ଏହି ପ୍ଲାନ୍‌ରେ ମିଳିବ ଅନଲିମିଟେଡ ଡାଟା ସହ ଏକ ବର୍ଷ ପାଇଁ ଆମାଜନ ପ୍ରାଇମ ଏବଂ ନେଟଫ୍ଲିକ୍ସର ସବସ୍କ୍ରିପସନ

1 min read

ନୂଆଦିଲ୍ଲୀ: କରୋନା କାଳରେ ସବୁ ଫିଲ୍ଳ ହଲ ବନ୍ଦ ରହିଛି । ତେବେ ଫିଲ୍ମ ହଲ ବନ୍ଦ ଥିବାରୁ ଏବେ ଓ୍ୱେବ ସିରିଜ ବହୁଳ ମାତ୍ରାରେ ଚାଲିଛି । ସେଥିପାଇଁ ଦେଶରେ କିଛି କମ୍ପାନୀ ନିଜର ଡାଟା ପ୍ୟାକ୍‌ ସହ ଓ୍ୱେବ ସିରିଜର ସବସ୍କ୍ରିପସନକୁ ଫ୍ରି କରିଛନ୍ତି ।  ପ୍ରିପେଡ୍ ଯୋଜନା ବ୍ୟତୀତ ଟେଲିକମ୍ ବଜାରରେ ପୋଷ୍ଟପେଡ୍ ଯୋଜନା ମଧ୍ୟ ଅଧିକ ଲୋକପ୍ରିୟ ହୋଇପାରିଛି । ଅଧିକାଂଶ ପୋଷ୍ଟପେଡ୍ ଯୋଜନା ସହିତ ଅତିରିକ୍ତ ସୁବିଧା ମଧ୍ୟ ଉପଲବ୍ଧ ହେଉଛି । ସେପ୍ଟେମ୍ବର ଶେଷରେ ରିଲାଏନ୍ସ ଜିଓ ୧୯୯ ରୁ ୧୪୯୯ ଟଙ୍କା ପର୍ଯ୍ୟନ୍ତ ପୋଷ୍ଟପେଡ୍ ଯୋଜନା ଆଣିଛି । ଏହାବ୍ୟତିତ ଏୟାରଟେଲ ପାଖରେ ମଧ୍ୟ ବଡ଼ ମାର୍କେଟ ସେୟାର ରହିଛି । ତେବେ ଲାଭ ଦୃଷ୍ଟିରୁ VIର ପୋଷ୍ଟପେଡ୍ ଯୋଜନା ଉଭୟ ଜିଓ ଏବଂ ଏୟାରଟେଲ ଅପେକ୍ଷା ବହୁତ ଭଲ ରହିଛି ।

VI’ର ₹ ୧,୦୯୯ ପ୍ଲାନ

ଭୋଡାଫୋନ୍ ଆଇଡିଆ ଦ୍ୱାରା ୧୦୯୯ ଟଙ୍କା ମୂଲ୍ୟର ପୋଷ୍ଟପେଡ୍ ପ୍ଲାନର ନାମ REDX ରଖାଯାଇଛି । ଏଥିରେ ଅନଲିମିଟେଡ ଡାଟା ଏବଂ କଲିଂର ଲାଭ ଉପଲବ୍ଧ ରହିଛି । ISD କଲିଂ ପାଇଁ ଉପଭୋକ୍ତାମାନଙ୍କୁ ଆମେରିକା ଏବଂ କାନାଡାରେ କଲ କରିବା ପାଇଁ ପ୍ରତି ମିନିଟରେ ୫୦ ପଇସା ଏବଂ ଯୁକେ କଲ କରିବା ପାଇଁ ପ୍ରତି ମିନିଟରେ ୩ ଟଙ୍କା ଦେବାକୁ ପଡ଼ିବ । ଏହି ପ୍ଲାନ ଗ୍ରହଣ କରୁଥିବା ଉପଭୋକ୍ତାମାନେ ଅପରେଟର୍ ଠାରୁ ପ୍ରିମିୟମ୍ ଗ୍ରାହକ ସେବା ପାଆନ୍ତି । ଏକ ବର୍ଷ ପାଇଁ ନେଟଫ୍ଲିକ୍ସ ଏବଂ ଆମାଜନ ପ୍ରାଇମ VI Movie ଏବଂ ଟିଭି ଆପର ସବସ୍କ୍ରିପସନ ମଧ୍ୟ ମିଳିଥାଏ ।

