କଟକଣା ଭିତରେ ହେବ ଜାଗର ଯାତ୍ରା, ଭକ୍ତ ଓ ସେବାୟତଙ୍କ ମଧ୍ୟରେ ଖୁସିର ଲହରୀ

ଭୁବନେଶ୍ୱର: ଆସନ୍ତା ୧୧ତାରିଖରେ ମହା ଶିବରାତ୍ରୀ। କୋଭିଡ ଯୋଗୁଁ ଜାଗର ଯାତ୍ରା ଆୟୋଜନ ନେଇ ଆଶଙ୍କା ସୃଷ୍ଟି ହୋଇଥିଲା। ତେବେ ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି। କରୋନା କଟକଣା ମଧ୍ୟରେ ଜାଗର ଯାତ୍ରା ଆୟୋଜନ ନେଇ ସହମତି ହୋଇଛି। ୬୦ବର୍ଷରୁ ଅଧିକ ଓ ୧୨ବର୍ଷରୁ କମ୍ ଭକ୍ତଙ୍କୁ ମନ୍ଦିର ପ୍ରବେଶ ଉପରେ ଲାଗିଛି କଟକଣା । ବିଏମସି କମିଶନରଙ୍କ ଅଧ୍ୟକ୍ଷତାରେ ସମସ୍ତ ନିଯୋଗ, ଜିଲ୍ଲା ପ୍ରଶାସନ ଓ ମନ୍ଦିର ପ୍ରଶାସନ କର୍ତ୍ତୃପକ୍ଷଙ୍କ ଉପସ୍ଥିତିରେ ଅନୁଷ୍ଠିତ ହୋଇଯାଇଛି ଦ୍ବିତୀୟ ପର୍ଯ୍ୟାୟ ପ୍ରସ୍ତୁତି ବୈଠକ । ଯାତ୍ରା ଆୟୋଜନରେ ସମସ୍ତ ନିଯୋଗ ସହଯୋଗ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି।

ଚଳିତବର୍ଷ କରୋନାର ଦ୍ବିତୀୟ ଷ୍ଟ୍ରେନକୁ ନେଇ ସରକାରଙ୍କ ପକ୍ଷରୁ କଟକଣାକୁ କଡାକଡି କରାଯାଇଥିବାରୁ ପ୍ରଭୁ ଲିଙ୍ଗରାଜଙ୍କ ମହାଶିବରାତ୍ରୀ ପାଳନ ନେଇ ଉଠିଥିଲା ପ୍ରଶ୍ନ । ସମସ୍ତଙ୍କ ସହଯୋଗରେ ସୁରୁଖୁରୁରେ ଜାଗର ଯାତ୍ରା ପାଳନ ପାଇଁ ଲିଙ୍ଗରାଜ ସେନା ପକ୍ଷରୁ ମଧ୍ୟ ପ୍ରଶାସନକୁ ନିବେଦନ କରାଯାଇଥିଲା । ହେଲେ ଚଳିତବର୍ଷ ସମସ୍ତଙ୍କ ସହଯୋଗରେ, କୋଭିଡ କଟକଣା ଭିତରେ ଯାତ୍ରା ପାଳନ ପାଇଁ ଅନୁମତି ମିଳିଛି  ।….

ଜାଗର ଯାତ୍ରା ପାଇଁ ହୋଇସାରିଛି ନିଷ୍ପତ୍ତି । ଖୁବଶୀଘ୍ର ମନ୍ଦିର ପ୍ରଶାସନ ପକ୍ଷରୁ ଆଉ ଏକ ବୈଠକ ବସି ନିତିକାନ୍ତି ଓ ମହାଦୀପ ଉଠିବାର ସମୟ ଚୂଡାନ୍ତ ହେବ।

Leave a Reply