙ୍କ ବ୍ୟାଟରେ ଆଉ ଏକ ଶତକ ହେବା ପୂର୍ବରୁ ହିଁ ଆର୍ଚର ଚତୁର୍ଥ ବଲରେ ତାଙ୍କୁ ବୋଲ୍ଡ କରିଥିଲେ ।

କ୍ରିସ୍ ଗେଲ୍ ଆଉଟ ହେବା ପରେ ପାଭିଲିୟନକୁ ଫେରିବାବେଳେ ସେ ଆର୍ଚରଙ୍କ ସହ ହାତ ମିଳାଇଥିଲେ । ସେହି ସମୟର ଏକ ଫଟୋ ଆର୍ଚର ନିଜର ଟ୍ୱିଟର ଆକାଉଣ୍ଟରୁ ସେୟାର କରିଛନ୍ତି ଏବଂ ସେ ଲେଖିଛନ୍ତି ଯେ, ସେ ଏବେ ବି ବସ୍ ଅଟନ୍ତି । ଜୋଫ୍ରାଙ୍କ ଏହି ପୁରୁଣା ଟ୍ୱିଟ୍ ଖୁବ୍ ଭାଇରାଲ ହେବାରେ ଲାଗିଛି । ଲୋକମାନେ ଜୋଫ୍ରାଙ୍କୁ ପ୍ରଶଂସା ମଧ୍ୟ କରୁଛନ୍ତି । ଆର୍ଚରଙ୍କ ବୋଲିଂ ରାଜସ୍ଥାନ ରୟାଲ୍ସ ପାଇଁ ପ୍ଲେ-ଅଫ୍‌କୁ ଯିବାର ଆଶା ବଢାଇଛି ।

Leave a Reply