ବିସ୍ଫୋରକ ଭର୍ତ୍ତି କଣ୍ଟେନର ଜବତ, ହାଇଦ୍ରାବାଦରୁ ଯାଉଥିଲା ମାଲକାନଗିରି

ଜୟପୁର: ପାଟ୍ରୋଲିଂ ବେଳେ ବିପୁଳ ବିସ୍ଫୋରକ ଜବତ । ଜୟପୁର ଟାଉନ ଥାନା ପୋଲିସ ବିଳମ୍ବିତ ରାତିରେ ପାଚ୍ରୋଲିଂ ବେଳେ ବିସ୍ଫୋରକ ଭର୍ତ୍ତି ଏକ କଣ୍ଟେନରକୁ ଜବତ କରିଛି । ଉକ୍ତ କଣ୍ଟେନରରେ ବିପୁଳ ବିସ୍ଫୋରକ ଅଛି ।ପୋଲିସ କଣ୍ଟେନରକୁ ଜବତ କରିବା ସହ ଡ୍ରାଇଭର ଓ ହେଲପରକୁ ଅଟକ ରଖି ପଚରାଉଚରା କରୁଛି । ମିଳିଥିବା ସୂଚନା ଅନୁଯାୟୀ କଣ୍ଟେନରକୁ ହାଇଦ୍ରାବାଦରୁ ମାଲକାନଗିରି ଅଭିମୁଖେ ଯାଉଥିଲେ ।

ତେବେ, ବିସ୍ଫୋରକ ପରିବହନ ପାଇଁ ଆବଶ୍ୟକ ପ୍ରମାଣ ପତ୍ର ଓ ଅନୁମତି ରହିଛି କି ନାହିଁ ପୋଲିସ ଯାଞ୍ଚ କରୁଛି । ଗତବର୍ଷ ମାଲକାନଗିରି ପୋଲିସ ମଧ୍ୟ ବିସ୍ଫୋରକ ବୋଝେଇ ୨ଟି ଟ୍ରକକୁ ଜବତ କରିଥିଲା ।

Leave a Reply