୩୭୦ ଧାରା ଉଚ୍ଛେଦ ପରେ ଜମ୍ମୁକଶ୍ମୀରରେ ପ୍ରଥମ ନିର୍ବାଚନ, ଆଜି ହେଲା ଭୋଟଗ୍ରହଣ

ଜମ୍ମୁକଶ୍ମୀର: ଜମ୍ମୁକଶ୍ମୀରରୁ ଧାରା 370 ଉଚ୍ଛେଦ ପରେ ଏଠାରେ ପ୍ରଥମ ନିର୍ବାଚନ ହୋଇଛି । ଜାମ୍ମୁ କାଶ୍ମୀରରେ ଜିଲ୍ଲା ବିକାଶ ପରିଷଦର ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଶେଷ ହୋଇଛି । ଏହି ନିର୍ବାଚନରେ ଗୁପକାର ଗଠବନ୍ଧନ ସହ ବିଜେପି ମଧ୍ୟରେ କଡା ଟକ୍କର ହେଉଛି  । ଧାରା ୩୭୦ ଉଚ୍ଛେଦ ପରେ କେନ୍ଦ୍ର ଶାସିତ ଅଞ୍ଚଳରେ ଏହା ପ୍ରଥମ ନିର୍ବାଚନ  ।

ଏଥିପାଇଁ ମତଦାନ ଅଞ୍ଚଳରେ ବ୍ୟାପକ ବ୍ୟବସ୍ଥା କରାଯାଇଥିଲା  । ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇଥିବା ବେଳେ ପ୍ରବଳ ଥଣ୍ଡା ଯୋଗୁଁ ଲୋକେ ବିଳମ୍ବରେ ଭୋଟ ଦେବା ପାଇଁ ଆସିଥିଲେ । ପ୍ରଥମ ପର୍ଯ୍ୟାୟରେ ୧୪୭୫ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା ହେଉଛି  । ଡିଡିସି ସହ ପଞ୍ଚାୟତ ଏବଂ ଓ୍ବାର୍ଡ ସ୍ତରରେ ଏହି ନିର୍ବାଚନ ହେଉଛି  । ଡିଡିସି ପାଇଁ ୪୩ଟି ଆସନରେ ମତଦାନ ହେଉଥିବା ବେଳେ ୨୫ଟି କାଶ୍ମୀରରେ ଏବଂ ୧୮ଟି ଜାମ୍ମୁରେ ରହିଛି  । ୮ଟି ପର୍ଯ୍ୟାୟରେ ହେବ ଏହି ମତଦାନ  । ଜାମ୍ମୁ କାଶ୍ମୀରବାସୀ ସ୍ଥାନୀୟ ବିକାଶକୁ ପ୍ରସଙ୍ଗ କରି ଭୋଟ ଦାନ କରିଥିବା କହିଛନ୍ତି ।

Leave a Reply