ସୈନିକ ପୋଷାକ ପିନ୍ଧି ଚର୍ଚ୍ଚାରେ ୫ ବର୍ଷର ବାଳକ

ଲଦାଖ:  ଦେଶଭକ୍ତି ପାଇଁ ବୟସର ଆବଶ୍ୟକତା ନାହିଁ, ବରଂ ଆବଶ୍ୟକ ଏକ ସୁନ୍ଦର ହୃଦୟ । ଯାହାର ଜ୍ୱଳନ୍ତ ଉଦାହରଣ ସାଜିଛି ଲଦାଖର ଏକ ୪, ୫ ବର୍ଷର ଶିଶୁ । ଦେଶପ୍ରତି ଥିବା ଅଗାଢ ଭଲପାଇବା ତା ଚେହେରାରେ ନଜର ଆସିଛି । ଯାହାକୁସେ ସାଲ୍ୟୁଟ ମାଧ୍ୟମରେ ଦର୍ଶାଇଛି । ଘଟଣା ଏବେ ସୋସିଅଲ ମିଡିଆରେ ଚର୍ଚ୍ଚାର ବିଷୟ ସାଜିଛି ।

ଘଟଣା ଲଦାଖର । ତାହା ପୁଣି କୁନି ପିଲାଟିର ଦେଶଭକ୍ତିର ଜ୍ୱଳନ୍ତ ଉଦାହରଣ । ଭିଡ଼ିଓକୁ ଯିଏ ଦେଖିବ ପ୍ରଶଂସା କରିବାକୁ ଭୁଲିବ ନାହିଁ । ଗତ କିଛି ଦିନ ପୂର୍ବେ ଭାଇରାଲ ହୋଇଥିବା ଏହି କୁନି ପିଲାଟିର ଭିଡ଼ିଓ ସୋସିଅଲ ମିଡିଆରେ ବେଶ୍‌ଟ୍ରେଣ୍ଡ କରୁଥିଲା । ଯେଉଁଥିରେ ନାମଗ୍ୟାଲ ନାମକ ଏହି କୁନି ପିଲାଟି ଲଦାଖର ରାସ୍ତାକଡ଼ରେ ଛିଡ଼ାହୋଇ ଆଇଟିବିପି ଜଓ୍ୱାନଙ୍କୁ ସାଲ୍ୟୁଟ କରୁଥିବାର ଦେଖିବାକୁ ମିଳିଥିଲା । ନିକଟରେ ସେହି କୁନି ପିଲାଟିର ଆଉ ଏକ ଭିଡ଼ିଓ ସାମ୍ନାକୁ ଆସିଛି । ଯେଉଁଥିରେ ପିଲାଟିକୁ ସୈନିକ ଡ୍ରେସରେ ଦେଖିବାକୁ ମିଳିଛି, ଏହା ସହିତ ସେ ସାଲ୍ୟୁଟ ମାରୁଥିବାର ନଜର ଆସିଛି । ଏହା ସହିତ ପରେଡ କରୁଥିବା ମଧ୍ୟ ଭିଡ଼ିଓରେ ନଜର ଆସିଛି । ଖାସ କଥା ହେଉଛି ସୋସିଅଲ ମିଡିଆରେ ପିଲାଟିର ପିଲାଟିର ସାଲ୍ୟୁଟ କରିବାର ଅନ୍ଦାଜକୁ ବେଶ୍ ‌ପ୍ରଶଂସା କରାଯାଉଛି ।

Leave a Reply