ଅନୁଭବଙ୍କ ସହ ସମ୍ପର୍କକୁ ନେଇ ମୁହଁ ଖୋଲିଲେ ସାମ୍ବାଦିକା ଜାଗ୍ରତି ଶୁକ୍ଲା

1 min read
Jagrati Shukla Reacted On Relationship With Anubhav Mohanty 

ଭୁବନେଶ୍ୱର: କୋର୍ଟରେ ସ୍ୱାମୀ-ସ୍ତ୍ରୀଙ୍କ ସମ୍ପର୍କ । ସାଂସଦ ଅନୁଭବ ମହାନ୍ତି ଓ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ସ୍ୱାମୀ-ସ୍ତ୍ରୀ ସମ୍ପର୍କ କାଠଗଡ଼ାରେ ରହିଛି । ଏହାରି ଭିତରେ ଜାତୀୟ ସ୍ତରରେ କାର୍ଯ୍ୟରତ ସାମ୍ବାଦିକା ଜାଗ୍ରତି ଶୁକ୍ଲାଙ୍କ ସହ ଅନୁଭବଙ୍କ ସମ୍ପର୍କକୁ ନେଇ ସାମାଜିକ ଗଣମାଧ୍ୟମ ଉଠୁଛି ପଡ଼ୁଛି । ଏସବୁକୁ ନେଇ ଅନୁଭବ ନିରବ ଥିବାବେଳେ ମୁହଁ ଖୋଲିଛନ୍ତି ଜାଗ୍ରତି । ସେ ଅନୁଭବଙ୍କ ସହ ତାଙ୍କ ସମ୍ପର୍କକୁ ସମ୍ପୂର୍ଣ୍ଣ ବୃତ୍ତିଗତ ବୋଲି ବିବେଚନା କରିଛନ୍ତି । ଅନୁଭବ ଏବେ ବୈବାହିକ ଜୀବନକୁ ନେଇ ଛନ୍ଦି ହୋଇ ପଡ଼ିଥିବା ବେଳେ ଅଯଥା ମୋତେ ଛନ୍ଦା ଯାଉଥିବା କହିଛନ୍ତି ଜାଗ୍ରତି ଶୁକ୍ଲା । ଅନୁଭବ ଓ ବର୍ଷାଙ୍କ ମଧ୍ୟରେ ଉପୁଜିଥିବା ବିବାଦ ସେମାନଙ୍କ ବ୍ୟକ୍ତିଗତ ବୋଲି ସେ କହିଛନ୍ତି ।

Jagrati Shukla Reacted On Relationship With Anubhav Mohanty 

ଜାଗ୍ରତି କହିଛନ୍ତି- ମୋ ବିରୋଧରେ ସୋସିଆଲ୍ ମିଡିଆରେ ଅତ୍ୟନ୍ତ ହୀନ ଓ ଅପମାନଜନକ ମନ୍ତବ୍ୟ ଦିଆଯାଉଛି । ବର୍ଷାଙ୍କ ପ୍ରଶଂସକମାନେ ଏଭଳି ହୀନ ପ୍ରଚାର କରୁଥିବା ଜାଗ୍ରତି ଶୁକ୍ଲା କହିଛନ୍ତି । ସହିବାର ସୀମା ଟପିବା ପରେ ମୁଁ ଲେଖିବାକୁ ବାଧ୍ୟ ହେଲି । ସୋସିଆଲ୍ ମିଡିଆରେ ଅରୁଚିକର ମନ୍ତବ୍ୟ ଦ୍ୱାରା ସେ ଓ ତାଙ୍କ ପରିବାର ହଇରାଣ ହେଉଛନ୍ତି । ଏହାକୁ ନେଇ ସେ ପୋଲିସ ଓ ଆଇନର ଆଶ୍ରୟ ନେବେ ବୋଲି କହିଛନ୍ତି । ତେବେ, ତାଙ୍କ ବିରୋଧରେ କିଏ, କାହିଁକି ଏଭଳି ଚକ୍ରାନ୍ତ କରୁଛି ସେ ଜାଣିନଥିବା କହିଛନ୍ତି ।

Jagrati Shukla Reacted On Relationship With Anubhav Mohanty 

ଯେଉଁମାନେ ଜଣେ ମହିଳାଙ୍କ ସପକ୍ଷରେ ମତ ରଖୁଛନ୍ତି । ସେମାନେ କିଭଳି ଆଉ ଜଣେ ମହିଳାଙ୍କ ପ୍ରତି ଅଶ୍ରାବ୍ୟ ଶବ୍ଦ ପ୍ରୟୋଗ କରୁଛନ୍ତି ବୋଲି ଜାଗ୍ରତି ପ୍ରଶ୍ନ କରିଛନ୍ତି । ଏହା ଉପରେ ସେ କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭେଦକର, ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଜାତୀୟ ମହିଳା କମିଶନଙ୍କ ହସ୍ତକ୍ଷେପ ଲୋଡ଼ିଛନ୍ତି । ମହିଳା ଭାବେ ମୁଁ ମୋ ସମ୍ମାନ କ୍ଷୂର୍ଣ୍ଣ ହେବାକୁ ଦେବିନି ବୋଲି କହିଛନ୍ତି ଜାଗ୍ରତି ଶୁକ୍ଲା ।

Leave a Reply