ଗୁଗଲ ସହ ମିସି ଶସ୍ତା ୪ଜି-୫ଜି ଫୋନ୍ ତିଆରି କରିବ ଜିଓ.. ଜାଣନ୍ତୁ କ’ଣ କହିଲେ ଅମ୍ୱାନୀ

1 min read
Jio and Google announce plans for new Android-based operating system for entry-level smartphone for India.

ଆତ୍ମନିର୍ଭର ଭାରତ ପାଇଁ ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନକୁ ଆଗକୁ ନେବାକୁ ହେଲେ ଭାରତୀୟ ଉଦ୍ୟୋଗ ମଧ୍ୟରେ ସୃଜନଶୀଳତା ଭରିବାକୁ ପଡିବ । ବିଶେଷ ଭାବେ ଟେଲିକମ୍ ସେକ୍ଟରରେ ଭାରତୀୟ ଉଦ୍ୟୋଗଙ୍କୁ ହାତ ଲମ୍ୱା କରିବାକୁ ପଡିବ । ତେବେ ପ୍ରୟାସ କେବେ ଆରମ୍ଭ ହେବେ ତାହାକୁ ସମସ୍ତେ ଅପେକ୍ଷା କରିଥିଲେ ।ସମସ୍ତ ଅପେକ୍ଷାର ଅନ୍ତ ଘଟାଇ ମୁକେଶ ଅମ୍ୱାନୀଙ୍କ ଜିଓ ଏବେ ମୋବାଇଲ ତିଆରି ପାଇଁ ଅଣ୍ଟା ଭିଡିଛି । ତାହା ପୁଣି ଗୁଗୁଲର ମିଳିତ ଉଦ୍ୟମରେ । ୩୩୭୩୭ କୋଟି ଟଙ୍କା ବଦଳରେ ରିଲାନ୍ସ ଜିଓ ଗୁଗଲର ୭.୭ ପ୍ରତିଶତର ସେୟାର କିଣିବା ପାଇଁ ନିଷ୍ପତ୍ତି ନେଇଛି ବୋଲି ରିଲାଏନ୍ସ ମୁଖ୍ୟ ମୁକେଶ ଅମ୍ୱାନୀ ଜଣାଇଛନ୍ତି ।

ସେ କହିଛନ୍ତି ଯେ ଖୁବ୍ ଶୀଘ୍ର ଜିଓ ଆଣ୍ଡ୍ରଏଡ୍ ଫୋନ୍ ଲଞ୍ଜ କରିବ । ଗୁଗଲ ସହ ମିଶି ଏଭଳି ଉଦ୍ୟମ ହୋଇସାରିଛି । ଏଯାବତ୍ ଗୁଗୁଲର ୧୦ କୋଟି ଫିଚର୍ ଫୋନ୍ ବିକ୍ରି ହୋଇ ସାରିଛି । ଏଣୁ ଗୁଗଲ ଓ ଜିଓ ମିଶି ଏବେ ୪ଜି ଓ ୫ଜି ସ୍ମାଟ ଫୋନ୍ ପ୍ରସ୍ତୁତ କରିବା ନେଇ ପ୍ରକ୍ରିୟା ଚାଲୁ ରହିଛି । ତେବେ ଜିଓ ସ୍ମାଟ ଫୋନର ବଜାର ପ୍ରବେଶକୁ ଭାରତୀୟ କ୍ରେତାମାନେ ସକାରାତ୍ମକ ଢଙ୍ଗରେ ନେବେ ବୋଲି ସମସ୍ତେ ଆଶାବାଦୀ ଅଛନ୍ତି ।

ପ୍ରତିକାତ୍ମକ ଚିତ୍ର

ସାଧାରଣ ଲୋକେ ଚାଇନା ନିର୍ମିତ ମୋବାଇଲ ଫୋନ୍ ବ୍ୟବହାର କରିବାକୁ ଇଚ୍ଛୁକ ନଥିଲେ ମଧ୍ୟ ଭାରତୀୟ ଉଦ୍ୟୋଗଙ୍କ ପାଖରେ ଉନ୍ନତମାନର ଫୋନ୍ ନଥିବା ହେତୁ ବାଧ୍ୟ ହୋଇ ବ୍ୟବହାର କରୁଛନ୍ତି । ଜିଓ ସ୍ମାଟଫୋନ୍ ନିର୍ମାଣ କରି ଭାରତୀୟଙ୍କ ପାଖରେ ଏକ ଭଲ ବିକଳ୍ପ ଆଣିପାରିଲେ, ଚୀନ୍ ମୋବାଇଲର ଚାହିଦା ଭାରତରେ କମିବା ନେଇ ମଧ୍ୟ ଆଶା ଉଜ୍ଜୀବିତ ହେବ ।

Leave a Reply