ଯାଜପୁରରେ ବ୍ୟାପୁଛି କରୋନା, ସ୍ପ୍ରେଡର ପାଲଟିଛନ୍ତି ୯୬ ଓ ୯୮ ନମ୍ବର ସଂକ୍ରମିତ !

ଭୁବନେଶ୍ୱର: ଯାଜପୁର ଜିଲ୍ଲାରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୪୫କୁ ବୃଦ୍ଧି ପାଇଛି । ଅଧିକାଂଶ ଆକ୍ରାନ୍ତଙ୍କ ଠାରେ କରୋନାର କୌଣସି ଲକ୍ଷଣ ନାହିଁ । ଗତକାଲି ୪ଟି ପଜିଟିଭ୍ ମାମଲା ଆସିଥିବା ବେଳେ ଆଜି ୫ଟି ସଂକ୍ରମଣ ମାମଲା ଚିହ୍ନଟ ହୋଇଛି । ପୂର୍ବରୁ ଚିହ୍ନଟ ହୋଇଥିବା ୯୬ ଓ ୯୮ ନମ୍ବର ସଂକ୍ରମିତଙ୍କ ଠାରୁ ପ୍ରାୟ ୧୩ ଜଣ କରୋନାରେ ଆକ୍ରାନ୍ତ ହୋଇଥିବା ଟ୍ରାଭେଲ୍ ହିଷ୍ଟ୍ରୀରୁ ଜଣାପଡ଼ୁଛି ।

ସ୍ୱାସ୍ଥ୍ୟ ବିଭାଗ ୱେବସାଇଟରେ ଉପଲବ୍ଧ ତଥ୍ୟ ଅନୁଯାୟୀ ୯୬ ନମ୍ବର ସଂକ୍ରମିତଙ୍କ ଠାରୁ ୧୩୧, ୧୩୮ ଓ ୧୩୯ ନମ୍ବର କରୋନାରେ ଆକ୍ରାନ୍ତ ହୋଇଛନ୍ତି । ସେହିଭଳି ୧୨୯, ୧୩୦, ୧୩୨, ୧୪୧ ଓ ୧୪୨ ନମ୍ବର ଆକ୍ରାନ୍ତ ୯୮ ନମ୍ବର ସଂକ୍ରମିତଙ୍କ ଠାରୁ କରୋନା ଆକ୍ରାନ୍ତ ହୋଇଛନ୍ତି । ୯୭ ନମ୍ବର ଆକ୍ରାନ୍ତଙ୍କ ଠାରୁ ସଂକ୍ରମିତ ହୋଇଚନ୍ତି ୧୨୮ ଓ ୧୪୦ ନମ୍ବର ଆକ୍ରାନ୍ତ ।

ସେହିଭଳି ୧୩୩, ୧୩୪, ୧୩୫, ୧୩୬, ୧୩୭ ନମ୍ବର ସଂକ୍ରମିତ ୯୬ ଓ ୯୮ ସଂକ୍ରମିତଙ୍କ ସମ୍ପର୍କରେ ଆସି କରୋନାରେ ଆକ୍ରାନ୍ତ ହୋଇଛନ୍ତି । ସମସ୍ତେ ଏବେ ମେଡିକାଲରେ ଚିକିତ୍ସାଧୀନ ଅଛନ୍ତି ।

୯୬ ନମ୍ବର ଆକ୍ରାନ୍ତ, ୫୭ ବର୍ଷୀୟ ପୁରୁଷ । ସେ ମାର୍ଚ୍ଚ ୨୯ରେ କୋଲକାତାରୁ ବୋଲେରୋରେ ୬ ଜଣଙ୍କ ସହିତ ଫେରିଥିଲେ । ତାଙ୍କୁ ଦଶରଥପୁର ବ୍ଲକ କଟିକଟା ପଞ୍ଚାୟତ କ୍ୱାରେଣ୍ଟାଇନ୍ ସେଣ୍ଟରରେ ଏପ୍ରିଲ୍ ୧୨ ଯାଏଁ ରଖାଯାଇଥିଲା । ଏପ୍ରିଲ୍ ୧୩ ତାରିଖରୁ ସେ ୨୫ ତାରିଖ ଯାଏଁ ଘରେ ପରିବାର ସହ ଆଇସୋଲେସନରେ ଥିଲେ । ୨୫ ତାରିଖରେ ତାଙ୍କ ନମୁନା ପଜିଟିଭ୍ ଆସିଥିଲା । ତାଙ୍କ ଠାରେ କରୋନାର କୌଣସି ଲକ୍ଷଣ ଦେଖାଦେଇ ନଥିଲା ।

୯୮ ନମ୍ବର ଆକ୍ରାନ୍ତ, ୫୨ ବର୍ଷୀୟ ପୁରୁଷ । ସେ ୯୬ ନମ୍ବର ଆକ୍ରାନ୍ତଙ୍କ ସହ ବୋଲେରୋରେ ଫେରିଥିଲେ । ତାଙ୍କ ନମୁନା ମଧ୍ୟ ଏପ୍ରିଲ୍ ୨୫ ତାରିଖରେ ପଜିଟିଭ୍ ଆସିଥିଲା । ତାଙ୍କ ଠାରେ କରୋନାର କୌଣସି ଲକ୍ଷଣ ନାହିଁ । ୯୭ ନମ୍ବର ଆକ୍ରାନ୍ତ, ୪୯ ବର୍ଷୀୟ ପୁରୁଷ ଉଭୟଙ୍କ ସହ ବୋଲେରୋରେ ଆସିଥିଲେ ।

କେନ୍ଦ୍ର ଜାରି କଲା ରେଡ୍‌ ଜୋନ ତାଲିକା, ଜାଣନ୍ତୁ କେଉଁ ଜୋନରେ ଅଛି ରାଜ୍ୟର କେଉଁ ଜିଲ୍ଲା…

Leave a Reply