ଚାକିରି ନାଁରେ ଠକେଇ: ଅଭିଯୁକ୍ତ ସରୋଜକୁ ରିମାଣ୍ଡରେ ଆଣିବ ପୋଲିସ

ଭୁବନେଶ୍ବର: ଚାକିରି ଦେବା ନାଁରେ ଲକ୍ଷାଧିକ ଟଙ୍କା ଠକେଇ ମାମଲା । ଗିରଫ ଅଭିଯୁକ୍ତ ସରୋଜ ଜେନାଙ୍କୁ ରିମାଣ୍ଡରେ ଆଣିବ ଆଣିବ ଧଉଳି ଥାନା ପୋଲିସ। ଏ ନେଇ ପୋଲିସ୍ କୋର୍ଟରେ ଆବେଦନ କରିଥିବା ଜଣାପଡିଛି । ପୋଲିସ ସରୋଜକୁ ଥାନାରେ ପଚରାଉଚରା କରିବା ପରେ ଏକାଧିକ ଯୁବକଙ୍କ ଠାରୁ ଲକ୍ଷାଧିକ ଟଙ୍କା ଠକି ନେଇଥିବା‌ ଜାଣିବାକୁ ପାଇଛି । ରିମାଣ୍ଡରେ ଆସିଲା ପରେ ତା’ର କେଉଁ କେଉଁ ବ୍ୟାଙ୍କର କେତୋଟି ଆକାଉଣ୍ଟକୁ କାହା ଆକାଉଣ୍ଟରୁ ଟଙ୍କା ଆସିଛି ସେ ନେଇ ତଦନ୍ତ କରିବ ପୋଲିସ  । ସେପଟେ ସରୋଜର ସାଂଘାତିକ ସତ ପଦାକୁ ଆସିଛି । ଚାକିରି ପାଇଁ ନିଜେ ଠକାମୀର ନିଜେ ଶିକାର ହୋଇଥିଲା। ଶିକାର ହେବା ପରେ ନିଜେ ପାଲଟିଥିଲା ଠକ । ସରୋଜ ଶିକ୍ଷାଗତ ଯୋଗ୍ୟତା ଆର୍କିଟେକ ସ୍ନାତକ ହାସଲ କରିଥିଲା । ଚାକିରି ପାଇଁ ବିହାର ଯାଇଥିଲା । ୨୦୧୮ରେ ଅନଲାଇନରେ ରେଳୱେରେ ଚାକିରି ଦେଖି ଅର୍କିଟେକ୍ ଚାକିରି ଛାଡିଥିଲା । ବିଜ୍ଞାପନ ଦେଖି ଲକ୍ଷ୍ନୌରେ ଚାକିରି କରିବା ପାଇଁ ଜଣକୁ ଦେଢ଼ ଲକ୍ଷ୍ ଟଙ୍କା ଦେଇଥିଲା ସରୋଜ । ପରେ ଚାକିରି ନପାଇ ଠକେଇର ଶିକାର ହୋଇଥିବା ଜାଣିବାକୁ ପାଇଥିଲା । ୨୦୧୯ରେ ଭୁବନେଶ୍ବର ଆସି ପ୍ରଥମେ ଖଣ୍ଡଗିରି  ଓ ତା’ ପରେ ଧଉଳି ଅଞ୍ଚଳରେ  ଟଙ୍କା ପାଇବା ଲୋଭରେ ଖୋଲିଥିଲା କନସଲଟାନସି ଅଫିସ । ଟଙ୍କା ନେଇ ବାଣ୍ଟିଥିଲେ ମିଛ ଚାକିରି । ସେପଟେ ଘଟଣାରେ ସଂପୃକ୍ତ ସରୋଜଙ୍କ ପ୍ରେମିକ ଫେରାର ଅଛି । ତାଙ୍କୁ ଧରିବା ପାଇଁ ପୋଲିସ ଚଢାଉ ଜାରି ରଖିଛି । ପ୍ରେମିକାକୁ ପତ୍ନୀ ପରିଚୟ ଦେଇ କେ.ନୂଆଗାଁ ଉଭୟ ରହୁଥିଲେ । ଦୁଇ ଜଣଙ୍କ ନାମରେ ୧୨ ଲକ୍ଷ ଟଙ୍କାର ଠକେଇ ଅଭିଯୋଗ ହୋଇଛି । ଯଦି କେହି ସରୋଜ ଦ୍ବାରା ଠକେଇର ଶିକାର ହୋଇଥିବେ ତେବେ ଥାନାରେ ଅଭିଯୋଗ କରିବାକୁ ଡିସିପି ନିବେଦନ କରିଛନ୍ତି ।

ଏଥିସହିତ ପଢ଼ନ୍ତୁ: ସର୍ଟସର୍କିଟରୁ ଅଗ୍ନିକାଣ୍ଡ: ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡ଼ି ନଷ୍ଟ

 

Leave a Reply