କାଶ୍ମୀର ପ୍ରସଙ୍ଗରେ ମେହେବୁବା ମୁଫତିଙ୍କ ବିବାଦୀୟ ମନ୍ତବ୍ୟ ଦେଇ ଟ୍ୱିଟ୍

ନୂଆଦିଲ୍ଲୀ: ପୂର୍ବତନ ମୁଖ୍ୟମନ୍ତ୍ରୀ ମେହେବୁବା ମୁଫତିଙ୍କୁ ମୁକ୍ତି ମିଳିବା ପରେ ଜମ୍ମୁ କାଶ୍ମୀରରେ ପୁଣି ରାଜନୈତିକ ହଲଚଲ ଆରମ୍ଭ ହୋଇଯାଇଛି । ମେହେବୁବା ମୁଫତି କାଲି ମୁକ୍ତ ହେବା ପରେ କାଶ୍ମୀର ପ୍ରସଙ୍ଗରେ ପୁଣି ବିବାଦୀୟ ମନ୍ତବ୍ୟ ଦେଇ ଟ୍ୱିଟ୍ କରିଥିଲେ । ଏହାସହ କାଶ୍ମୀର ଜନସାଧାରଣଙ୍କୁ ନ୍ୟାୟ ଦେବା ପର୍ଯ୍ୟନ୍ତ ତାଙ୍କ ଲଢେଇ ଜାରି ରହିବ ବୋଲି ସେ କହିଥିଲେ ।

ଏହାପରେ ତାଙ୍କ ଘରେ ପିଡିପି ନ୍ୟାସନାଲ କନଫରେନ୍ସ ନେତାଙ୍କୁ ନେଇ ଏକ ବୈଠକ କରିଥିଲେ । ଆଜି ପୁଣି ବୈଠକ ଡାକିଛନ୍ତି ମୁଫତି । ଏଥିରେ ପିଡିପି ସମେତ ଅନ୍ୟ ପାର୍ଟିର ନେତା ମଧ୍ୟ ସାମିଲ ହେବେ ବୋଲି କୁହାଯାଉଛି । ଏହି ବୈଠକରେ ନ୍ୟାସନାଲ କନଫରେନ୍ସ ନେତା ଫାରୁକ ଅବଦୁଲ୍ଲା, ଉମର ଅବଦୁଲା ମଧ୍ୟ ସାମିଲ ହେବେ । ତେବେ ଯେତେ ଯୋଜନା କଲେ ସୁଦ୍ଧା କାଶ୍ମୀରକୁ ପୁଣି ଅନ୍ଧାର ଭିତରକୁ ଠେଲି ଦେବାକୁ ଦିଆଯିବ ନାହିଁ ବୋଲି କହିଛି ବିଜେପି ।

Leave a Reply