ଭୋର୍‌ରୁ ଶୋଇବା ଘରେ ଲାଗିଗଲା ନିଆଁ, ଜୀଅନ୍ତା ଜଳିଗଲେ ଦମ୍ପତି

ଝାରସୁଗୁଡ଼ା: ଝାରସୁଗୁଡ଼ା ଜିଲ୍ଲା ରାମପୁର ଫାଣ୍ଡି ପଞ୍ଜାବୀ ଧୋଉଡ଼ା ପଡ଼ାରେ ଅଭାବନୀୟ ଘଟଣା । ଘରେ ନିଆଁ ଲାଗି ଜୀଅନ୍ତା ଜଳିଗଲେ ଦମ୍ପତି । ମୃତ ଦମ୍ପତି ହେଲେ ଗିରିବର ଦାଶ ଓ ଗୀତା ଦାଶ। ଆଜି ଭୋର୍‌ରୁ କୌଣସି କାରଣରୁ ତାଙ୍କ ଶୋଇବା ଘରେ ନିଆଁ ଲାଗିଯାଇଥିଲା ।

ତେବେ ଚୁଲା ଯୋଗୁଁ ନିଆଁ ଲାଗିଯାଇଥିବା ପୋଲିସ ସନ୍ଦେହ କରୁଛି । ଘଟଣାସ୍ଥଳରେ ବ୍ରଜରାଜନଗର ଇନ୍ସପେକ୍ଟର ଏବଂ ରାମପୁର ଫାଣ୍ଡି ଅଧିକାରୀ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି ।

ଭୋର ରାତିରେ ଶୋଇବା ବେଳେ ଘରେ କେମିତି ଲାଗିଲା ନିଆଁ ସେ ନେଇ ତଦନ୍ତ କରିବ ପୋଲିସ । ଏହା ଏକ ଦୁର୍ଘଟଣା ନା କେହି ଜଣେ ଘରେ ନିଆଁ ଲଗାଇଦେଇଛି ସେ ନେଇ ଆରମ୍ଭ ହେବ ଖୋଳତାଳ ।

Leave a Reply