Jio ୟୁଜର୍ସଙ୍କୁ ନୂଆବର୍ଷ ଉପହାର, ଏଣିକି ସବୁ ନେଟୱର୍କକୁ କଲ୍ ମାଗଣା

1 min read

Jio Free Call On All Network: ୨୦୨୧ ମସିହା ଜାନୁଆରୀ ୧ ତାରିଖଠାରୁ ସମସ୍ତ ଲୋକଲ ଭଏସ କଲ ମାଗଣାରେ ଉପଲବ୍ଧ ହେବ ବୋଲି ଘୋଷଣା କରିଛି ଜିଓ । ପୂର୍ବ କିଛି ମାସ ହେବ ଜିଓରୁ ଅଲଗା ନେଟୱର୍କକୁ ଫୋନ କରିବାଦ୍ୱାରା ପଇସା କଟୁଥିଲା କିନ୍ତୁ ବର୍ତ୍ତମାନ ତାହା ଫ୍ରି କଲ ହେବ ବୋଲି ଘୋଷଣା କରିଛି ଜିଓ ।

 

ରିଲାଏନ୍ସ ଜିଓ ସୂଚନା ଦେଇଛି ଯେ, Telecom Regulatory Authority Of India (TRAI) ର ଆଦେଶ ମୁତାବକ ଜାନୁଆରୀ ୧ ତାରିଖରୁ Domestic Voice Call ପାଇଁ Interconnected Uses Charges (IUC)କୁ ବନ୍ଦ କରାଯାଇଛି । ଅର୍ଥାତ ବର୍ତ୍ତମାନ ଜିଓ ନେଟୱର୍କରୁ ଅନ୍ୟ ନେଟୱର୍କକୁ ଫୋନ କରିବା ପାଇଁ ଅଲଗା ଟଙ୍କା ଦେବାକୁ ପଡ଼ିବ ନାହିଁ ।

 

ସୂଚନା ଅନୁଯାୟୀ ୨୦୧୯ ମସିହା ସେପ୍ଟେମ୍ବର ମାସରେ ରିଲାଏନ୍ସ ଜିଓ ନିଷ୍ପତ୍ତି ନେଇଥିଲା ଯେ, ଅନ୍ୟ ନେଟୱର୍କକୁ ଫୋନ କଲେ ନିଜ ଗ୍ରାହକଙ୍କ ଫୋନରୁ ଟଙ୍କା କଟିବ । ଏହାପାଇଁ କମ୍ପାନୀ TRAI ଏବଂ IUC ଚାର୍ଜ ଦର୍ଶାଇଥିଲା । ତେବେ ବର୍ତ୍ତମାନ TRAI ଏବଂ IUC ଚାର୍ଜ ଶେଷ କରିବା ପାଇଁ ନିଷ୍ପତ୍ତି ନେଇଛି କମ୍ପାନୀ ଏବଂ ଏହି କାରଣରୁ ରିଲାଏନ୍ସ ଜିଓ ମଧ୍ୟ Local Off Net Call କୁ ଫ୍ରି କରିବା ପାଇଁ  ନିଷ୍ପତ୍ତୁ ନେଇଛି ।

Leave a Reply