ଦୁଇ ଦିନ ହେଲା ଭୁବନେଶ୍ୱରେ ତାଣ୍ଡବ କରୁଛି ଘୂର୍ଣ୍ଣିଝଡ଼, ୩ ଦିନ ପରେ ପାଗରେ ଆସିବ ପରିବର୍ତ୍ତନ

ଭୁବନେଶ୍ୱର: ଦୁଇ ଦିନ ହେଲା ଭୁବନେଶ୍ୱରେ ତାଣ୍ଡବ କରୁଛି ଘୂର୍ଣ୍ଣିଝଡ଼ । ଭୋର ସମୟରେ ଝଡ଼ତୋଫାନ ଓ ବର୍ଷାରେ ବେହାଲ ରାଜଧାନୀ । ସେପଟେ ଦେଶରେ ୨ ଜୁନ ଯାଏଁ ରହିବନି ଖରାର ପ୍ରକୋପ । ଅଧିକାଂଶ ସ୍ଥାନରେ ପାରଦ କମିବ ବୋଲି ଆକଳନ କରିଛି ଭାରତୀୟ ପାଣିପାଗ ସଂସ୍ଥା । ବିଭିନ୍ନ ସ୍ଥାନରେ ବର୍ଷା ଯୋଗୁଁ ଉତ୍ତାପ ବୃଦ୍ଧି ପାଇବ ନାହିଁ ।

ଲଘୁଚାପ ଯୋଗୁଁ ବିଭିନ୍ନ ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି । ସେପଟେ କାଳବୈଶାଖୀ ପ୍ରଭାବରେ ରାଜ୍ୟରେ ବି ବିଭିନ୍ନ ସ୍ଥାନରେ ବର୍ଷା ଜାରି ରହିଛି । ଜଳବାୟୁ ପରିବର୍ତ୍ତନ ଏବଂ ରାଜସ୍ଥାନରୁ ଛତିଶଗଡ ମଧ୍ୟରେ ଥିବା ଟ୍ରପ୍‌ ଲାଇନ୍‌ର ପ୍ରଭାବରେ ଏଭଳି ସ୍ଥିତି ସୃଷ୍ଟି ହୋଇଛି ।

ସ୍ଥଳଭାଗ ଠାରୁ ଅଳ୍ପ ଉଚ୍ଚତାରେ ମେଘମାଳାର ଗତିପଥ ଏବଂ ପବନର ବେଗ ଅଧିକ ରହୁଥିବାରୁ ପ୍ରଚଣ୍ଡ ଘଡଘଡି ବିଜୁଳି ସହ ପ୍ରବଳ ବର୍ଷା ହେଉଛି । ୩ ଦିନ ପରେ ପାଗରେ ସାମାନ୍ୟ ପରିବର୍ତ୍ତନ ଆସିବ ବୋଲି କହିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ।

Leave a Reply