ଭେଜାଲ ହେଉଛି ଜହର, ଛତିଆ ଅଞ୍ଚଳରୁ ଧରାପଡ଼ିଲା ରାକେଟ୍

ଚଣ୍ଡିଖୋଲ: ବିଷ ବି ମିଳୁନି ଶୁଦ୍ଧ । ଭେଜାଲ କରୁଛନ୍ତି ଅସାଧୁ ବେପାରୀ । ସ୍ୱାସ୍ଥ୍ୟ ପକ୍ଷେ ହାନିକାରକ ସାବ୍ୟସ୍ତ ଗୁଟଖା, ଜର୍ଦ୍ଦା ଓ ପାନ ମସଲା ନକଲି ହେଉଛି । ଛତିଆ ଅଞ୍ଚଳର ବିଦ୍ୟାଧରପୁରରେ ପୋଲିସ ଏମିତି ଏକ ରାକଟେକୁ ଧରିଛି ।ବୈରୀ ଥାନା ପୋଲିସ ଓ ଯାଜପୁର ଏସିଡିପିଓଙ୍କ ଚଢ଼ାଉ ବେଳେ ବିପୁଳ ପରିମାଣର ନକଲି ଜର୍ଦ୍ଦା ଜବତ ହୋଇଛି । ଏଥିରେ ରହିଛି ବିଭିନ୍ନ କମ୍ପାନୀର ଡବା ଓ ହୋଲଗ୍ରାମ୍ । ପୋଲିସ ମାମଲାରେ ୪ ଜଣଙ୍କୁ ଅଟ ରଖି ପଚରାଉଚରା କରୁଛି ।ଏକ ଘରେ ବହୁଦିନରୁ ନକଲି ଜର୍ଦ୍ଦା ପ୍ରସ୍ତୁତ ହେଉଥିଲା । ଏନେଇ ପୋଲିସ ସୂଚନା ପାଇବା ପରେ ଅଚାନକ ଚଢ଼ାଉ କରିଥିଲା । ବିପୁଳ ନକଲି ଜର୍ଦ୍ଦା ସହ ତିଆରି ମେସିନ୍ ମଧ୍ୟ ଜବତ କରାଯାଇଛି । ପୂର୍ବରୁ ମଧ୍ୟ ଏହି ଅଞ୍ଚଳରୁ ନକଲି ଗୁଟଖା କାରବାର ଧରାପଡ଼ିଥିଲା ।

Leave a Reply