୩୫ ବର୍ଷ ପରେ ଗଜପତି ଫେରିଲେ ଜଗପତି, ଜିଲ୍ଲାପାଳ କହିଲେ ଥଇଥାନ ଓ ଜୀବିକାକୁ ଦିଆଯିବ ଦୃଷ୍ଟି

Gajapati Jagapati

ରାୟଗଡ଼: ଦୀର୍ଘ ୩୫ ବର୍ଷ ପରେ ଗଜପତି ଫେରିଲେ ଜଗପତି କାର୍ଯୀ । ରାୟଗଡ଼ ବ୍ଲକ ତାଳମୁଣ୍ଡା ପଞ୍ଚାୟତ ଆବରସିଙ୍ଗ ଗାଁର ସ୍ବର୍ଗତ ମାଗତା ଭୂୟାଁଙ୍କ ପୁଅ ଜଗପତି । ଦୀର୍ଘ ୩୫ ବର୍ଷ ତଳେ ରୋଜଗାର ଉଦ୍ଦେଶ୍ୟରେ ଅରୁଣାଚଳ ପ୍ରଦେଶ ଯାଇଥିଲେ । କୌଣସି କାରଣ ବସତଃ କମ୍ପାନୀ ବନ୍ଦ ହୋଇଯିବା ପରେ ସେଠାରେ ଲୋୟର ସୁବାନସିରି ଜିଲ୍ଲାର ଜିରୋ ଟାଉନ ଅଞ୍ଚଳରେ ରହୁଥିଲେ ।

ଜଙ୍ଗଲ ଭିତରେ ପଥର କୋରଡରେ କାଠ ତିଆରି କୁଡ଼ିଆରେ ଏକାକୀ ରହୁଥିବା ଦେଖି, ଲକଡାଉନ ସମୟରେ ତାଙ୍କୁ ଖାଦ୍ୟ ଯୋଗାଉଥିଲେ ସେଠାକାର ଜଣେ ଶିକ୍ଷକ । ଓଡିଶାକୁ ଫେରିବା ପାଇଁ ଇଚ୍ଛା ଥିଲେ ମଧ୍ୟ ପଇସା ଓ ସାହାଯ୍ୟ ଅଭାବରୁ ସେ ଫେରି ପାରୁ ନ ଥିଲେ । ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଏନେଇ ନନ୍ଦିଘୋଷ ଟିଭିରେ ଆମେ ଖବର ପ୍ରସାରଣ କରିଥିଲୁ ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ତାଙ୍କୁ ଫେରାଇ ଆଣିବା ପାଇଁ ଓଡିଶା ମୋ ପରିବାରକୁ ନିର୍ଦ୍ଦେଶ ଦେଇଥିଲେ । ଏହାପରେ ଗଜପତି ଜିଲାପାଳ ସହକାରୀ ଶ୍ରମଅଧିକାରୀ ସୁଭାଷ ଚନ୍ଦ୍ର ମଣ୍ଡଳଙ୍କୁ ଅରୁଣାଚଳ ପ୍ରଦେଶ ପଠାଇଥିଲେ । ପୁତୁରା ମୁକୁନ୍ଦ ଭୁୟାଁଙ୍କୁ ସାଥୀରେ ନେଇ ଦୟାଙ୍କୁ ଫେରାଇ ଆଣିବାକୁ ଯାଇଥିଲେ ଶ୍ରମଅଧିକାରୀ । ଏବେ ପ୍ରାୟ ୩୫ ବର୍ଷ ପରେ ଗାଁକୁ ଫେରି ଆସିଛନ୍ତି ଜଗପତି କାର୍ଯୀ । ଆତ୍ମୀୟଙ୍କ ନିକଟରେ ପହଞ୍ଚି ଏକ ନୂତନ ଜନ୍ମ ପାଇଥିବା କହିଛନ୍ତି ଦୟା ଭୁୟାଁ । ଏଥିପାଇଁ ସେ ରାଜ୍ୟ ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଦୟାଙ୍କ ଥଇଥାନ ଓ ଜୀବନ ଜୀବିକା ଉପରେ ଦୃଷ୍ଟି ଦିଆଯିବ ବୋଲି ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଜିଲ୍ଲାପାଳ ଅନୁପମ ସାହା ।

ଘରକୁ ଫେରିଲେ ଗଜପତିର ଜଗପତି, ଫେରାଇ ଆଣିଲା ଓଡ଼ିଶା ମୋ ପରିବାର

Leave a Reply