ଜିଓର ଦୁଇଟି ପ୍ଲାନ ୪୦୦ଟଙ୍କାରୁ ବି କମ ଦାମରେ , ମିଳୁଛି ୮୪ ଜିବି ଡାଟା

ନୂଆଦିଲ୍ଲୀ: ରିଲାଏନ୍ସ ଜିଓ ଗ୍ରାହକଙ୍କ ପାଇଁ ବିଭିନ୍ନ ମୂଲ୍ୟରେ ଅନେକ ଯୋଜନା ପ୍ରଦାନ କରେ । ଅନେକ ଗ୍ରାହକ ଅଧିକ ଡାଟା ସହିତ ଏକ ପ୍ଲାନ ଚାହୁଁଛନ୍ତି, ଅନ୍ୟପଟେ କିଛି ଗ୍ରାହକ ଏକ ଲମ୍ବା ଭାଲିଡିଟି ଯୋଜନା ଖୋଜୁଛନ୍ତି ।  ଜଣାଇ ରଖୁଛୁ ଯେ, ୪୦୦ ଟଙ୍କାରୁ ମଧ୍ୟ କମ ଟଙ୍କାର ପ୍ଲାନ ଯେଉଁଥିରେ ଗ୍ରାହକ ମାନଙ୍କୁ ୮୪ ଜିବି ଡାଟା ଯୋଗାଇଦିଆଯାଉଛି । ସେଥିମଧ୍ୟରୁ ଗୋଟିଏ ପ୍ଲାନରେ ପ୍ରତିଦିନ ୩ ଜିବି ଡାଟା ଥିବାବେଳେ ଅନ୍ୟ ପ୍ଲାନଟି ଡବଲ୍ ଭାଲିଡିଟି ସହ ଚାଲିଛି । ତେବେ ଆସନ୍ତୁ ଜାଣିବା ସେହି ପ୍ଲାନ ଗୁଡ଼ିକ ବିଷୟରେ ।

ରିଲାଏନ୍ସ ଜିଓର ୩୯୯ ଟଙ୍କା ଥିବା ପ୍ଲାନ

ଏହା ରିଲାଏନ୍ସ ଜିଓର ପ୍ରତିଦିନ ୧.୫ ଜିବି ଡାଟା ଦେଉଥିବା ପ୍ରିପେଡ୍ ପ୍ଲାନ ଅଟେ । ୩୯୯ ପ୍ଲାନରେ ଗ୍ରହକଙ୍କୁ ୫୬ ଦିନର ଭାଲିଡିଟି ମିଳୁଛି । ଏହିପରି ଗ୍ରାହକ ୮୪ ଜିବି ବ୍ୟବହାର କରିପାରିବେ । କଲ କଥା କହିବାକୁ ଗଲେ ୟୁଜର୍ସ ଜିଓରୁ ଜିଓ ନେଟୱର୍କ ଅନଲିମିଟେଡ କଲିଂ ଏବଂ ଅନ୍ୟ ନେଟୱର୍କରେ କଲିଂ ପାଇଁ ୨୦୦୦ ନନ୍ ଜିଓ ମିନଟସ ମିଳୁଛି । ଏହା ବ୍ୟତୀତ ଦୈନିକ ଏସଏମଏସ ଏବଂ ଜିଓ ଆପ୍ସର ମାଗଣା ସବସ୍କ୍ରିପସନ ମଧ୍ୟ ମିଳୁଛି ।

ରିଲାଏନ୍ସ ଜିଓର ୩୪୯ ଟଙ୍କାର ପ୍ଲାନ

ଜିଓର ୩୪୯ ଟଙ୍କା ପ୍ଲାନରେ ମାତ୍ର ୨୮ ଦିନର ଭାଲିଡିଟି ମିଳୁଛି । ଏହା ଦୈନିକ ୩ ଜିବି ଡାଟା ଦେଉଛି । ଏହି ପରି ୨୮ ଦିନରେ ୟୁଜର୍ସ ୮୪ ଜିବି ଡାଟାର ବ୍ୟବହାର କରିପାରିବେ । ଏଥିରେ ୟୁଜର୍ସଙ୍କୁ ଜିଓରୁ ଜିଓ ନେଟୱର୍କରେ ଅନଲିମିଟେଡ କଲିଂ ଏବଂ ଅନ୍ୟ ନେକୱର୍କରେ କଲିଂରେ  ୧୦୦୦ ନନ୍ ଜିଓ ମିନିଟ ମିଳୁଛି । ଏହା ବ୍ୟତୀତ ଦୈନିକ ୧୦୦ଟି ଏସଏମଏସ ଏବଂ ଜିଓ ଆପ୍ସର ମାଗଣା ସବସ୍କ୍ରିପସନ ମଧ୍ୟ ଉପଲବ୍ଧ ରହିଛି ।

କେଉଁ ପ୍ଲାନ ଅଧିକ ଲାଭଦାୟକ

ଯଦି ଆପଣ ଅଧିକ ଇଣ୍ଟରନେଟ ବ୍ୟବହାର କରନ୍ତି ତେବେ ଆପଣ ୩୪୯ ଟଙ୍କା ପ୍ଲାନ ବ୍ୟବହାର କରିପାରିବେ । କାରଣ ଏଥିରେ ଦୈନିକ ୩ ଜିବି ଡାଟା ମିଳୁଛି । ଅନ୍ୟପଟେ ଯଦି ଆପଣଙ୍କୁ ଅଧିକ ଡାଟା ସହିତ ଭାଲିଡିଟି ମଧ୍ୟ ଦରକାର ତେବେ ୩୯୯ ଟଙ୍କା ପ୍ଲାନ ବ୍ୟବହାର କରିପାରିବେ ।

Leave a Reply