ଜୁନ୍‌ ସୁଦ୍ଧା ଭାରତରେ ଆରମ୍ଭ ହେବ ୫-ଜି

1 min read

ନୂଆଦିଲ୍ଲୀ: ବଜାରକୁ ଆସୁଛି ରିଲାଏନ୍ସ ଜିଓ ୫-ଜି । ଆସନ୍ତା ବର୍ଷ ମଧ୍ୟଭାଗକୁ ଭାରତରେ ରିଲାଏନ୍ସ ଜିଓ ୫-ଜି ଇଣ୍ଟରନେଟ୍‌ ସେବା ଉପଲବ୍ଧ କରାଇବ। ଇଣ୍ଡିଆନ୍‌ ମୋବାଇଲ୍‌ କଂଗ୍ରେସର ଉଦ୍‌ଘାଟନୀ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପସ୍ଥିତିରେ ରିଲାଏନ୍ସ ଇଣ୍ଡଷ୍ଟ୍ରୀଜ୍‌ ଅଧ୍ୟକ୍ଷ ମୁକେଶ୍‌ ଅମ୍ବାନୀ ମଙ୍ଗଳବାର ଏହି ଘୋଷଣା କରିଛନ୍ତି ।

ଭାରତରେ ୫-ଜି ସେବା ଆରମ୍ଭ ନେଇ ଆଇନଗତ ବନ୍ଧକ ଦୂର ହୋଇଥିଲେ ମଧ୍ୟ ଏଯାଏଁ କୌଣସି କମ୍ପାନୀ ସେଥିପ୍ରତି ଦୃଷ୍ଟି ଦେଇ ନାହାନ୍ତି । ଅନ୍ୟ ପକ୍ଷରେ ଦକ୍ଷିଣ କୋରିଆ, ଚୀନ ଏବଂ ଆମେରିକାରେ ୫ଜି ଇଣ୍ଟରନେଟ୍‌ ସେବା ଆରମ୍ଭ ହୋଇଗଲାଣି । ଚୀନ ୬ଜି ଉପରେ କାର୍ଯ୍ୟ ମଧ୍ୟ ଆରମ୍ଭ କଲାଣି ।

କିନ୍ତୁ ଭାରତରେ ଏବେ ବି ୪ଜି ଇଣ୍ଟରନେଟ୍‌ ସେବା ଜାରି ରହିଛି। ମୁକେଶ କହିଛନ୍ତି, ଜିଓ ନେତୃତ୍ଵରେ ଏହି ସେବା ଚାଲିବ । ୨୦୨୧ର ୨ୟ ତ୍ରିମାସ ଅର୍ଥ ଜୁନ୍‌ ମାସ ଭିତରେ ଏହାର ଶୁଭାରମ୍ଭ ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତି ଚାଲିଛି। ସମ୍ପୂଣ୍ଣ ସ୍ୱଦେଶୀ ଜ୍ଞାନକୌଶଳ ଏବଂ ଶସ୍ତା ମୂଲ୍ୟରେ ଏହି ସେବା ଭାରତର ଜନସାଧାରଣଙ୍କ ପାଖରେ ପହଞ୍ଚାଯିବ ବୋଲି ସେ କହିଛନ୍ତି।

Leave a Reply