ଏହି ସହରର ଜନସଂଖ୍ୟା ମାତ୍ର ୨, ତଥାପି କରୋନାକୁ ନେଇ ସତର୍କତା ଦେଖିଲେ ଆପଣ ବି କରିବେ ପ୍ରଶଂସା

ଇଟାଲୀ: କରୋନା କାଳରେ ଅଧିକ ଜନସଂଖ୍ୟା ଥିବା ସହରରେ ଲୋକମାନେ ବର୍ତ୍ତମାନ ପରସ୍ପର ଠାରୁ ସାମାଜିକ ଦୂରତା ରକ୍ଷା କରିବା ସହ ନିଜକୁ ସାନିଟାଇଜ ରଖୁଛନ୍ତି । ଅଧିକାଂଶ ଲୋକ କରୋନା ଭାଇରସର ଗୁଣକୁ ବୁଝିସାରିଛନ୍ତି ଯେ, ଏହା ଅନ୍ୟ ଭାଇରସ ଭଳି ବାୟୁରେ ଡ୍ରପଲେଟସ ଜରିଆରେ ବ୍ୟାପିଥାଏ । ତେଣୁ ଲୋକମାନଙ୍କୁ ମାସ୍କ ପିନ୍ଧିବା ସହ ସାମାଜିକ ଦୂରତା ରକ୍ଷା କରିବା ପାଇଁ ପରାମର୍ଶ ଦିଆଯାଉଛି ।

ଅନ୍ୟପଟେ ଇଟାଲୀର ଏକ ଛୋଟ ସହର ହେମଲେଟରେ ଏକ ରୋମାଞ୍ଚକର ଦୃଶ୍ୟ ଦେଖିବାକୁ ମିଳିଛି । ଜିୟୋବନୀ କୈରିଲୀ (୮୨) ଏବଂ ଜିୟାମ୍ପିୟରୀ ମୋବିଲୀ (୭୪) ନାମକ ଦୁଇ ଜଣ ବ୍ୟକ୍ତି ନର୍ଥୋସ୍କେ ନାମକ ଏକ ଏକାନ୍ତ ସହରରେ ରୁହନ୍ତି । ସହରରେ ମାତ୍ର ଏହି ଦୁଇ ଜଣ ବ୍ୟକ୍ତି ରହୁଥିବା ସତ୍ତ୍ୱେ କୋଭିଡ ୧୯ର ସମସ୍ତ ନିୟମାବଳୀ ଭଲ ଭାବରେ ପାଳନ କରୁଛନ୍ତି ।

ସିଏନଏନର ଏକ ରିପୋର୍ଟ ମୁତାବକ, ସହରରେ ଏମାନଙ୍କର କେହି ପଡ଼ୋଶୀ ନାହାନ୍ତି । ଏହା ସତ୍ତ୍ୱେ ସେବାନିବୃତ୍ତ ବୃଦ୍ଧ ଦୁହେଁ କୌଣସି ପ୍ରକାର ରିକ୍ସ ନେବାକୁ ଚାହୁଁ ନାହାନ୍ତି । ବୋଧହୁଏ ଏହି କାରଣରୁ ଦୁହେଁ ସହର ଛାଡ଼ି ଯିବାକୁ ଚାହୁଁନାହାନ୍ତି । ଏହି ସହର ପେରୁଜା ପ୍ରାନ୍ତର ଓମ୍ବ୍ରିୟାରେ ଅବସ୍ଥିତ ।

ମାତ୍ର ଦୁଇ ଜଣ ଜନସଂଖ୍ୟା ବିଶିଷ୍ଟ ଇଟାଲୀର ଏହି ସହର ପର୍ଯ୍ୟଟକ ମଧ୍ୟରେ ଖୁବ ଚର୍ଚ୍ଚିତ । ଏହି ସହର ପ୍ରାୟ ୯୦୦ ମିଟର ଉଚ୍ଚରେ ଅବସ୍ଥିତ ଯେଉଁଠାକୁ ପହଞ୍ଚିବା ଏବଂ ଫେରିବା ଲୋକଙ୍କ ପାଇଁ ଖୁବ କଷ୍ଟଦାୟକ ହୋଇଥାଏ । କୈରିଲୀ ଏବଂ ନୋବିଲୀ ନିଜକୁ ସୁରକ୍ଷିତ ରଖିବା ପାଇଁ ଏହି ଏକାନ୍ତ ସହରରେ ମଧ୍ୟ ମାସ୍କ ପିନ୍ଧି ରହୁଛନ୍ତି ।

କୈରିଲୀ ସିଏନଏନକୁ କହିଛନ୍ତି ଯେ, ‘ଭାଇରସ ଦ୍ୱାରା ମୃତ୍ୟୁର ସମ୍ଭାବନା ରହିଛି । ଯଦି ଅସୁସ୍ଥ ହୋଇପଡ଼ିବି ତ ବାକି କାମ କିଏ କରିବ । ମୁଁ ବୁଢ଼ା ହେଇଗଲିଣି କିନ୍ତୁ ମୋ ଛେଳି, ଗାଇ, ମହୁମାଛି ଏବଂ ବାଡ଼ି ବଗିଚାର ଦେଖାଶୁଣା କରିବାକୁ ଚାହୁଁଛି । ମୁଁ ମୋ ଜୀବନକୁ ଖୁବ ଭଲରେ ବଞ୍ଚୁଛି ।’ ସୁରକ୍ଷାର ଉପାୟ ଗୁଡ଼ିକୁ ଅଣଦେଖା କରିବା ଏବଂ ନିଜ ଜୀବନ ପ୍ରତି ବିପଦ ଆଣିବାକୁ ଠିକ୍ ମନେ କରୁନାହାନ୍ତି ନୋବିଲୀ ।

Leave a Reply