ଇନ୍‌ଫୋସିଟି ନାବାଳିକା ଗଣଦୁଷ୍କର୍ମ ମାମଲା: ଜଗିଙ୍କୁ ଜେରା କରିବେ ଶିଶୁ ଅଧିକାର ସୁରକ୍ଷା କମିଶନ ଅଧ୍ୟକ୍ଷା

Jagi Mangat Panda

ଭୁବନେଶ୍ୱର: ଇନ୍‌ଫୋସିଟି ନାବାଳିକା ଗଣଦୁଷ୍କର୍ମ ମାମଲା ନେଇ ଆଜି ପୁଣି ହେବ ଶୁଣାଣି । ଶିଶୁ ଅଧିକାର ସୁରକ୍ଷା କମିଶନ ଅଧ୍ୟକ୍ଷା ଏହି ମାମଲାର ଶୁଣାଣି କରିବେ । ବ୍ୟକ୍ତିଗତ ହାଜର ପାଇଁ ଓଟିଭି ଏମଡି ଜଗି ମଙ୍ଗତ ପଣ୍ଡାଙ୍କ ସମେତ ୪ଜଣଙ୍କୁ ପୂର୍ବରୁ ନୋଟିସ ହୋଇଥିଲା ।କମିଶନଙ୍କ ନିକଟରେ ହାଜର ହେବା ପରେ ସେମାନଙ୍କ ବୟାନ ରେକର୍ଡ କରାଯିବ ।

ଯଦି ବୁଧବାର ଓଟିଭି ଏମ୍‌ଡି ନଆସନ୍ତି ତେବେ ପୋଲିସ ଜରିଆରେ ତାଙ୍କୁ ହାଜର ପାଇଁ ସମନ ଜାରି କରାଯିବ । ଗତ ୧୮ ତାରିଖରେ ହୋଇଥିଲା ମାମଲାର ପ୍ରଥମ ଶୁଣାଣି । ଏଥିରେ ପୀଡ଼ିତାଙ୍କ ମା’ ଓ ଓଟିଭି କର୍ତ୍ତୃପକ୍ଷଙ୍କ ପ୍ରତିନିଧି ହାଜର ହୋଇଥିବା ବେଳେ ଡିସିପି ଓ କ୍ରାଇମବ୍ରାଞ୍ଚ ତଦନ୍ତକାରୀ ଅଧିକାରୀ ସମୟ ନେଇଥିଲେ । ଅଭିଯୋଗକାରୀଙ୍କ ବୟାନ ରେକର୍ଡ ହୋଇଥିଲା ।

ତେବେ ଏହି ଶୁଣାଣିରେ ଓଟିଭି ଏମଡିଙ୍କ ଅସଲ ଚେହେରା ପଦାରେ ପଡିଥିଲା । ପୀଡ଼ିତାଙ୍କ ମା ବିସ୍ଫୋରକ ବୟାନ ଦେଇଥିଲେ । ସବୁ ଜାଣିଶୁଣି ମାମଲାକୁ ଚପାଇ ଦେବାକୁ ଓଟିଭି ଏମ୍‌ଡି ଉଦ୍ୟମ କରିଥିଲେ ବୋଲି ସେ ଅଭିଯୋଗ କରିଥିଲେ । ତେବେ ବୁଧବାର ଶୁଣାଣିରେ ଜଗି ପଣ୍ଡା ହାଜର ହେଉଛନ୍ତି କି ନାହିଁ ତାଉପରେ ସମସ୍ତଙ୍କ ନଜର ରହିଛି । କାରଣ ପୂର୍ବରୁ ଅନେକ ଥର ନୋଟିସ୍‌ ପରେ ମଧ୍ୟ ମାଡାମ୍‌ ପଣ୍ଡା ହାଜର ହୋଇନାହାନ୍ତି ।

Leave a Reply