୩୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ୨ ପୋଲିସ କର୍ମଚାରୀଙ୍କ ସହ ୬ ଗିରଫ

1 min read
Jeypore Sadar Police Arrested Six including 2 Cops In Ganja Trafficking  

ଜୟପୁର: ଜହର କାରବାରରେ ପୋଲିସ । ନୀଳ ଜହର ବ୍ୟବସାୟରେ ସମ୍ପୃକ୍ତ ପୋଲିସ ବାବୁ । କୋରାପୁଟ ଜିଲ୍ଲା ଜୟପୁର ସଦର ଥାନା ପୋଲିସ ଚଢ଼ାଉ ବେଳେ ଏକ ହୋଣ୍ଡା ସିଟି କାରରୁ ୨୬୯.୫୦୦ କେଜି ଜବତ କରିଛି । କଳା ରଙ୍ଗର କାରଟି ଜୟପୁର ସହରରୁ ସତୀ ରିଭର ବ୍ରିଜ୍ ଦେଇ ଯାଉଥିଲା । କାରକୁ ବାଟରେ ଏକ ବାଇକ୍ ଜବରଦସ୍ତ ଗ୍ରୀଡ୍ ସବଷ୍ଟେସନ ଆଡ଼କୁ ନେଇ ଯାଉଥିଲା । ସୂଚନା ପାଇବା ମାତ୍ରେ ସଦର ଥାନା ଓଆଇସି ଘଟଣାସ୍ଥଳକୁ ଯାଇଥିଲେ । ପୋଲିସକୁ ଦେଖି ସେମାନେ ଖସିଯିବାକୁ ଚେଷ୍ଟା କରିଥିଲେ । ଖସି ଯାଉଥିବାବେଳେ ପୋଲିସ ୬ ଜଣଙ୍କୁ ଧରି ନେଇଥିଲା ।

Jeypore Sadar Police Arrested Six including 2 Cops In Ganja Trafficking  

ତା’ପରେ ସର୍ଚ୍ଚ ବେଳେ ପୋଲିସକୁ ମିଳିଥିଲା କାରରୁ ପୁଳା ପୁଳା ଗଞ୍ଜେଇ । ପୋଲିସ କାରରୁ ୩୮ ପ୍ୟାକେଟ୍ ଗଞ୍ଜେଇ ଜବତ କରିଛି । ୩୮ ପ୍ୟାକେଟରୁ ୨୬୯.୫୦୦ କେଜି ଗଞ୍ଜେଇ ଜବତ କରାଯାଇଛି । ଯାହାର ଆନୁମାନିକ ମୂଲ୍ୟ ୩୦ ଲକ୍ଷ ଟଙ୍କା ହେବ । ଏଥିସହ ପୋଲିସ ୬ଟି ମୋବାଇଲ୍, କାର, ୩ଟି ବାଇକ୍, ଜବତ କରିଛି । ତେବେ, ସବୁଠୁ ବଡ଼ କଥା ହେଉଛି ଏହି ଗଞ୍ଜେଇ କାରବାରରେ ପୋଲିସ କର୍ମଚାରୀଙ୍କ ସମ୍ପୃକ୍ତି ରହିଛି ।

Jeypore Sadar Police Arrested Six including 2 Cops In Ganja Trafficking  
FILE

ଗଞ୍ଜେଇ କାରବାରରେ ଜୟପୁର ସଦର ଥାନାରେ କାର୍ଯ୍ୟରତ ହାବିଲଦାର ବିଶ୍ୱନାଥ ପରାଜା ଓ OAPF ଯବାନ ନରେନ୍ଦ୍ର ବଡ଼ନାୟକଙ୍କ ସମ୍ପୃକ୍ତି ରହିଛି । ଏହି ୨ ପୋଲିସ କର୍ମଚାରୀଙ୍କ ସହ ପୋଲିସ ବିହାରର ଜଣେ, ଆନ୍ଧ୍ରପ୍ରଦେଶର ଜଣେ ଓ କୋରାପୁଟର ଅନ୍ୟ ୨ ଜଣ ମୋଟ ୬ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ।

Leave a Reply