PSLV-C51ରେ ୧୯ଟି ଉପଗ୍ରହ ସହ ମହାକାଶକୁ ଗଲା ଭଗବତ୍ ଗୀତା

1 min read

ନୂଆଦିଲ୍ଲୀ: ଦିନ ଥିଲା ଇସ୍ରୋ ବଳଦ ଗାଡିରେ ରକେଟ୍ ବୋହୁଥିଲା । ଆଉ ଆଜି ନିଜ ସାଟେଲାଇଟ୍ ପଠାଇବାକୁ ଆମେରିକା ବି ଇସ୍ରୋର ସାହାଯ୍ୟ ନେଉଛି । କାରଣ ହେଉଛି,ସେଇ ଭାରତୀୟ ଯୋଗଡ,ଯାହା ବିଶ୍ୱ ପ୍ରସିଦ୍ଧ । ଇସ୍ରୋର ସର୍ଭିସ ଶସ୍ତା । ତେଣୁ ପୁରା ଦୁନିଆ ଏବେ ଇସ୍ରୋ ମୁହାଁ ।
ରବିବାର ଦିନ ଅନ୍ତରୀକ୍ଷ ଅନୁସନ୍ଧାନ ସଂସ୍ଥା ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟାସ୍ଥିତ ସତୀଶଧାୱନ ଅନ୍ତରୀକ୍ଷ କେନ୍ଦ୍ରରୁ ଲଞ୍ଚ୍ କକରିଥିଲା PSLV-C51 । ଏହି ରକେଟ୍ରେ ବ୍ରାଜିଲର ୬୩୭ କିଲୋଗ୍ରାମ୍ ଓଜନ ବିଶିଷ୍ଟ ଆମାଜୋନିଆ-1 ସହ ୧୮ଟି ଅନ୍ୟ ଉପଗ୍ରହ ମହାକାଶକୁ ପଠାଇଛି ଇସ୍ରୋ। ଏହା ଇସ୍ରୋର ୨୦୨୧ର ପ୍ରଥମ ଲଞ୍ଚ୍। ଏହି ସ୍ପେଶ୍ ମିଶନର ଖାସ କଥା ହେଉଛି ଏହାସହ ଭଗବତ ଗୀତାକୁ ବି ପଠାଯାଇଛି ମହାକାଶ।
ଏହି ୧୮ଟି ଉପଗ୍ରହ ମଧ୍ୟରେ ଚେନ୍ନାଇର ସ୍ପେସ୍ କିଡଜ୍ ଇଣ୍ଡିଆ(SKI)ର ସତୀଶ ଧୱନ୍ ସାଟ୍ ବା SD SAT ଶାମିଲ ଅଛି । ଏହି SKI ହିଁ ଭଗବତ ଗୀତାକୁ SD କାର୍ଡ଼ ମାଧ୍ୟମରେ ପଠାଇଛି ।

ଆମାଜୋନିଆ-1 ହେଉଛି ବ୍ରାଜିଲର ପ୍ରଥମ ସାଟେଲାଇଟ୍, ଯାହାକୁ ଭାରତ ଉତ୍କ୍ଷେପଣ କରିଛି । ଆମାଜନିଆ -1 ଆମାଜନରେ ଜଙ୍ଗଲ ଉପରେ ନଜର ରଖିବ। ISRO କହିଛି ଯେ ଆମାଜୋନିଆ -1 ଉପଗ୍ରହ, ଆମାଜନ ଅଞ୍ଚଳରେ ଜଙ୍ଗଲ ନଷ୍ଟ ହେବା ଏବଂ ବ୍ରାଜିଲର କୃଷି କ୍ଷେତ୍ର ସହ ଜଡିତ ବିଭିନ୍ନ ବିଶ୍ଳେଷଣ ପାଇଁ ଉପଭୋକ୍ତାଙ୍କୁ ରିମୋଟ ସେନ୍ସିଂ ତଥ୍ୟ ପ୍ରଦାନ କରିବ । ଓ ବର୍ତ୍ତମାନର ସଂରଚନାକୁ ଆହୁରି ମଜବୁତ କରିବ। । ତେବେ ଏହି ଉପଗ୍ରହ ଅନ୍ତରୀକ୍ଷକୁ ପଠାଇବା ପରେ ଭାରତ ଓ ଇସ୍ରୋ ଖୁବ୍ ଗର୍ବିତ ବୋଲି କହିଛନ୍ତି ଇସ୍ରୋ ମୁଖ୍ୟ କେ. ଶିବନ୍। ଏ ନେଇ ସେ ବ୍ରାଜିଲ ଟିମ୍କୁ ମଧ୍ୟ ଇସ୍ରୋ ପକ୍ଷରୁ ଶୁଭେଚ୍ଛା ଜଣାଇଛନ୍ତି।
ଆଉ ସବୁଠାରୁ ବଡ କଥା ହେଲା ଆମେରିକା ପାଖରେ ନାସା ଅଛି । କିନ୍ତୁ ନିଜ ସାଟେଲାଇଟ୍ ଲଂଚ୍ କରିବାକୁ ଆମେରିକା ଇସ୍ରୋକୁ ବାଛିଛି । ରବିବାର ଦିନ୍ ଇସ୍ରୋର ପିଏସଏଲଭି ଆମେରିକାର ୧୩ଟି ସାଟେଲାଇଟକୁ ସଫଳତାର ସହ ପୃଥିବୀ କକ୍ଷରେ ଅବସ୍ଥାପନା କରିଛି ।
ଇସ୍ରୋର ଏହି ସଫଳ ଉତକ୍ଷେପଣ ସହିତ ଭାରତ ଦ୍ୱାରା ଉତକ୍ଷେପଣ ହୋଇଥିବା ବିଦେଶୀ ଉପଗ୍ରହ ସଂଖ୍ୟା ୩୪୨କୁ ବୃଦ୍ଧି ପାଇଛି। ଆଉ ଏଥିସହ ଭାରତୀୟ ମହାକାଶ ଅଭିଯାନର ଏକ ନୂଆ ଯୁଗର ଆରମ୍ଭ ହୋଇଛି।

Leave a Reply