ପୀଡ଼ିତାଙ୍କ ପାଇଁ OTV MD ଜଗିଙ୍କ କୁମ୍ଭୀର କାନ୍ଦଣା, ନିଜେ ନଆସି ପିଆର୍‌ଙ୍କୁ ପଠାଇଲେ

jagi Mangat Panda

ଭୁବନେଶ୍ୱର: ହାଥ୍‌ରସ୍‌ ଗଣଦୁଷ୍କର୍ମ ପୀଡିତାଙ୍କୁ ନ୍ୟାୟ ଦେବା ପାଇଁ ସାରା ଦେଶରେ ତାତି, କୁହୁଳୁଛି ଅସନ୍ତୋଷର ନିଆଁ । ହେଲେ ଭୁବନେଶ୍ୱର ନାବାଳିକା ଗଣଦୁଷ୍କର୍ମ ମାମଲାରେ ପୋଲିସ ଚୁପ୍‌ ବସିବା ଏବଂ ଓଟିଭି ଏମ୍‌ଡିଙ୍କ ତଦନ୍ତରେ ଅସହଯୋଗ, ଘଟଣାକୁ ଗୋଳିଆ କରିଦେଇଛି । ମହିଳା କମିଶନଙ୍କ ସମନ ସତ୍ତ୍ୱେ ନିଜେ ନଆସି ବାରମ୍ବାର ପ୍ରତିନିଧିଙ୍କୁ ପଠାଇବା ତାଙ୍କର ଦାୟିତ୍ୱହୀନତାର ପରିଚୟ ଦେଉଛି । ଏହି ମାମଲାରେ ଆଜି ମଧ୍ୟ ପରିଚାଳନା ନିର୍ଦ୍ଦେଶିକା କମିଶନଙ୍କ ନିକଟରେ ହାଜର ନହୋଇ ପ୍ରତିନିଧିଙ୍କୁ ପଠାଇଥିଲେ । ଆସନ୍ତାକାଲି ଆବଶ୍ୟକ ନଥିପତ୍ର ଦାଖଲ କରିବାକୁ କମିଶନ ନିର୍ଦ୍ଦେଶ ଦେଇଛନ୍ତି ।

ଗଣଦୁଷ୍କର୍ମ ପୀଡିତାଙ୍କ ପାଇଁ ସେ ଦୁଃଖୀ । ଦୋଷୀଙ୍କୁ ଦୃଷ୍ଟାନ୍ତମୂଳକ ଦଣ୍ଡ ଦିଆଯାଉ ବୋଲି ମଧ୍ୟ ଇଛା । ହେଲେ କାମ କିନ୍ତୁ ପୂରା ଓଲଟା । ପୀଡ଼ିତାଙ୍କୁ ନ୍ୟାୟ ଦେବେ କଣ ମ୍ୟାଡାମ ଆଦୌ ଦର୍ଶନ ମଧ୍ୟ ଦେଉ ନାହାଁନ୍ତି । ଯାହା ଜଣାପଡୁଛି ରାଜଧାନୀ ନାବାଳିକା ଗଣଦୁର୍ଷ୍କମ ମାମଲାରେ ପୀଡିତାଙ୍କୁ ନ୍ୟାୟ ଦେବାକୁ ଆଗ୍ରହୀ ନୁହଁନ୍ତି ଓଟିଭି ଏମଡି ଜଗୀ ମଙ୍ଗତ ପଣ୍ଡା । କେବଳ ଲୋକ ଦେଖାଣିଆ ଲୁହ ଝରାଉଛନ୍ତି । ପ୍ରଥମ ଥର ପରି ଆଜି ବି ମହିଳା କମିଶନଙ୍କ ସମନରେ ନିଜେ ହାଜର ନହୋଇ ପ୍ରତିନିଧିଙ୍କୁ ପଠାଇ ଦେଇଥିଲେ । ଜଗୀଙ୍କ ପାଇଁ ଶୁଣାଣିରେ ଅଧିକାରିକ ଭାବେ ଉପସ୍ଥିତ ହୋଇଥିଲେ ଲୋକସମ୍ପର୍କ ଅଧିକାରୀ । ଆଉ ସାଙ୍ଗରେ ଥିଲେ ଓକିଲ ।

ତେବେ ପ୍ରଥମେ ଉଭୟ ପକ୍ଷଙ୍କ ଓକିଲଙ୍କୁ ଶୁଣାଣି ସମୟରେ ଉପସ୍ଥିତ ରହିବାକୁ ଅନୁମତି ଦେଇନଥିଲେ ମହିଳା କମିଶନ । କିନ୍ତୁ ନିଜର ମାନସିକ ସ୍ଥିତି ଠିକ ନଥିବା ଦର୍ଶାଇ ଲୋକସଂପର୍କ ଅଧିକାରୀ ଓକିଲଙ୍କ ସହଯୋଗ ଲୋଡିଥିଲେ । ଯାହାକୁ କମିଶନ ଗ୍ରହଣ କରି ଉଭୟ ପକ୍ଷ ଓକିଲଙ୍କୁ ଅନୁମତି ଦେଇଥିଲେ ।

ଦୀର୍ଘ ଅଢେଇ ଘଣ୍ଟା ଚାଲିଥିଲା ଶୁଣାଣି । ଶୁଣାଣିବେଳେ ଉପସ୍ଥିତ ପୀଡ଼ିତାଙ୍କ ମା’ ତଥା ଅଭିଯୋଗକାରିଣୀ କମିଶନଙ୍କ ସମ୍ମୁଖରେ କାନ୍ଦି ନ୍ୟାୟ ପାଇଁ କାକୁତି ମିନତି ହୋଇଥିଲେ । ତେବେ ଏହି ସମୟରେ ଆଜି ମଧ୍ୟ ଓଟିଭି ପକ୍ଷରୁ ଆବଶ୍ୟକ ନଥିପତ୍ର କମିଶନଙ୍କ ନିକଟରେ ଦାଖଲ କରାଯାଇନଥିଲା । ଏଥିପାଇଁ ମଙ୍ଗଳବାର ମଧ୍ୟାହ୍ନ ସାଢ଼େ ୧୨ଟା ସୁଦ୍ଧା ନଥିପତ୍ର ଦାଖଲ କରିବାକୁ ସମୟ ଦେଇଛନ୍ତି ମହିଳା କମିଶନ । ହାଇକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ମାମଲାଟି ଗ୍ରହଣୀୟ କି ନୁହେଁ ସେ ନେଇ ଶୁଣାଣି ଚାଲିଥିବା କହିଛନ୍ତି କମିଶନ ।

ନଥିପତ୍ର ଦାଖଲ ପରେ କମିଶନ ଶୁଣାଇବେ ଚୂଡାନ୍ତ ରାୟ । ତେବେ ଆଜି କାହିଁକି କର୍ତ୍ତୃପକ୍ଷ ପ୍ରଥମ ଦିନ ଭଳି ସାଙ୍ଗରେ ଆଣିନଥିଲେ ଦାଖଲ ହେବାକୁ ଥିବା ଆବଶ୍ୟକ ନଥିପାତ୍ର ? ନା ବିଭିନ୍ନ ଆଳରେ ବିଳମ୍ବ କରି ମାମଲା ଉପରୁ ନଜର ହଟାଇବା ପାଇଁ ଏମଡି ଚାହୁଁଛନ୍ତି କି ?

Leave a Reply