ପୋଖରୀରୁ ମିଳିଲା ମୃତଦେହ, ପୂର୍ବ ଶତୃତାକୁ କେନ୍ଦ୍ରକରି ହତ୍ୟା ସନ୍ଦେହ

1 min read

ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ଥାନା କଟରା ପଞ୍ଚାୟତ ପୋଖରୀରୁ ଜଣେ ଯୁବକଙ୍କର ମୃତହେବ ଉଦ୍ଧାର କରାଯାଇଛି । ଘଟଣା ସ୍ଥଳରେ କଟରା ଫାଣ୍ଡିର ଅଧିକାରୀମାନେ ପହଞ୍ଚି ମୃତଦେହ ଉଦ୍ଧାର କରି ତଦନ୍ତ ଆରମ୍ଭ କରିଛନ୍ଥି । ପ୍ରଥମେ ଉଦ୍ଧାର ଯୁବକଙ୍କ ପରିଚୟ ମିଳି ପାରିନଥିଲା । ସ୍ଥାନୀୟ ଲୋକେ ରୁଣ୍ଡହେବା ପରେ ସେ କଟରା ପଂଚୟତ ଜଜାଙ୍ଗ ଗ୍ରାମର ବନମାଳୀ ସ୍ଵାଇଁଙ୍କ ସାନ ପୁଅ ଦୀପା ସ୍ଵାଇଁ ବୋଲି ଜଣାପଡ଼ିଥିଲା । ଏନେଇ ସୂଚନା ଦେଇଥିଲେ ଏସଡ଼ିପିଓ ଦୀପକ ରଞ୍ଜନ ଜେନା ।

ଦୀପା ତିନି ଦିନ ହେବ ନିଖୋଜ ଥିଲେ ।  ଘର ଲୋକ ବହୁ ଖୋଜାଖୋଜି କରିବା ପରେ, ତାଙ୍କର କୌଣସି ଖବର ମିଳିନଥିଲା। ପଞ୍ଚାୟତ ପୋଖରୀରୁ ଦୀପାଙ୍କ ମୃତଦେହ ମିଳିବା ପରେ ଏହା ଏକ ହତ୍ୟାକାଣ୍ଡ ବୋଲି ପରିବାର ଲୋକେ ଅଭିଯୋଗ କରିଛନ୍ତି । ଘଟଣା ସ୍ଥଳରେ ସାଇଣ୍ଟିଫିକ ଟିମ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ଦୀପା ପେଶାରେ  ଜଣେ ବ୍ୟବସାୟୀ ଥିଲେ । ଦୁଇ ବର୍ଷ ତଳେ କଟରାରେ ଏକ ମଦ ଦୋକାନରେ ଅଗ୍ନିକାଣ୍ଡ ହୋଇ ଲକ୍ଷାଧିକ ଟଙ୍କା ହରିଲୁଟ ହୋଇଥିଲା । ସେଥିରେ ଦୀପାଙ୍କ ଟଙ୍କା ମଧ୍ୟ ଥିଲା । ତେଣୁ ଏ ଘଟଣାର ତଦନ୍ତ ଦାବି କରି ଟଙ୍କା ତୁରନ୍ତ ଫେରାଇବାକୁ ଦାବି କରିଥିଲା ଦୀପା । । ଏସବୁ ପାରିପାର୍ଶ୍ୱିକ ଘଟଣାକୁ ନେଇ ପୂର୍ଵ ଶତ୍ରୁତାକୁ କେନ୍ଦ୍ର କରି  ଦୀପାଙ୍କୁ ଯୋଜନାବଦ୍ଧ ଭାବେ ହତ୍ୟା କରାଯାଇଛି ବୋଲି ପରିବାର ଲୋକେ ଅଭିଯୋଗ କରିଛନ୍ତି । ପୋଲିସ ଘଟଣାର ତଦନ୍ତ କରୁଛି । ')}

Leave a Reply