ଜିଓ ବଢ଼ାଇଲା ଦର, ଏବେ ହିଁ କରି ନିଅନ୍ତୁ ରିଚାର୍ଜ

ମୁମ୍ବାଇ: ସରୁଛି ଶସ୍ତା ଯୁଗ । ମହଙ୍ଗା ହେବାରେ ଲାଗିଛି ମୋବାଇଲ କଲ୍ ଓ ଡାଟା । ଏୟାରଟେଲ୍, ଭୋଡ଼ାଫୋନ୍ ଓ ଆଇଡିଆ ଟାରିଫ୍ ବୃଦ୍ଧି କରିବା ପରେ ସମାନ ପଦକ୍ଷେପ ନେଇଛି ଜିଓ । ପ୍ରଥମେ ଫ୍ରି କଲ୍, ପରେ ଏଫୟୁପି ଲାଗୁ କରି ଜିଓ ଟାରିଫ ବୃଦ୍ଧି କରିଥିଲା । ଆଜି ଜିଓ ପୁଣିଥରେ ତା ଟାରିଫ ବୃଦ୍ଧି କରିଛି । ଏହା ଆଜି ମଧ୍ୟରାତ୍ରିରୁ ଲାଗୁ ହେବ ।ନୂଆ ପ୍ଲାନରେ ମାସିକ ୧୯୯ ଟଙ୍କାରେ ପ୍ରତିଦିନ ୧.୫ ଜିବି ଡାଟା, ଜିଓରୁ ଜିଓକୁ ଅସୀମିତ କଲ ସହ ଅନ୍ୟ ନେଟୱାର୍କକୁ ୧୦୦୦ ମିନିଟର କଲ ମିଳିବ । ସେହିଭଳି  ଦୈନିକ ୨ ମାସ ପାଇଁ ୯୯ ଟଙ୍କା ପ୍ଲାନରେ ପ୍ରତିଦିନ ୧.୫ ଜିବି ଡାଟା, ଜିଓରୁ ଜିଓକୁ ଅସୀମିତ କଲ ସହ ଅନ୍ୟ ନେଟୱାର୍କକୁ ୨୦୦୦ ମିନିଟର କଲ ପାଇବେ ।ଦୈନିକ ୧.୫ ଜିବି ଡାଟା ପ୍ରଦାନ କରୁଥିବା ୩ ମାସ ଅବଧିର ପ୍ଲାନ ହେଉଛି ୫୫୫ । ଏଥିରେ ଜିଓରୁ ଜିଓକୁ ଅସୀମିତ କଲ ଏବଂ ଅନ୍ୟ ନେଟୱାର୍କକୁ ୩୦୦୦ ମିନିଟର କଲ ମିଳିବ । ଏହି କ୍ରମରେ ୩୬୫ ଦିନ ଅବଧିର ପ୍ଲାନର ମୂଲ୍ୟ ୨୧୯୯ ଟଙ୍କା ରହିଛି । ଏଥିରେ ଜିଓରୁ ଜିଓକୁ ଅସୀମିତ କଲ ଏବଂ ଅନ୍ୟ ନେଟୱାର୍କକୁ ୧୨୦୦୦ ମିନିଟର କଲ ସୁବିଧା ରହିଛି । ଏଥିସହିତ ଜିଓ ପକ୍ଷରୁ ଦୈନିକ ୨ ଜିବି ଓ ତିନି ଜିବି ଡାଟା ମିଳୁଥିବା ଭିନ୍ନ ଭିନ୍ନ ଅବଧିର ପ୍ଲାନ ଘୋଷଣା କରାଯାଇଛି ।

ଅଧିକ କଲ ଓ କମ ଡାଟା ବ୍ୟବହାର କରୁଥିବା ଗ୍ରାହକଙ୍କ ପାଇଁ ଜିଓ ପକ୍ଷରୁ ପ୍ଲାନ ଘୋଷଣା ହୋଇଛି । ୧୨୯ ଟଙ୍କା ମୂଲ୍ୟର ଏକ ମାସ (୨୮ ଦିନ) ଅବଧିର ପ୍ଲାନରେ ୨ ଜିବି ଡାଟା ସହିତ ଜିଓରୁ ଜିଓକୁ ଅସୀମିତ କଲ ଏବଂ ଅନ୍ୟ ନେଟୱାର୍କକୁ ୧୦୦୦ ମିନିଟର କଲ ସୁବିଧା ମିଳିବ । ସମାନ ଭାବେ ତିନି ମାସ ଅବଧିର ପ୍ଲାନ ମୂଲ୍ୟ ୩୨୯ ଟଙ୍କା ଓ ଏକ ବର୍ଷ ଅବଧିର ପ୍ଲାନର ମୂଲ୍ୟ ୧୨୯୯ ଟଙ୍କା ରହିଛି ।ଯଦି ଆପଣ ଆଜି ରାତି ୧୧ଟା ୫୯ ପୂର୍ବରୁ ରିଚାର୍ଜ କରାଇ ନେଉଛନ୍ତି । ତେବେ, ଆପଣ ପୁରୁଣା ଟାରିଫରେ ରିଚାର୍ଜ କରାଇ ନେଇ ଏହାର ଲାଭ ଉଠାଇ ପାରିବେ । ନଚେତ୍ ସକାଳେ ପାଇଲେ ଆପଣଙ୍କୁ ପ୍ରାୟ ୩୯ ପ୍ରତିଶତ ଅଧିକ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିବ ।

Leave a Reply