ଜୟପୁରର କୁନି ଟିକଟକ୍ କ୍ୱିନ୍ ସୋସିଆଲ ମିଡିଆରେ କରୁଛନ୍ତି ହଙ୍ଗାମା, ଦେଖନ୍ତୁ ଭିଡ଼ିଓ

1 min read

ଜୟପୁର: ଆଧୁନିକ ସଂଗୀତ ବାଜିଲେ ତାଙ୍କ ପାଦ ନାଚି ଉଠେ  । ସଂଗୀତର ତାଳରେ ଅଙ୍ଗ ଭଙ୍ଗୀ ଦେବାରେ ଓସ୍ତାଦ୍ ଟିକ୍ ଟକ୍ କୁଇନ୍ ସାଇନା । ଜୟପୁର ସହରରେ ସାଇନା ନାମରେ ସେ ଖୁବ୍ ପରିଚିତ । ବୟସ ମାତ୍ର ଚାରି ବର୍ଷ, ଏହି ବୟସରେ ନିଜ କଳାକୁ ନେଇ ସେ ଖୁବ ଚର୍ଚ୍ଚା ସାଉଁଟିବାରେ ଲାଗିଛନ୍ତି । ଏହି କୁନି ଝିଅଟିର ପ୍ରତିଭାକୁ ଆଗକୁ ନେବା ପାଇଁ ବାପା ଶିବରାମ ପାତ୍ର ଓ ମା ସ୍ୱାତୀ ମଧ୍ୟ ଲାଗି ପଡିଛନ୍ତି ।

ବିନା ତାଲିମରେ ସୁନ୍ଦର ପ୍ରତିଭା

ଯେକୌଣସି ଆଧୁନିକ ମ୍ୟୁଜିକର ତାଳରେ ନାଚ କରିବାରେ ଧୁରନ୍ଧର ପାଲଟିଛନ୍ତି ଏବେ ସାଇନା । ସେଥିପାଇଁ ସେ ସହରର ବିଭିନ୍ନ କାର୍ଯ୍ୟକ୍ରମରେ ପ୍ରଶଂସା ଓ ସମ୍ମାନ ସାଉଁଟିଛନ୍ତି । ସେହିପରି ଲିଟିଲ୍ କୁଇନ୍ କାର୍ଯ୍ୟକ୍ରମରେ ବି ସେ ପୁରସ୍କୃତ ହୋଇଛନ୍ତି ତାଙ୍କର ଏହି ପ୍ରତିଭା ପାଇଁ । ସୁନ୍ଦର ନୃତ୍ୟ ପରିବେଷଣ କରି ଜୟପୁର ଏବେ ନିଜକୁ ଚର୍ଚ୍ଚିତ କରିପାରିଛନ୍ତି ସାଇନା । ତେବେ ବିନା ତାଲିମରେ ଖୁବ ସୁନ୍ଦର ଭାବେ ସେ କୌଣସି ବି ଗୀତରେ ନାଚି ପାରନ୍ତି । କାରଣ ବିଭିନ୍ନ ସମୟରେ ମୋବାଇଲ୍ ଓ ଟିଭିରୁ ଶିକ୍ଷା ଲାଭ କରିଥିବା କୁହନ୍ତି ପରିବାର ଲେକେ ।  ତେବେ ବିଶେଷକରି ଟିକ୍ ଟକ୍ ମ୍ୟୁଜିକରେ ଅତି ଆକର୍ଷଣିୟ ନୃତ୍ୟ କରିପାରନ୍ତି ସାଇନା  ।

ସାଇନାଙ୍କ ଏଭଳି କଳାକୁ ନେଇ କ’ଣ କୁହନ୍ତି ପରିବାର ଲୋକେ

ସାଇନାଙ୍କ ଏଭଳି ପ୍ରତିଭା ପିଲା ଦିନରୁ ହିଁ  ଦେଖିବାକୁ ପାଇଥିଲେ ପରିବାର ଲୋକେ । ସେଥିପାଇଁ ତାକୁ ନାଚିବାକୁ ସୁଯୋଗ ଦେଇଥିଲେ ବାପା ଓ ମା । ବିଭିନ୍ନ କାର୍ଯ୍ୟକ୍ରମରେ ଝିଅ ସାଇନାକୁ ନେଇ ଚାଲିଯାଆନ୍ତି ବାପା ମା । ଏବଂ ସବୁଠାରେ ଝିଅର ସୁନ୍ଦର ନୃତ୍ୟକୁ ନେଇ ପ୍ରଶଂସାରେ ଖୁବ ଖୁସି ବି ହୁଅନ୍ତି ବାପା ମା । ସେଥିପାଇଁ ଆଗକୁ କିଭଳି ସାଇନା ଏହି ଦିଗରେ କାମ କରନ୍ତୁ ସେନେଇ ସବୁ ପ୍ରକାର ଚେଷ୍ଠା କରିବେ ବୋଲି କହିଛନ୍ତି ପରାବାର ଲୋକେ ।

https://www.facebook.com/nandighoshatv/videos/3002853886443042/

Leave a Reply