ଅନଲାଇନରେ ନିର୍ମାଲ୍ୟ ବିକିବାକୁ କିଏ ଦେଲା ଅନୁମତି ?

ପୁରୀ: କଣିକାଏ କୈବଲ୍ୟ ପାଇଲେ ବୈକୁଣ୍ଠ ପ୍ରାପ୍ତି ହୁଏ ବୋଲି ବିଶ୍ୱାସ ରହିଛି । କାହିଁ କେତେ ଦୂରରୁ ଶ୍ରୀକ୍ଷେତ୍ରକୁ ଧାଇଁ ଆସିଥାନ୍ତି ଭକ୍ତ । ନିର୍ମାଲ୍ୟ ନେବାକୁ ସିଂହ ଦ୍ୱାରରେ ଭକ୍ତ ଭିଡ଼ି ବି ଜମି ଥାଏ । କିନ୍ତୁ ଏବେ ଆଉ ସେଗୁଡ଼ାକ କିଛି ବି ନାହିଁ । କାରଣ ଦୁଃଖ ଓ ବିଡ଼ମ୍ବନାର ବିଷୟ ନିର୍ମାଲ୍ୟ ବିକ୍ରି ହେଉଛି ଅନଲାଇନରେ । ଏହି ଘଟଣାକୁ ନେଇ ସେବାୟତ ମହଲରେ ତୀବ୍ର ପ୍ରତିକ୍ରୀୟା ପ୍ରକାଶ ପାଇଛି ।

ଆମାଜନରେ ବିକ୍ରି ହେଉଛି ନିର୍ମାଲ୍ୟ । ଆମାଜନ ଇଣ୍ତିଆର ଏଭଳି ମନ୍‌ମାନି ନେଇ ସିଂହଦ୍ୱାର ଥାନାରେ ଏତଲା ଦିଆଯାଇଛି । ଶ୍ରୀମନ୍ଦିର ସେବାୟତ ଶମ୍ଭୁନାଥ ଖୁଣ୍ଟିଆ  ଆମାଜନ ଇଣ୍ତିଆ ଵିରୋଧରେ ଏତଲା ଦେଇଛନ୍ତି । ଦୀର୍ଘଦିନ ହେଲା ଆମାଜନ ଇଣ୍ତିଆ ମହାପ୍ରଭୁଙ୍କ ନିର୍ମାଲ୍ୟକୁ ନିଜ ୱେବ୍‌ସାଇଟ ମାଧ୍ୟମରେ  ୫୯, ୩୨୦ ଓ ୨୪୯ ଟଙ୍କାରେ ବିକ୍ରି କରି ଆସୁଛି ।

ତେବେ ଆମଜନରେ ଶ୍ରୀମନ୍ଦିରର ନିର୍ମାଲ୍ୟ ବିକ୍ରିକୁ ନେଇ ସେବାୟତଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି । ଏନେଇ ଶ୍ରୀମନ୍ଦିର ପ୍ରଶାସନ ପାଖରେ ସେବାୟତ ଜଣକ ଅଭିଯୋଗ କରିଛନ୍ତି । ତେବେ ଅନଲାଇନ ସଂସ୍ଥାକୁ ନିର୍ମାଲ୍ୟ ବିକ୍ରି କରିବାକୁ ଶ୍ରୀମନ୍ଦିର ପ୍ରଶାସନ ନା ଆଉ କିଏ ଅନୁମତି ଦେଇଛି ସେନେଇ ତଦନ୍ତ ହେଉବୋଲି ଦାବି କରିଛନ୍ତି ।

Leave a Reply