ଝାଡ଼ଖଣ୍ଡ ବିଧାନସଭା ଭୋଟ୍ ଗଣତି ଜାରି, ପ୍ରାରମ୍ଭିକ ଟ୍ରେଣ୍ଡରେ ପଛରେ ଚାଲିଛି ବିଜେପି

1 min read

ରାଞ୍ଚି: ୮୧ ଆସନ ବିଶିଷ୍ଟ ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ ଭୋଟ୍ ଗଣତି ଜାରି ରହିଛି । ପ୍ରଥମରୁ ଟ୍ରେଣ୍ଡରେ ବିଜେପିକୁ କଡ଼ା ଟକ୍କର ଦେଉଛି ଜେଏମ୍ଏମ୍ ମେଣ୍ଟ । ଜେଏମ୍ଏମ୍-କଂଗ୍ରେସ ମେଣ୍ଟ ୩୮ ସିଟରେ ଆଗୁଆ ରହିଥିବା ବେଳେ ବିଜେପି ୩୩ ସିଟରେ ଆଗେଇ ଚାଲିଛି । ଜେଭିଏମ୍ ୪, ଆଜସୁ ୨ ଓ ସ୍ୱାଧୀନ ପ୍ରାର୍ଥୀ ୪ଟି ଆସନରେ ଆଗୁଆ ରହିଛନ୍ତି ।ଝାଡ଼ଖଣ୍ଡ ବିଧାନସଭାର ବହୁମତ ହେଉଛି ୪୧ । ଟ୍ରେଣ୍ଡ ଅନୁସାରେ ଝାଡ଼ଖଣ୍ଡରେ ତ୍ରିଶଙ୍କୁ ବିଧାନସଭା ହୋଇପାରେ । ପଦ୍ମ ପାଖୁଡ଼ାରୁ ଝାଡ଼ଖଣ୍ଡ ଖସିବା ନେଇ ଏକଜିଟ୍ ପୋଲ୍ ଆକଳନ କରିଥିଲା । ଟ୍ରେଣ୍ଡ ବି ସେୟା ଦର୍ଶାଉଛି । ରଘୁବରଙ୍କ ପକେଟରୁ କ୍ଷମତା ଖସିବା ନଜର ଆସୁଛି ।ସମ୍ପୂର୍ଣ୍ଣ ଫଳ ଆସିବା ଆଗରୁ କୌଣସି ପ୍ରକାରେ ସରକାର ଗଠନ ପାଇଁ ବିଜେପି ଉଦ୍ୟମ ଆରମ୍ଭ କରିଛି । ସୂତ୍ର ଅନୁସାରେ ବିଜେପି ନେତା ଆଜସୁ ମୁଖ୍ୟ ସୁଦେଶ ମାହତୋଙ୍କ ସହ କଥାବାର୍ତ୍ତା ଆରମ୍ଭ କରିଛନ୍ତି । ଏଥିସହ ବିଜେପି ଜେଭିଏମ୍ ନେତା ବାବୁଲାଲ ମରାଣ୍ଡିଙ୍କ ସହ ସରକାର ଗଠନ ନେଇ ଆଲୋଚନା କରୁଥିବା ଜଣାପଡ଼ୁଛି ।

https://nandighoshatv.comcounting-of-votes-on-23-dec-bjp-faces-uphill-task/

Leave a Reply