ଜମ୍ମୁ କଶ୍ମୀର ସୀମାରେ ଅସ୍ତ୍ରବିରତି ଉଲଂଘନ, ବୁଡଗାମରେ ଆତଙ୍କୀ ଗୁଳିର ଶିକାର ହେଲେ ବିଜେପି ନେତା

1 min read

ଶ୍ରୀନଗର: ଜମ୍ମୁ କାଶ୍ମୀରରେ ଅସ୍ତ୍ରବିରତୀ ଉଲଙ୍ଘନ କଲା ପାକିସ୍ତାନ । ପୁଞ୍ଚ ଜିଲ୍ଲା ମାନକୋଟ ସେକ୍ଟରରେ ସିଜଫାୟାର ଚାଲିଥିବା ବେଳେ ଭାରତୀୟ ସେନା ସଜାଗ ରହିଛନ୍ତି । ସେପଟେ ବୁଡଗାମରେ ଆତଙ୍କବାଦୀଙ୍କ ଗୁଳିର ଶିକାର ହେଲେ ବିଜେପି ନେତା । ବୁଡଗାମ ଜିଲ୍ଲା ବିଜେପି ସଭାପତି ଓବିସ ମୋର୍ଚ୍ଚା ଅବଦୁଲ ହମିଦ ନଜର ଆତଙ୍କବାଦୀଙ୍କ ଗୁଳିରେ ଗୁରୁତର ଆହତ ହୋଇଛନ୍ତି । ତାଙ୍କୁ ସ୍ଥାନୀୟ ମେଡିକାଲକୁ ସ୍ଥାନାନ୍ତର କାରଯାଇଛି । ବୁଡଗାମ ଏସଏସପି ଓ ଜମ୍ମୁ କଶ୍ମୀର ପୋଲିସ ହମିଦଙ୍କୁ ମେଡିକାଲ ସ୍ଥାନାନ୍ତର କରିଛନ୍ତି । ଆତଙ୍କୀଙ୍କ ସାମ୍ନା କରିବାକୁ ଯବାନ ପ୍ରସ୍ତୁତ ଥିବା ଦେଖିବାକୁ ମିଲିଛି । ପୁରା ଅଞ୍ଚଳରେ ସେନା ଛାଉଁଣୀ ହୋଇଯାଇଛି । ଘଟଣା ସମ୍ପର୍କରେ ସୂଚନା ପାଇବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଆତଙ୍କବାଦୀଙ୍କ ସନ୍ଧାନକୁ ଜୋରଦାର କରିଛି।

ପୂର୍ବରୁ ମଧ୍ୟ ଅଗଷ୍ଟ ୪ ରେ, ଧାରା ୩୭୦ ଏବଂ ୩୫ଏ ହଟାଇବାର ପ୍ରଥମ ବାର୍ଷିକୀ ପୂର୍ବରୁ ଆତଙ୍କବାଦୀମାନେ କୁଲଗାମର ମିର ବଜାରରେ ବିଜେପି ସରପଞ୍ଚ ଆରିଫ ଅହମ୍ମଦଙ୍କୁ ଗୁଳି କରି ହତ୍ୟା କରିଥିଲେ ଯେଉଁଥିରେ ସେ ପ୍ରଥମେ ଗୁରୁତର ଆହତ ହୋଇଥିଲେ । ଏହାପୂର୍ବରୁ ଜାମ୍ମୁ କାଶ୍ମୀରର ବାନ୍ଦିପୋରା ଠାରେ ଭାରତୀୟ ଜନତା ପାର୍ଟି କର୍ମୀ ୱାସିମ ବରୀଙ୍କୁ ମଧ୍ୟ ଗୁଳି କରି ହତ୍ୟା କରାଯାଇଥିଲା। ୱାସିମଙ୍କ ବ୍ୟତୀତ ତାଙ୍କ ପିତା ବଶିର ଅହମ୍ମଦ ଏବଂ ଭାଇ ଉମର ବଶୀରଙ୍କ ଉପରକୁ ଗୁଳି ବିନିମୟ ହୋଇଥିଲା । ତିନିଜଣଙ୍କୁ ଆହତ ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା କିନ୍ତୁ ଚିକିତ୍ସା ଆରମ୍ଭ ହେବା ପୂର୍ବରୁ ତିନିଜଣଙ୍କର ମୃତ୍ୟୁ ହୋଇଥିଲା ।

Leave a Reply