LoCରେ ପାକିସ୍ତାନର ହରକତ୍, ରାଜୌରୀରେ ଗୁଳିବିନିମୟ ବେଳେ ଜଣେ ଯବାନ ସହିଦ

1 min read
Jammu Kashmir Nowshera Sector Ceasefire Violation Soldiers Killed

ଶ୍ରୀନଗର: ଜମ୍ମୁ-କାଶ୍ମୀର ରାଜୌରୀର ନୌସେରା ସେକ୍ଟରରେ ପାକିସ୍ତାନ ପୁଣି ଥରେ ଅସ୍ତ୍ରବିରତି ଉଲ୍ଲଂଘନ କରିଛି । ପାକିସ୍ତାନ ପଟୁ ଗୁଳିଗୋଳା ବର୍ଷଣରେ ଜଣେ ଭାରତୀୟ ଯବାନ ସହିଦ ହୋଇଥିବା ଜଣାପଡ଼ିଛି । ସୂଚନା ଅନୁଯାୟୀ, ପାକିସ୍ତାନର ଗୁଳିମାଡ଼ରେ ସେନାର ଜଣେ ହାବିଲଦାର ସହିଦ୍ ହୋଇଛନ୍ତି । ପାକିସ୍ତାନ ପଟୁ ହେଉଥିବା ଫାୟାରିଂର ଜବାବ ଦେଉଛି ଭାରତୀୟ ସେନା ।

Jammu Kashmir Nowshera Sector Ceasefire Violation Soldiers Killed

ଗତ ସପ୍ତାହରେ ପାକିସ୍ତାନ ସେନା ଜମ୍ମୁ-କାଶ୍ମୀରର ଉରୀ ସେକ୍ଟରରୁ ନେଇ ଗୁରେଜ ସେକ୍ଟର ମଧ୍ୟରେ ନିୟନ୍ତ୍ରଣ ରେଖା (LoC)ର କେତେକ ସ୍ଥାନରେ ଅସ୍ତ୍ରବିରତି ଉଲ୍ଲଂଘନ କରିଛି । ପାକିସ୍ତାନ ପଟୁ ହୋଇଥିବା ଗୁଳିଗୋଳା ବର୍ଷଣରେ ୪ ଜଣ ସୁରକ୍ଷାକର୍ମୀ ସହିଦ ହୋଇଛନ୍ତି । ଏଥିସହ ୬ ଜଣ ସାଧାରଣ ଲୋକଙ୍କ ଜୀବନ ଯାଇଛି ।

ଉରୀର ବିଭିନ୍ନ ସ୍ଥାନକୁ ବାଦ୍ ଦେଇ ବାନ୍ଦିପୁରା ଜିଲ୍ଲା ଗୁରେଜ ସେକ୍ଟର ଓ କୁପୱାଡ଼ା ଜିଲ୍ଲାର କେରନ ସେକ୍ଟରରେ ବି ପାକିସ୍ତାନ ଅସ୍ତ୍ରବିରତି ଉଲ୍ଲଂଘନ କରିଛି । ଯାହାକୁ ନେଇ ଭାରକ ପଡ଼ୋଶୀ ପାକିସ୍ତାନକୁ ଘେରିଛି । ଭାରତୀୟ ବିଦେଶ ମନ୍ତ୍ରାଳୟ ସାମ୍ବାଦିକ ସମ୍ମିଳନୀ କରି ଏହା ପାକିସ୍ତାନର ଭାରତ ବିରୋଧୀ ଷଡ଼ଯନ୍ତ୍ର ବୋଲି କହିଛି ।

Jammu Kashmir Nowshera Sector Ceasefire Violation Soldiers Killed

ବିଦେଶ ମନ୍ତ୍ରାଳୟର ମୁଖପାତ୍ର ଅନୁରାଗ ଶ୍ରୀବାସ୍ତବ କହିଛନ୍ତି- ବିଶ୍ୱ ଆତଙ୍କବାଦର ଚେହେରା ଓସାମା ବିନ୍ ଲାଡେନ ପାକିସ୍ତାନରେ ଠାବ ହୋଇଥିଲା । ଇମ୍ରାନ ଖାନ ମଧ୍ୟ ତାକୁ ସଂସଦରେ ସହିଦ୍ କହିଛନ୍ତି । ପାକିସ୍ତାନରେ ୪୦ ହଜାର ଆତଙ୍କବାଦୀ ଥିବା ସେ ନିଜେ ମାନିଛନ୍ତି । ପାକିସ୍ତାନର ବିଜ୍ଞାନ ଓ କାରିଗରୀ ମନ୍ତ୍ରୀ ଗର୍ବର ସହିତ ମାନିଛନ୍ତି ପୁଲୱାମା ଆତଙ୍କବାଦୀ ଆକ୍ରମଣରେ ଭାରତର ୪୦ ଜଣ ଯବାନ ସହିଦ ପଛରେ ପାକିସ୍ତାନର ହାତ ଅଛି ।

ଅସ୍ତ୍ରବିରତି ଉଲ୍ଲଂଘନକୁ ନେଇ ୨୦୦୩ରେ ହୋଇଥିବା ବୁଝାମଣାକୁ ମାନିବା ପରିବର୍ତ୍ତେ ପାକିସ୍ତାନୀ ସେନା ଆତଙ୍କବାଦୀଙ୍କୁ ଅନୁପ୍ରବେଶ କରିବା ଲାଗି ଲଗାତାର ସୀମାରେ ଗୁଳିବର୍ଷଣ କରୁଛି । ଆତଙ୍କବାଦୀଙ୍କୁ ଅସ୍ତ୍ରଶସ୍ତ୍ର ଯୋଗାଇ ଦେବା ଓ ଏଲଓସି ଅଞ୍ଚଳରେ ଆତଙ୍କବାଦୀ ଗତିବିଧି ପାକିସ୍ତାନ ସେନାର ସମର୍ଥନ ବିନା ସମ୍ଭବ ନୁହେଁ । ଏବଂ ପାକିସ୍ତାନ ଲଗାତାର ଏମିତି କରି ଆସୁଛି ।

Leave a Reply