ପୂର୍ବରୁ ଲୁଟୁଥିଲେ, ଧରାପଡ଼ିବା ପରେ ମୁଣ୍ଡ ପିଟିଲେ

Jagatasinghpur DPO Section Officer Sanjukta Das On Vigilance Net

ଜଗତସିଂହପୁର: ଭିଜିଲାନ୍ସ ଜାଲରେ କୋଟିପତି ସେକ୍ସନ୍ ଅଫିସର । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ରେଡ୍ ପରେ ଖୋସି ହୋଇଯାଇଛି ଭିଜିଲାନ୍ସର ଆଖି । ଧରାପଡ଼ିବା ପରେ ମହିଳା ସେକ୍ସନ୍ ଅଫିସରଙ୍କ ହୋସ୍ ଉଡ଼ିଯାଉଛି । ଜଗତସିଂହପୁର ଜିଲ୍ଲା ପଞ୍ଚାୟତ ଅଫିସରେ ସେକ୍ସନ୍ ଅଫିସର ଭାବେ କାର୍ଯ୍ୟରତ ସଞ୍ଜୁକ୍ତା ଦାସଙ୍କ ଘର, ଅଫିସ୍ ସହ କଟକ ଘରେ ରେଡ୍ କରିଥିଲା ଭିଜିଲାନ୍ସ । ସର୍ଚ୍ଚ ପରେ ବିପୁଳ ସମ୍ପତ୍ତି ମିଳିଛି ।

ଜଗତସିଂହପୁର ସତପୁରାରେ ୩ ମହଲା ଘର, ପାନିଶାଳିଆରେ ୨ ମହଲା ଘର, କଟକ ମହାନଦୀ ବିହାର ଫ୍ଲାଟ୍ ସହ ଅଫିସରେ ଭିଜିଲାନ୍ସ ରେଡ୍ କରିଥିଲା । ରେଡରୁ ଭିଜିଲାନ୍ସକୁ ୧ କୋଟି ୪୨ ଲକ୍ଷ ୮ ହଜାର ୮୭୦ ଟଙ୍କାର ସମ୍ପତ୍ତି ମିଳିଛି । ଗୋଟିଏ ତିନି ମହଲା ଘର, ଗୋଟିଏ ଦୁଇ ମହଲା ଘର, ଗୋଟିଏ ୩ ବିଏଚକେ ଫ୍ଲାଟ, ୬ଟି ପ୍ଲଟ, ଗୋଟିଏ କାର, ଦୁଇଟି ଦୁଇଚକିଆ ଗାଡ଼ି, ବ୍ୟାଙ୍କ ଆକାଉଣ୍ଟ, ଇନ୍ସୁରାନ୍ସ ପଲିସି, ସୁନା ଅଳଙ୍କାର ସହ ନଗଦ ଟଙ୍କା ମିଳିଛି ।

Jagatasinghpur DPO Section Officer Sanjukta Das On Vigilance Net

ଜଗତସିଂହପୁର ସତପୁରାରେ ଥିବା ୩ ମହଲା ଘରର ମୂଲ୍ୟ ୩୭ ଲକ୍ଷ ୬୪ ହଜାର ଟଙ୍କା ହୋଇଥିବା ବେଳେ କଟକ ମହାନଦୀ ବିହାରରେ ଥିବା ଫ୍ଲାଟର ମୂଲ୍ୟ ୪୪ ଲକ୍ଷ ୬୩ ହଜାର ଟଙ୍କା । ଏହାଛଡ଼ା ସତପୁର ଓ ପାନିଶାଳିଆରେ ଥିବା ୬ଟି ଫ୍ଲଟର ମୂଲ୍ୟ ୨ ଲକ୍ଷ ୭୨ ହଜାର ଟଙ୍କାରୁ ଅଧିକ । ବିଭିନ୍ନ ବ୍ୟାଙ୍କରେ ୨୧ ଲକ୍ଷ ୧୩ ହଜାର ୬୫୨ ଟଙ୍କା ଜମା ରହିଛି । ୯ ଲକ୍ଷ ଟଙ୍କାର ସୁନା ଅଳଙ୍କାର ଜବତ ହୋଇଛି । ଏବେ ବି ତଦନ୍ତ ଚାଲିଛି ।

Leave a Reply