କେବେ ଟଙ୍କା ପାଇଁ କରୁଥିଲେ ଗାଡ଼ି ସଫା ଆଉ ଏବେ ବଲିଉଡ଼ର ଭବିଷ୍ୟତ

1 min read

ମୁମ୍ବାଇ: ଅଭିନେତା ତଥା କଣ୍ଠଶିଳ୍ପୀ ଜସି ଗିଲ ପଞ୍ଜାବୀ ଫିଲ୍ମ ଇଣ୍ଡଷ୍ଟ୍ରିର ଏକ ଚର୍ଚ୍ଚିତ ଚେହେରା । ଏବେ ଧୀରେ ଧୀରେ ହିନ୍ଦୀ ସିନେମାରେ ମଧ୍ୟ ନିଜର ଦକ୍ଷତା ଦେଖାଇବା ଆରମ୍ଭ କରିଛନ୍ତି । ଆଜି ୨୬ ନଭେମ୍ବରରେ, ଜସି ଗିଲଙ୍କ ଜନ୍ମଦିନ ଆସନ୍ତୁ ଜାଣିବା ଜସି ଗିଲଙ୍କ ଜୀବନ ଯାତ୍ରା କିଛି ମଜାଦାର କାହାଣୀ ବିଷୟରେ । ଜସି ଗିଲଙ୍କ ପାଖରେ ଆଜି ସବୁକିଛି ଅଛି ସେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି । ଆଉ ଏଯାଏଁ ପହଞ୍ଚିବାକୁ ସେ ବହୁ ପରିଶ୍ରମ ମଧ୍ୟ କରିଛନ୍ତି ।

ମାର୍ଚ୍ଚ ୨୦୨୦ରେ ଲକଡାଉନ ସମୟରେ ଜସି ତାଙ୍କ ଏକ ଥ୍ରୋବ୍ୟାକ୍ ଫଟୋ ସେୟାର କରିଥିଲେ ଯେଉଁଥିରେ ସେ କାର ଧୋଇଥିବାର ଦେଖାଯାଇଥିଲେ । ଏହି ଫଟୋ ଅଷ୍ଟ୍ରେଲିଆର ଥିଲା ଯେଉଁଠାରେ ଜସିଙ୍କ ଭଉଣୀ ରୁହନ୍ତି । ଏହି ଫଟୋର ସତ୍ୟତା କହିବାକୁ ଗଲେ ଜସି ଅଷ୍ଟ୍ରେଲିଆରେ ରହିବା ସମୟରେ ଗାଡି ସଫା କରୁଥିଲେ। ସେ ଏହି କାମ ତିନିମାସ ପର୍ଯ୍ୟନ୍ତ କରିଥିଲେ ଆଉ ସେହି ଟଙ୍କାରେ ସେ ତାଙ୍କ ଡେବ୍ୟୁ ଆଲବମରେ ଲଗାଇଥିଲେ ।

ଏକ ସାକ୍ଷାତକାରରେ ଜସି ଏହା ମଧ୍ୟ କହିଛନ୍ତି- ମୋତେ ଦିନକୁ ୬୦ ଡଲାର ଦିଆଯାଉଥିଲା ଏବଂ ରବିବାର ଦିନ ମଧ୍ୟ ସେ କାମକୁ ଯାଉଥିଲେ। ସେହି ୯୦ ଦିନରେ, ମୁଁ ଗୋଟିଏ ଦିନ ପାଇଁ କାମକୁ ଯାଇପାରି ନଥିଲି, ସେଦିନ ପ୍ରବଳ ବର୍ଷା ହେଉଥିଲା ସେଥିପାଇଁ ହିଁ ମୁଁ ତିନି ମାସ ଭିତରେ ଗୋଟିଏ ଦିନ କାମକୁ ଯାଇପାରି ନଥିଲି । ମୋର ସିଫ୍ଟ ସକାଳ ୮ ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଥିଲା ଯେତେବେଳେ ମୋତେ ଗୋଚିଏ ଗ୍ୟାରେଜରେ ଜଣେ ସୁପରଭାଇଜରଙ୍କୁ ସାହାଯ୍ୟ କରିବାକୁ ପଡିଲା | ‘କାମ ସମୟରେ ମୁଁ ଦିନସାରା ନଇଁ ରହି କାମ କରୁଥିଲି, ତେଣୁ ମୋର ବ୍ୟାକ୍ ପେନ ହେବା ସହ ଶରୀର ଯନ୍ତ୍ରଣା ମଧ୍ୟ ହେଉଥିଲା। କିନ୍ତୁ ସେହି ସମୟରେ, ମୋର ଟଙ୍କା ରୋଜଗାର କରିବା ହିଁ ଗୁରୁତ୍ୱପୂର୍ଣ୍ଣ ଥିଲା । କାରଣ ସେଦିନ ମୁଁ କେମିତି ସେହି ଟଙ୍କାରେ ମୋର କ୍ୟାରିୟର କରିପାରିବି ଚିନ୍ତା କରୁଥିଲି ।

୨୦୧୧ରେ ଜସି ଗିଲ ତାଙ୍କର ଡେବ୍ୟୁ ଆଲବମ୍ ‘ବ୍ୟାଚମେଟ୍’ ରିଲିଜ୍ କରିଥିଲେ । ଏହା ପରେ, ୨୦୧୪ ରେ, ସେ ପଞ୍ଜାବୀ ଚଳଚ୍ଚିତ୍ର ମିଷ୍ଟର ଆଣ୍ଡ ମିସେସ ୪୨୦ରେ ଅଭିନୟ ଜୀବନ ଆରମ୍ଭ କରିଥିଲେ । ଏହାପରେ ସେ ଅନେକ ଚଳଚ୍ଚିତ୍ରରେ ଅଭିନୟ କରିଥିଲେ ।

ବଲିଉଡ଼ରେ ସେ ‘ହାପି ଫିର ଭାଗ ଜୟେଗି’ରୁ ଏଣ୍ଟ୍ରି କରିଥିଲେ। ଯାହା ୨୦୧୮ରେ ରିଲିଜ ହୋଇଥିଲା । ଏହା ପରେ, ୨୦୨୦ରେ ଜାସି କଙ୍ଗନା ରାନାୱତଙ୍କ ସହ ପଙ୍ଗା ଫିଲ୍ମ କରିଥିଲେ। ହିନ୍ଦୀ ସିନେମାରେ ଏପର୍ଯ୍ୟନ୍ତ ଏହା ତାଙ୍କର ଗୁରୁତ୍ୱପୂର୍ଣ୍ଣ ଚରିତ୍ର । ଆଜି ଜସି ଗିଲ କେବଳ ପଞ୍ଜାବରେ ପରିଚିତ ନୁହେନ୍ତି ସାରା ବଲିଉଡ଼ରେ ସେ ପରିଚିତ ।

Leave a Reply