ମାଓ ଅପରେସନ ସାରି ଫେରୁଥିବା ବେଳେ ନଦୀକୁ ଖସିପଡ଼ିଲା ଯବାନଙ୍କ ବସ୍‌

ବାଜିପୁର: ନଦୀକୁ ଖସିପଡ଼ିଲା ଯବାନଙ୍କ ବସ୍‌ । ଅପରେସନ ସାରି ଫେରୁଥିବା ବେଳେ ଘଟିଲା ଅଘଟଣ । ଛତିଶଗଡ଼ ବିଜାପୁରରେ ନସ୍କଲ ବିରୋଧି ଅପରେସନ୍ ପାଇଁ ଯାଇଥିବା ଡିଆରଜି ଯବାନଙ୍କ ଗାଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଛି ।  ଅପରେସନ୍ ସାରି ଫେରୁଥିବାବେଳେ ନଦୀର ବ୍ରିଜ୍ ପାର୍ଶ୍ୱକୁ ଖସିପଡ଼ିଥିଲା ବସଟି । ଯବାନଙ୍କୁ ନେଇ ଆସୁଥିବା ଏହି ବସଟି ଓଲଟିପଡ଼ିଥିଲା ।

ହେଲେ ସୌଭାଗ୍ୟବସତଃ କୌଣସି ଯବାନଙ୍କ କିଛି ବି କ୍ଷୟକ୍ଷତି ହୋଇନଥିବା ସୂଚନା ଦେଇଛନ୍ତି ବିଜାପୁର ଏସପି କମଳଲୋଚନ ଲାସ୍ୟପ ।  ବସରେ ଥିବା ୩୦ ଜଣ ଯବାନ ସୁରକ୍ଷିତ ଥିବା ଜଣାପଡ଼ିଛି । ଘଟଣାସ୍ଥଳରେ ଅତିରିକ୍ତି ସେନା ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ ।  ଦୁଇ ଦିନ ପୂର୍ବରୁ ନକ୍ସଲଙ୍କ ବିରୋଧରେ ଅପେରସନ୍ ପାଇଁ ଯାଇଥିବା ଯବାନଙ୍କ ଗାଡ଼ି ଆଜି ଅପରାହ୍ନରେ ଫେରିବା ସମୟରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା ।

Leave a Reply