ପାରାଦୀପ ବନ୍ଦରରେ ଥିବା ଜାହାଜରେ ରଶି ଲଗାଇ ଯବାନଙ୍କ ଆତ୍ମହତ୍ୟା

ପାରାଦ୍ୱୀପ: କୋଷ୍ଟଗାର୍ଡ ଜାହାଜରେ ରଶି ଲଗାଇ ଆତ୍ମହତ୍ୟା କଲେ ଯବାନ । କୋଷ୍ଟଗାର୍ଡର ରେଜିଆ ଶୁଲତାନା ନାମକ ଜାହାଜରେ ଘଟିଛି ଏଭଳି ଅଘଟଣ । ମୃତକଙ୍କ ନାମ ଏ. କେ. ଗୌତମନ । ମୃତ୍ୟୁ ବେଳକୁ ତାଙ୍କୁ ମାତ୍ର ୨୩ ବର୍ଷ ବୟସ ହୋଇଥିଲା । ତାଙ୍କ ଘର କେରଳ ବୋଲି ସୂଚନା ମିଳିଛି । ସୋମବାର କୋଷ୍ଟଗାର୍ଡର ଉପରିସ୍ଥ ଅଧିକାରୀ ଅଭିଜିତ୍ ସିଂହ ପ୍ରଥମେ ଜାହାଜର ମେସିନ ରୁମରେ ଗୌତମନ ରଶିରେ ଝୁଲୁଥିବା ଦେଖିବାକୁ ପାଇଥିଲେ । ପରେ ଏନେଇ ନେହେରୁବଙ୍ଗଳା ମେରାଇନ୍ ଥାନାକୁ ଖବର ଦିଆଯାଇଥିଲା ।

ନେହେରୁବଙ୍ଗଳା ମେରାଇନ୍ ଥାନା ପକ୍ଷରୁ କେସ୍ ନମ୍ବର ୬/୨୦ ଅନୁଯାୟୀ ଏକ ଆତ୍ମହତ୍ୟା ମାମଲା ରୁଜୁକରାଯାଇଛି । ଶବ ଜବତ କରି ବ୍ୟବଛେଦ ପାଇଁ ପଠାଇ ଅଧିକ ତଦନ୍ତ ଜାରି ରଖିଛନ୍ତି । ତେବେ କଣ ପାଇଁ ମୃତ୍ୟୁ ହୋଇଛି ? ତାଙ୍କ ସହ କଣ ହୋଇଥିଲା ଜାହାଜ ମଧ୍ୟରେ ? ଏନେଇ କୌଣସି ପ୍ରକାରର ସୂଚନା ମିଳିପାରିନାହିଁ ।

Leave a Reply