ଶୃଙ୍ଖଳିତ ଭାବେ ଚାଲିଛି କାଳିଆ ଦର୍ଶନ, ଭକ୍ତ ହେଉଛନ୍ତି କୃତାର୍ଥ; ହୁଣ୍ଡିରେ ବଢ଼ୁଛି ଦାନ ଅର୍ଥ

SJTA Increased Devotee Number For Daily Visits  

ପୁରୀ: ଶ୍ରୀମନ୍ଦିରରେ ଶୃଙ୍ଖଳିତ ଭାବେ ଚତୁର୍ଥ ଦିନରେ ଚାଲିଛି କାଳିଆ ଦର୍ଶନ । ମଙ୍ଗଳବାର ପୁରୀରେ ରହୁଥିବା ବାହାର ଲୋକଙ୍କୁ ଦର୍ଶନ ପାଇଁ ସୁଯୋଗ ମିଳିଛି । ସରକାରୀ କର୍ମଚାରୀମାନେ କାର୍ଯ୍ୟାଳୟ ମୁଖ୍ୟଙ୍କ ଠାରୁ ପ୍ରବେଶ ଅନୁମତିପତ୍ର ନେଇଥିବା ବେଳେ ଭଡାଟିଆମାନେ ଘର ମାଲିକଙ୍କ ସ୍ୱୀକୃତି ପତ୍ର ଦେଖାଇ ଦର୍ଶନ କରୁଛନ୍ତି । ଦର୍ଶନ ନେଇ ଭକ୍ତଙ୍କ ମଧ୍ୟରେ ବ୍ୟଗ୍ରତା ବଢୁଥିବା ବେଳେ ଶମନ୍ଦିର ହୁଣ୍ଡିରେ ମଧ୍ୟ ଦାନ ଅର୍ଥର ପରିମାଣ ବୃଦ୍ଧି ପାଇଛି ।

କାଳିଆ ଦର୍ଶନ କରି ଭକ୍ତ ହେଉଛନ୍ତି କୃତାର୍ଥ । ଶୃଙ୍ଖଳିତ ବ୍ୟବସ୍ଥାକୁ ସବୁ ମହଲରୁ ସ୍ୱାଗତ । ଗତ ୨୬ ତାରିଖ ଠାରୁ ୱାର୍ଡୱାରି ପୁରୀବାସୀଙ୍କ ଚାଲିଛି ଶ୍ରୀଜଗନ୍ନାଥ ଦର୍ଶନ । ତେବେ ଲୋକଙ୍କ ସହଯୋଗକୁ ଦେଖି ପୁରୀରେ ରହୁଥିବା କର୍ମଜୀବୀ, ସରକାରୀ କର୍ମଚାରୀ ଓ ଭଡାଟିଆମାନଙ୍କ ପାଇଁ ପ୍ରଶାସନ ଦର୍ଶନ ଅନୁମତି ଦେଇଛନ୍ତି । ସରକାରୀ ଓ ବେସରକାରୀ କର୍ମଚାରୀ ସେମାନଙ୍କ କାର୍ଯ୍ୟାଳୟ ମୁଖ୍ୟଙ୍କ ଅନୁମତି ପତ୍ର ଓ ଭଡାଟିଆମାନେ ଘର ମାଲିକଙ୍କ ସ୍ୱୀକୃତି ପତ୍ର ଦେଖାଇ ମୁନିସିପାଲିଟିରୁ ଟୋକନ ସଂଗ୍ରହ କରିବାକୁ କୁହାଯାଇଛି ।

ଦିନକୁ ଦିନ ଶ୍ରଦ୍ଧାଳୁ ଓ ଭକ୍ତଙ୍କ ସଂଖ୍ୟା ବଢ଼ିଥିବା ବେଳେ ଶ୍ରୀମନ୍ଦିର ହୁଣ୍ଡିରେ ଦାନ ଅର୍ଥର ପରିମାଣ ମଧ୍ୟ ବଢୁଥିବା ଦେଖାଯାଇଛି । ଗତ ୨୬ ତାରିଖରେ ୪୫ ହଜରା ୧୮୪ ଟଙ୍କା, ୨୭ ତାରିଖରେ ୫୭ ହଜାର ୫୧ଟଙ୍କା, ୨୮ ତାରିଖରେ ଏକ ଲକ୍ଷ ୪୮ ହାଜର ୮୬୬ ଟଙ୍କା ଦାନ ଅର୍ଥ ସଂଗୃହିତ ହୋଇଛି । ଗତ ୯ ମାସ ଧରି ହୁଣ୍ଡିର ଆୟ ସମସ୍ତଙ୍କୁ ଚିନ୍ତିତ କରିଥିବା ବେଳେ ଏବେ ଦାନ ବଢିଥିବାରୁ ଭକ୍ତ ଓ ଶ୍ରଦ୍ଧାଳୁ ଏହାକୁ ସ୍ୱାଗତ କରିଛନ୍ତି ।

୩୧ ତାରିଖ ଅପରାହ୍ନ ୪ଟା ପର୍ଯ୍ୟନ୍ତ ପର୍ଯ୍ୟାୟ କ୍ରମେ ଅନ୍ୟାନ୍ୟ ୱାର୍ଡ ବାସିନ୍ଦାଙ୍କ ପାଇଁ ଦର୍ଶନ ବ୍ୟବସ୍ଥା ହୋଇଥିବାବେଳେ ଜାନୁଆରୀ ୩ ପରଠାରୁ ଜିଲ୍ଲା ବାହାରର ଶ୍ରଦ୍ଧାଳୁଙ୍କୁ ମିଳିବ ସୁଯୋଗ ।

Leave a Reply