ଏୟାରଟେଲର ₹ ୧,୫୯୯ ପ୍ଲାନ୍‌

ସେହିପରି ଭାରତରେ ଏୟାରଟେଲର ୧,୫୯୯ ଟଙ୍କାର ପ୍ଲାନ ବ୍ୟବହାରକାରୀଙ୍କୁ ଅନଲିମିଟେଡ ଡାଟା ଏବଂ ଅନଲିମିଟେଡ କଲିଂ ପ୍ରଦାନ କରିଥାଏ । ଏହା ବ୍ୟତୀତ, ଉପଭୋକ୍ତାମାନେ ଗୋଟିଏ ବର୍ଷ ପାଇଁ ଦୈନିକ ୧୦୦ SMS ଏବଂ ଆମାଜନ ପ୍ରାଇମ ସବସ୍କ୍ରିପସନ୍ ମିଳିଥାଏ । ଏୟାରଟେଲର ଏହି ପ୍ଲାନରେ ଏକ ରେଗୁଲାର ସିମ୍ କାର୍ଡ ବ୍ୟତୀତ, ପରିବାର-ଆଡ୍ ସିମ୍ କାର୍ଡ ମଧ୍ୟ ମାଗଣାରେ ମିଳିଥାଏ । ଉପଭୋକ୍ତାମାନଙ୍କୁ ଆଇଆର ପ୍ୟାକ୍ ଉପରେ ୨୦୦ ISD ମିନିଟ୍ ଏବଂ ୧୦ ପ୍ରତିଶତ ରିହାତି ମଧ୍ୟ ଦିଆଯାଉଛି ।

Jio ର ₹ ୧,୪୯୯ ପ୍ଲାନ୍‌

ରିଲାଏନ୍ସ ଜିଓ ଦ୍ୱାରା ପ୍ରଦାନ କରାଯାଇଥିବା ୧,୪୯୯ ଟଙ୍କା ମୂଲ୍ୟରେ ୩୦୦ ଜିବି ଡାଟା ମାଗଣାରେ ଉପଲବ୍ଧ ଏବଂ ଏହି ସୀମା ପରେ ଆପଣଙ୍କୁ ୧ ଜିବି ଡାଟା ପାଇଁ୧୦ ଟଙ୍କା ଦେବାକୁ ପଡ଼ିଥାଏ । ଅପରେଟର୍ ଦ୍ୱାରା ଏହି ଯୋଜନାରେ ୫୦୦ ଜିବି ପର୍ଯ୍ୟନ୍ତ ଡାଟା ରୋଲଓଭର ମଧ୍ୟ ଦିଆଯାଇଛି । ଜିଓର ଏହି ଯୋଜନା ଗୋଟିଏ ସଂଯୋଗ କିମ୍ବା ଦୁଇ ପରିବାର ସଦସ୍ୟ ବ୍ୟବହାର କରାଯାଇପାରିବେ । ନେଟଫ୍ଲିକ୍ସ, ଆମାଜନ ପ୍ରାଇମ ଭିଡିଓ ଏବଂ ଡିଜନି + ହଟଷ୍ଟାର ବ୍ୟତୀତ, ଜିଓ ଆପ୍ସର ମଧ୍ୟ ସଦସ୍ୟତା ଉପଲବ୍ଧ ରହିଛି ।  ଆମେରିକା ପାଇଁ ୫୦୦ ମିନିଟର ରୋମିଙ୍ଗ ଏବଂ ୫ ଜିବି ହାଇସ୍ପିଡ୍ ଡାଟା ମଧ୍ୟ ରହିଛି ।

Leave a Reply